Advertisment

ଡିପ୍ରେସନ୍‌ରେ ଥିଲେ ଦୀପିକା, କହିଲେ- ‘ମା’ ଯଦି ଲକ୍ଷଣ ଚିହ୍ନଟ କରି ନଥାନ୍ତେ, ହୁଏତ ଆଜି...’

ମାନସିକ ସ୍ୱାସ୍ଥ୍ୟକୁ ନେଇ ପରିବାରର ଭୂମିକାକୁ ନେଇ ଅଭିନେତ୍ରୀ ଦୀପିକା କହିଛନ୍ତି, ‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ଏହି(ଡିପ୍ରେସନ୍‌) ସମସ୍ୟା ଦେଇ ଗତି କରୁଥିଲି, ସେତେବେଳେ ମୋ ମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

author-image
Rajalaxmi Sahoo
Deepika Padukone On Mental Health

Deepika Padukone On Mental Health

ମାନସିକ ସ୍ୱାସ୍ଥ୍ୟ(Mental Health)କୁ ନେଇ ବଲିଉଡ୍‌ର ମସ୍ତାନି ଦୀପିକା ପାଦୁକୋନ୍‌ ସବୁବେଳେ ଆଲୋଚନା କରିଥାନ୍ତି। ନିଜ ସମ୍ପର୍କରେ ସେ ଏଭଳି କିଛି ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜେ ମଧ୍ୟ ଡିପ୍ରେସନ୍‌ର ଶିକାର ହୋଇଥିବା କଥା ଦୀପିକା କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁପୁର୍‌ରେ ଦୀପିକାଙ୍କ ଘର।

Advertisment

ଅକ୍ଟୋବର ୧୦- World Mental Health Day ଅବସରରେ ନିଜର ମେଣ୍ଟାଲ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଲିଭ୍‌-ଲଭ୍‌-ଲାଫ୍‌ର ଗ୍ରାମୀଣ ସାମୁଦାୟିକ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଚାର କରିବାକୁ ଯାଉଛନ୍ତି। ଏହି ଅବସରରେ ଅଭିନେତ୍ରୀ ଦୀପିକା ମାନସିକ ସ୍ୱାସ୍ଥ୍ୟ ଓ ସେଥିରୁ ନିଜକୁ କେମିତି ରକ୍ଷା କରିବେ ଏବଂ ନିଜର ଦେଖାଶୁଣା କେମିତି କରିବେ ସେସବୁର ଉପାୟ କହିଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା NDTVସହ ଆଲୋଚନା ବେଳେ ଦୀପିକା ଖୁଲାସା କରିଥିଲେ ଯେ, ଯଦି ତାଙ୍କ ମା’ ତାଙ୍କଠାରେ ଲକ୍ଷଣ ଚିହ୍ନଟ କରିନଥାନ୍ତେ, ହୁଏତ ଆଜି ତାଙ୍କ ଅବସ୍ଥା କ’ଣ ହୋଇଥାନ୍ତା ତାହା ସେ ବି ଜାଣିପାରି ନଥାନ୍ତେ।

ମାନସିକ ସ୍ୱାସ୍ଥ୍ୟକୁ ନେଇ ପରିବାରର ଭୂମିକାକୁ ନେଇ ଅଭିନେତ୍ରୀ ଦୀପିକା କହିଛନ୍ତି, ‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ଏହି(ଡିପ୍ରେସନ୍‌) ସମସ୍ୟା ଦେଇ ଗତି କରୁଥିଲି, ସେତେବେଳେ ମୋ ମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୫ ମସିହାରେ ଦୀପିକା ତାଙ୍କର ମାନସିକ ରୋଗ ସମ୍ପର୍କରେ ଖୁଲାସା କରିଥିଲେ। ସେହି ସମୟରେ ସେ କହିଥିଲେ ଯେ, ସେ ଡିପ୍ରେସନ୍‌ରେ ଅଛନ୍ତି। ଏଥିପାଇଁ ସେ ସହାୟତା ମଧ୍ୟ ଲୋଡ଼ିଥିଲେ। ଏହାପରେ ଲୋକଙ୍କୁ ସହାୟତା କରିବା ପାଇଁ ସେ ଲିଭ୍‌-ଲଭ୍‌-ଲାଫ୍‌ ମାଧ୍ୟମରେ ଆଗକୁ ବଢ଼ିଥିଲେ।

Advertisment

ଅନ୍ୟ ଏକ କାର୍ଯ୍ୟକ୍ରମରେ ଡିପ୍ରେସନ୍‌କୁ ନେଇ NDTVସହ ଆଲୋଚନା ବେଳେ ଦୀପିକା କହିଛନ୍ତି ଯେ, ‘ମୋ ବାପା-ମା’ ବେଙ୍ଗାଲୁରୁରେ ରୁହନ୍ତି। ଯେତେବେଳେ ସେମାନେ ମୋତେ ଦେଖା କରିବାକୁ ଆସିଥାନ୍ତି, ସେହି ସମୟରେ ସେମାନଙ୍କ ସାମ୍ନାରେ ମୁଁ ଷ୍ଟ୍ରଙ୍ଗ୍‌ ରୁହେ। ହେଲେ ଥରେ ଯେତେବେଳେ ସେମାନେ ବେଙ୍ଗାଲୁରୁ ଯାଉଥିଲେ, ସେମାନଙ୍କ ଯିବା ଦୁଃଖରେ କାନ୍ଦି କାନ୍ଦି ମୁଁ ଭାଙ୍ଗି ପଡ଼ିଥିଲି। ସେହି ସମୟରେ ମା’ ମୋତେ କିଛି ପ୍ରଶ୍ନ ପଚାରିଥିଲେ। ମୋତେ ଖାଲି ଏକୁଟିଆ ଲାଗୁଥିଲା। ହେଲେ ଏସବୁ ସେ ବୁଝି ଯାଇଥିଲେ। ଆଉ ମୋତେ ସମ୍ଭାଳି ଥିଲେ। ଏମିତି ଲାଗିଲା, ଭଗବାନ ମା’ଙ୍କୁ ମୋ ପାଖକୁ ପଠାଇଛନ୍ତି।’

Deepika Padukone
Advertisment
Advertisment