Advertisment

ଅସୁବିଧାରେ ରଣବୀର ସିଂହ; ବୁଡିବ କି କ୍ୟାରିୟର୍…

ଲଗାତାର ତିନିଟି ଫ୍ଲପ୍ ପରେ ଅସୁବିଧାରେ ପଡିଛନ୍ତି ରଣବୀର ସିଂହ। ତାଙ୍କ କ୍ୟାରିୟର ଉପରେ କଳା ବାଦଲ ଘୋଟି ଆସିଛି। YRF ତାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Ranveer Singh in Big Trouble, YRF Decides Not to Sign Films

Ranveer singh in big trouble yrf decides not to sign films

ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ 'ବାଜିରାଓ ମସ୍ତାନୀ', 'ପଦ୍ମାବତ', 'ଗଲି ବଏ' ଏବଂ 'ଗୋଲିୟୋଁ କି ରାସଲିଲା: ରାମଲିଲା' ଭଳି ଜବରଦସ୍ତ ତଥା ସୁପରହିଟ୍ ହୋଇଥିବା ବେଳେ ବାକି କିଛି ଫିଲ୍ମ ବକ୍ସ ଅଫିସରେ ସେଭଳି କୌଣସି କମାଲ କରି ନାହିଁ।

Advertisment

କରୋନୋ ମହାମାରୀ ପରେ ରଣବୀର ସିଂହଙ୍କ ଯେତେ ବି ଚଳଚ୍ଚିତ୍ର ରିଲିଜ୍ ହୋଇଛି ସେସବୁ ବକ୍ସ ଅଫିସରେ ବିଶେଷ କିଛି କରିପାରିନି। କରୋନା ପରେ, ପ୍ରଥମେ ୨୦୨୧ ମସିହାରେ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବାୟୋପିକ୍ ‘୮୩’ ରିଲିଜ୍ ହୋଇଥିଲା ଏବଂ ପରେ ୨୦୨୨ରେ ‘ଜୟେଶଭାଇ ଜୋରଦାର’। ଏ ସବୁ ଫିଲ୍ମ ବକ୍ସ ଅଫିସରେ ୧୬ କୋଟିରୁ କମ୍ ଟଙ୍କା ରୋଜଗାର କରିଥିଲା।

ଅଧିକ ପଢ଼ନ୍ତୁ: ହାତ ବଢ଼ାଇଲେ ରଣବୀର, ଆଭଏଡ୍ କଲେ ଦୀପିକା ! ଫଟୋ ପୋଜ୍‌ ବେଳେ ବି ଚାହିଁଲେନି ମୁହଁକୁ, ଦେଖନ୍ତୁ ଭିଡିଓ...

Advertisment

ସେହିପରି ‘ସର୍କସ’ ମଧ୍ୟ ବକ୍ସ ଅଫିସରେ ୩୫.୬୫ କୋଟି ଟଙ୍କାର ବ୍ୟବସାୟ କରିଥିଲା, ଯାହା ଦର୍ଶକଙ୍କଠାରୁ ସେମିତି କୌଣସି ବିଶେଷ ପ୍ରଶଂସା ପାଇ ନଥିଲା। ରଣବୀର ସିଂହଙ୍କ ତିନୋଟି ବ୍ୟାକ୍-ଟୁ-ବ୍ୟାକ୍ ଫ୍ଲପ୍ ଫିଲ୍ମ ପରେ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯାହା ଅଭିନେତାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ।

କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଲଗାତାର ତିନିଟି ଫ୍ଲପ୍ ପରେ ୟଶ୍‌ ରାଜ୍‌ ଫିଲ୍ମସ୍ (YRF) ରଣବୀର ସିଂହଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।

ରିପୋର୍ଟ ଅନୁଯାୟୀ, YRFରେ ଆଦିତ୍ୟ ଚୋପ୍ରା ଓ ତାଙ୍କ ଟିମ୍ ‘ସ୍ପାଇ ୟୁନିଭର୍ସ’ରେ 'ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି'। ତେଣୁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ବିଶେଷକରି ଶାହରୁଖ ଖାନଙ୍କ ‘ପଠାନ’ର ସଫଳତା ପରେ ବର୍ତ୍ତମାନ YRF କୌଣସି ପ୍ରକାର ଭୁଲ କରିବାକୁ ଚାହୁଁ ନାହିଁ। YRF ସହିତ ଜଡିତ ଏକ ସୂତ୍ର କହିଛି ଯେ, ବହୁତ କିଛି ଦାବିରେ ଲାଗିଛି କାରଣ ସବୁ ଫିଲ୍ମ ପାଇଁ ବିପୁଳ ବଜେଟ୍ ହେବାକୁ ଯାଉଛି ଏବଂ ସେଥିପାଇଁ କିଛି ବି ଭୁଲ ହେବ ନାହିଁ।'

ସୂତ୍ର ଆହୁରି ମଧ୍ୟ କହିଛି, 'ତେଣୁ ରଣବୀର ସିଂହଙ୍କ ସହ କୌଣସି ଚଳଚ୍ଚିତ୍ରରେ ଦସ୍ତଖତ ନ କରିବାକୁ YRF ନିଷ୍ପତ୍ତି ନେଇଛି। ରଣବୀର YRF ସହିତ କରିଥିବା ୬ଟି ଚଳଚ୍ଚିତ୍ର ମଧ୍ୟରୁ କେବଳ ଗୋଟିଏ ଫ୍ଲପ୍ ହୋଇଥିଲା। ତାହା ହେଲା ୨୦୧୪ରେ ହୋଇଥିବା “ଗୁଣ୍ଡେ”।

Bollywood Ranveer Singh
Advertisment
Advertisment