/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630933576.jpg)
Raveena tandon
ନୂଆଦିଲ୍ଲୀ: ନବେ ଦଶକରେ ପ୍ରସିଦ୍ଧ ନାୟିକା ରବନା ଟଣ୍ଡନ୍ ଏବେବି ପ୍ରଶସଂକଙ୍କ ମହଲରେ ରାଜ୍ କରୁଛନ୍ତି । ରବିନା ଏମିତି ଜଣେ ଅଭିନେତ୍ରୀ ଯିଏ କି ବଲିଉଡର ତିନୋଟି ଖାନଙ୍କ ସହ ଅଭିନୟ କରିଛନ୍ତି । ଶାହାରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କ ସହ କାମ କରିଛନ୍ତି ଏବଂ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ରବିନା । ତେବେ ଗୋବିନ୍ଦାଙ୍କ ସହ ରବିନା ଟଣ୍ଡନଙ୍କ ଯୋଡିକୁ ଅଧିକ ପସନ୍ଦ କରାଯାଇଛି ।
ଏବେ ରବିନା ଫିଲ୍ମରେ ନଜର ଆସୁ ନାହାନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ଏପର୍ଯ୍ୟନ୍ତ କମି ନାହିଁ । ନିକଟରେ ରବିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦର୍ଶକଙ୍କୁ ବେସ୍ ପସନ୍ଦ ଆସିଛି । ତାଙ୍କ ଫଟୋକୁ ଦେଖି ପ୍ରଶଂସକ ତାଙ୍କୁ ଟାଇମଲେସ୍ ବିଉଟି କହି ସମ୍ବୋଧନ କରିଛନ୍ତି । ରବିନା ତାଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡେଲରୁ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରବିନାଙ୍କ ନୂଆ ଆନ୍ଦାଜରେ ଓ କୁଲ୍ ଲୁକରେନଜର ଆସିଛନ୍ତି । ରବିନା ଫଟୋରେ ଏକ ଧୁସର ରଙ୍ଗର ଜାକେଟ୍ ପିନ୍ଧିଛନ୍ତି ଯେଉଁଥିରେ ହାଲକା ମେକ ଅପ୍ ନେଇଛନ୍ତି ଯାହାକି ରବିନାଙ୍କ ଲୁକରେ ଚାରଚାନ୍ଦ ଲାଗି ଯାଉଛି । ରବିନାଙ୍କ ଏହି ଫଟୋରେ ତାଙ୍କର ଆଖି ବେଶୀ ସୁନ୍ଦର ଲାଗୁଛି ।
ରବିନା ସେୟାର କରିଥିବା ଫଟୋରେ କ୍ୟାପସନରେ ଲେଖିଛନ୍ତି ଯେ ନିଜ ପସନ୍ଦର ପୋଷାକରେ ଫିଟ୍ ହେଲେ ବହୁତ ଖୁସି ଲାଗେ । ରବିନା କ୍ୟାପସନକୁ ଦେଖିଲେ ଲାଗୁଛି ଯେ ରବିନାଙ୍କର ଏହି ଫଟୋ ଗୁଡ଼ିକ ଫିଟିଂ ରୁମରୁ ଆସିଛି, ଯେଉଁଠାରେ ସେ ନିଜ ପସନ୍ଦର ଏହି ପୋଷାକ ଉପରେ ଚେଷ୍ଟା କରୁଥିଲେ ଏବଂ ସେ ତାଙ୍କ ପ୍ରଶଂସକଙ୍କ ସହ ଫିଟ୍ ହେବାର ଆନନ୍ଦ ବାଣ୍ଟୁଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)