Advertisment

Rashmika Mandanna Dating: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡାଙ୍କ ଫଟୋ ହେଲା ଭାଇରାଲ୍; ବଢିଲା ସନ୍ଦେହ

ଯେତେବେଳେ ବି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କୁ ଏକାଠି ଦେଖାଯାଏ, ସେତେବେଳେ ସେମାନଙ୍କର ଡେଟିଂ ଖବରର ଚର୍ଚ୍ଚା ଜୋର୍ ଧରିବା ଆରମ୍ଭ କରେ। ବର୍ତ୍ତମାନ ସେମାନଙ୍କ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯାହାକୁ ନେଇ ଲୋକଙ୍କ ସନ୍ଦେହ ବଢିଯାଇଛି।

ଅଦ୍ୟତନ ହୋଇଛି
Rashmika mandanna and vijay deverakonda dating rumors

Rashmika mandanna and vijay deverakonda dating rumors

Advertisment

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ପରସ୍ପରକୁ ଡେଟ କରୁଛନ୍ତି କି ନାହିଁ? ଏହି ପ୍ରଶ୍ନ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଯେତେବେଳେ ବି ‘ଆନିମଲ୍’ ଫେମ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ‘ଅର୍ଜୁନ ରେଡ୍ଡୀ’ ଫେମ୍ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଏକାଠି ଦେଖିବାକୁ ମିଳେ, ସେତେବେଳେ ସେମାନଙ୍କର ଡେଟିଂ ଖବରର ଚର୍ଚ୍ଚା ଜୋର୍ ଧରିବା ଆରମ୍ଭ କରେ।

Advertisment

ତେବେ ଏପର୍ଯ୍ୟନ୍ତ ଉଭୟେ ଏହି ପ୍ରସଙ୍ଗରେ ନୀରବତା ଅବଲମ୍ୱନ କରିଛନ୍ତି । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ଉଭୟ ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ଏହି ଫଟୋରେ ଦୁହେଁ କାଫେରେ ମଧ୍ୟାହ୍ନ ଭୋଜନ  କରୁଥିବା ଦେଖିବାକୁ ମିଳିଛି।

Advertisment


କାଜୁଆଲ୍ ଲୁକ୍‌ରେ ମନ୍ଦାନା:

ରେଡ୍‌ଇଟ୍‌ରେ ଶେୟାର ହୋଇଥିବା ଏହି ଫଟୋରେ ରଶ୍ମିକା ମନ୍ଦାନାଙ୍କୁ କାଜୁଆଲ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ ବ୍ଲୁ ଟପ୍ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାବେଳେ ବିଜୟ ଦେବରକୋଣ୍ଡା ଏକ ଧଳା ଟି-ସାର୍ଟ ସହିତ ଚେକ୍ ସାର୍ଟ ଏବଂ ଡେନିମ୍ ପିନ୍ଧିଥିଲେ।

Advertisment

ଅଧିକ ପଢ଼ନ୍ତୁ: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା


ଯୋଡିକୁ ପ୍ରଶଂସା:

ଏହି ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ପ୍ରଶଂସକମାନେ ସେମାନଙ୍କର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଅନେକ ପ୍ରଶଂସକ ସେମାନଙ୍କୁ ଏକ ସୁନ୍ଦର ଯୋଡି ବୋଲି କହୁଛନ୍ତି। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ କହିଛନ୍ତି ଯେ ସେମାନେ ଲୁଚକାଳି ଖେଳୁ ନାହାଁନ୍ତି। ସେମାନେ କେବଳ ଏକାଠି ଅଛନ୍ତି, ଖୁସି ବି ଅଛନ୍ତି, କେବଳ କହୁ ନାହାନ୍ତି। ସେହିପରି ସେମାନେ କ’ଣ ଖାଉଛନ୍ତି ବୋଲି ଜଣେ ପ୍ରଶଂସକ ପଚାରିଛନ୍ତି।


ମୁଁ ଡେଟିଂ କରୁଛି:

ନିକଟରେ ବିଜୟ ଦେବରକୋଣ୍ଡା ଏକ ସାକ୍ଷାତକାରରେ ତାଙ୍କ ସମ୍ପର୍କକୁ ନେଇ ଏକ ବଡ଼ ସୂଚନା ଦେଇଥିଲେ। ଯେତେବେଳେ ସେ କାହାକୁ ଡେଟ୍‌ କରୁଛନ୍ତି କି ବୋଲି ପଚରାଯାଇଥିଲା ବିଜୟ କହିଥିଲେ, “ଅବଶ୍ୟ, ମୁଁ ଡେଟିଂ କରୁଛି। ମୋର ବୟସ ୩୫, ଆପଣ କ’ଣ ଭାବୁଛନ୍ତି କି ମୁଁ ସିଙ୍ଗିଲ୍ ରହିପାରିବି?”

ଅଧିକ ପଢ଼ନ୍ତୁ: କମାଲ କରୁନି 'କଙ୍ଗୁଭା'; ୩୫୦ କୋଟିର ଫିଲ୍ମ ରୋଜଗାରରେ ଧିମଉଛି


କୋ-ଷ୍ଟାର୍‌ଙ୍କୁ ଡେଟିଂ:

ଅଭିନେତାଙ୍କ ଏହି ପ୍ରତିକ୍ରିୟା ସେମାନଙ୍କ ସମ୍ପର୍କ ଥିବା ଚର୍ଚ୍ଚାକୁ  ଆହୁରି ବଢାଇ ଦେଇଛି। ଯେତେବେଳେ ତାଙ୍କୁ ବିବାହ କରିବା ନେଇ ତତ୍ପରତା ବିଷୟରେ ପଚରାଯାଇଥିଲା ବିଜୟ କହିଲେ, “ଆମ ସମସ୍ତଙ୍କୁ କୌଣସି ନା କୌଣସି ସମୟରେ ବିବାହ କରିବାକୁ ପଡ଼ିବ।” ଏହା ଛଡା ଯେତେବେଳେ ତାଙ୍କୁ ପଚରାଗଲା କି ସେ କ’ଣ କେବେ କୌଣସି କୋ-ଷ୍ଟାର୍‌ଙ୍କୁ ଡେଟ୍ କରିଛନ୍ତି? ଏହାର ଉତ୍ତରରେ ବିଜୟ କହିଥିଲେ 'ହଁ’।

ବିବାହ ଚର୍ଚ୍ଚା:

କିଛି ଦିନ ପୂର୍ବରୁ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଖୁବ୍ ଶୀଘ୍ର ବିବାହ କରିବେ ବୋଲି କୁହାଯାଇଥିଲା। ଏହି ଯୋଡି ଚଳିତ ବର୍ଷ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଇଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ।


ପ୍ରଥମ ସାକ୍ଷାତ:

ତେବେ ଏହି ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ 'ଗୀତା ଗୋବିନ୍ଦମ୍'ର ସୁଟିଂ ସମୟରେ ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା, ଯାହା ପରେ ଉଭୟଙ୍କୁ 'ଡିଅର୍ କମ୍ରେଡ୍' ରେ ଦେଖିବାକୁ ମିଳିଥିଲା।

ଗତ ବର୍ଷ ଫିଲ୍ମ 'ଖୁସି' ରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମୁଖ୍ୟ ଭୂମିକାରେ ଥିଲେ। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଆଗାମୀ ଫିଲ୍ମ୍ 'ଫାମିଲି ଷ୍ଟାର୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହିପରି ରଶ୍ମିକା ମନ୍ଦାନା ଫିଲ୍ମ 'ପୁଷ୍ପା ୨'ରେ ନଜର ଆସିବେ। ଏହା ବ୍ୟତୀତ ସେ 'ରେମ୍ବୋ' ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରୋ ମଧ୍ୟ ଅଭିନୟ କରିବେ।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Vijay Deverakonda Rashmika Mandanna Viral Video South Indian Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ