Advertisment

କିଏ ସେହି ଅଭିନେତା ଯିଏ ବିବାହ ପାଇଁ ଅଭିନୟ ଛାଡିବାକୁ ରବୀନାଙ୍କୁ କହିଥିଲେ

ରବୀନା ଟଣ୍ଡନଙ୍କୁ ଜଣେ ନାମିଦାମି ଅଭିନେତା ଦେଇଥିଲେ ବିବାହ ପ୍ରସ୍ତାବ। ରଖିଥିଲେ ସର୍ତ୍ତ। ବିବାହ ପାଇଁ ଅଭିନୟ ଛାଡିବାକୁ କହିଥିଲେ। କିଏ ସେହି ଅଭିନେତା…

author-image
Pramod Behera
ଅଦ୍ୟତନ ହୋଇଛି
Raveena Tandon Marriage

Raveena tendon recalls actor who asked actress to leave acting career to get married

ରବୀନା ଟଣ୍ଡନ ନିଜ ସମୟର ଟପ୍ ଅଭିନେତ୍ରୀ ତାଲିକାରେ ସାମିଲ ହୋଇଥିଲେ। ସେତେବେଳେ ସେ ଚର୍ଚ୍ଚାରେ ଥିଲେ। ତାଙ୍କର ଦମଦାର ଅଭିନୟ ପାଇଁ ସେ ଚଳଚ୍ଚିତ୍ର ଦୁନିଆରେ ରାଜ କରୁଥିଲେ। ଯେତେବେଳେ ଅଭିନେତ୍ରୀଙ୍କ କ୍ୟାରିୟର ଶିଖରରେ ଥିଲା, ସେତେବେଳେ ତାଙ୍କର ତାଙ୍କ ପାଖରେ କେବଳ ଫିଲ୍ମ ନୁହେଁ, ଭରପୂର ବିଜ୍ଞାପନ ମଧ୍ୟ ରହିଥିଲା। ଏଭଳି ପରିସ୍ଥିତିରେ କେବଳ ପ୍ରଶଂସକ ନୁହଁନ୍ତି, ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ତାଙ୍କ ଉପରେ ଫିଦା ହୋଇଯାଇଥିଲେ।

Advertisment

ଏହି ସମୟରେ ରବୀନା ଏକ ପ୍ରେମ ସଂପର୍କକୁ ନେଇ ଖୁବ ଗମ୍ଭୀର ଥିଲେ। ଅଭିନେତା ଅକ୍ଷୟ କୁମାର ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କଥା ବିବାହ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କିନ୍ତୁ, ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା।

ଅଧିକ ପଢ଼ନ୍ତୁ: ରବୀନାଙ୍କ ଖୁଲାସା: ରେପ୍ ଓ କିସ୍ ସିନ୍ କରିବାକୁ…

ପରେ ଅଭିନେତ୍ରୀ ଅନିଲ ଥଡାନୀଙ୍କୁ ବିବାହ କରିଥିଲେ। ବତ୍ତମାନ, ରବୀନା ଟଣ୍ଡନଙ୍କ ଏକ ପୁରୁଣା ସାକ୍ଷାତକାର ଚର୍ଚ୍ଚାରେ ରହିଛି। ଏଥିରେ ସେ ଜଣେ ଅଭିନେତାଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି ଯିଏ ତାଙ୍କୁ ବିବାହ କରିବା ପାଇଁ ଇଣ୍ଡଷ୍ଟ୍ରି ଛାଡି ବିବାହ କହିଥିଲେ।

Advertisment

ରବୀନା ଟଣ୍ଡନ୍ 'ମୋହରା' ଫିଲ୍ମରୁ ଇଣ୍ଡଷ୍ଟ୍ରିରେ ସ୍ୱୀକୃତି ଲାଭ କରିଥିଲେ। ତାଙ୍କ ଚଳଚ୍ଚିତ୍ର ସହିତ ସେ 'ଟିପ୍ ଟିପ୍ ବର୍ଷା ପାନି' ପାଇଁ ମଧ୍ୟ ଖୁବ ପ୍ରସିଦ୍ଧ ହୋଇଥିଲେ। ଏହା ବ୍ୟତୀତ, ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ମଧ୍ୟ ଖୁବ ଚର୍ଚ୍ଚାରେ ରହୁଥିଲେ।

ରବୀନା ଏକ ଚାଟ୍ ଶୋ’ରେ ତାଙ୍କ ସମ୍ପର୍କ ଏବଂ ବିବାହ ବିଷୟରେ କହିଥିଲେ। ଏହି ଶୋ’ରେ ସେ କହିଥିଲେ ଯେ କିପର ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବା ନେଇ ଅଭିନୟ ଛାଡିବା କଥା କହିଥିଲେ।

ସାକ୍ଷାତକାରରେ ରବୀନା କହିଥିଲେ- “ସେ କହିଥିଲେ ଯେ ଯେଉଁଦିନ ତୁମର ଶୁଟିଂର ଶେଷ ଦିନ ହେବ, ଆମେ ବିବାହ କରିନା। ପ୍ରକୃତରେ ସେତେବେଳେ ମୁଁ ପରଦାକୁ ଫେରିଥିଲି, ଏହି ସମୟରେ ବି ସେ ମୋତେ କୁହନ୍ତି କ୍ୟାରିୟର ଛାଡିଦିଅ, ମୁଁ ତୁମକୁ ବିବାହ କରିବି।”

ଯଦିଓ, ଏମିତି କହିବା ବେଳେ ସେ କାହାର ନାଁ ନେଇ ନଥିଲେ, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ବିଷୟରେ କହୁଛନ୍ତି। ଅନେକ ଲୋକେ କହିଛନ୍ତି ଯେ ତାଙ୍କ ଭିଡିଓରେ ରବୀନା ଟଣ୍ଡନ୍ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ସେ ଅକ୍ଷୟ କୁମାର ଥିଲେ।

Akshay Kumar Raveena Tandon Bollywood
Advertisment
Advertisment