Advertisment

ରେକର୍ଡ ଭାଙ୍ଗିଲା ବାଦଶାହଙ୍କ 'ପାନି ପାନି'ଗୀତ : ୫୦୦ ମିଲିୟନ୍ ଭ୍ୟୁ ମାର୍କ ଅତିକ୍ରମ କଲା

ସୁପରହିଟ୍ ରାପର ଗାୟକ ବାଦଶାହ ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ 'ପାନି-ପାନି' ଇଣ୍ଟରନେଟରେ ହଇଚଇ ମଚେଇ ଦେଇଛି । 'ଗେନ୍ଦା ଫୁଲ' ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍ ହେବାରେ ଲାଗିଛି । ବାଦଶାହ ଏବଂ ଜ୍ୟାକଲିନଙ୍କ ଏହି ବର୍ତ୍ତମାନ ୟୁଟ୍ୟୁବରେ ସମ୍ପୂର୍ଣ୍ଣ 500 ମିଲିୟନ୍ ଭ୍ୟୁ ମାର୍କ ଅତିକ୍ରମ କରିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Badshah and jacquelin

Badshah and jacquelin

ନୂଆଦିଲ୍ଲୀ: ସୁପରହିଟ୍ ରାପର ଗାୟକ ବାଦଶାହ ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ 'ପାନି-ପାନି' ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି । 'ଗେନ୍ଦା ଫୁଲ' ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍ ହେବାରେ ଲାଗିଛି । ବାଦଶାହ ଏବଂ ଜ୍ୟାକଲିନଙ୍କ ଏହି ବର୍ତ୍ତମାନ ୟୁଟ୍ୟୁବରେ ସମ୍ପୂର୍ଣ୍ଣ ୫୦୦ ମିଲିୟନ୍ ଭ୍ୟୁ ମାର୍କ ଅତିକ୍ରମ କରିଛି । ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପ୍ରଶଂସକମାନେ ବାଦଶାହ ଏବଂ ଜ୍ୟାକଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ଏହି ଗୀତର ଏକ ଭିଡିଓ କ୍ଲିପ୍ ସାରେଗାମା ମ୍ୟୁଜିକ୍ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି ଏବଂ ବାଦଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦିଆଯାଇଛି ଯେ 'ପାନି-ପାନି' ଗୀତ ୟୁଟ୍ୟୁବରେ ୫୦୦ମିଲିୟନ୍ ଭ୍ୟୁ ଅତିକ୍ରମ କରିଛି । ବାଦଶାହାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ'ମୁଁ ଭାବୁଛି ଅନ୍ୟମାନେ ଗୀତର ନମ୍ବର ଦେଖିବା ପରେ ପାନି ପାନି ହୋଇ ଯାଇଛନ୍ତି।

ସୂଚନା ଅନୁସାରେ ପୂର୍ବରୁ ଉଭୟ ବାଦଶାହ ଏବଂ ଜ୍ୟାକଲିନଙ୍କ 'ଗେନ୍ଦା ଫୁଲ' ଗୀତରେ ଏକାଠି କାମ କରିଥିଲେ। ଦର୍ଶକ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ । ବାଦଶାହ ତାଙ୍କ କ୍ୟାରିୟରରେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଗୀତ ଦେଇଛନ୍ତି ।

Advertisment

ବାଦଶାହଙ୍କ ଗୀତ ମଧ୍ୟରୁ ଡିଜେ ୱାଲେ ବାବୁ,ୱାକ୍ରା ସ୍ୱାଗ୍, ଚୁଲ, ଷ୍ଟାରଡେ, ଖୁସି ଖୁସି ଆଦି ଗୀତ ଗୁଡିକ ବହୁତ ହିଟ୍ ହୋଇଥିଲା । ଏଥି ସହିତ ଜ୍ୟାକଲିନ୍ ଫିଲ୍ମ 'ଆଲାଦ୍ଦିନ'ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଦର୍ଶକଙ୍କୁ ଅନେକ ହିଟ୍ ଗୀତ ଓ ଫିଲ୍ମ ଭେଟି ଦେଇଛନ୍ତି । ପୂର୍ବରୁ ଜ୍ୟାକଲିନ୍ ଚିଟିଆ କଲାଇଆଁ, ହ୍ୟାଙ୍ଗ ଓଭର ଗୀତ ପାଇଁ ପ୍ରଶଂସକଙ୍କ ମହଲରେ ବେସ୍ ଆଦୃତ ଲାଭ କରିଥିଲେ । ତେବେ ବାଦଶାହ ଏବଂ ଜ୍ୟାକଲିନଙ୍କ ଏହି ସଫଳତା ପାଇଁ ବହୁ ପ୍ରସଂଶକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Bollywood News Badshah And Jacquelin
Advertisment
Advertisment