• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍ ବଲିଉଡ୍ ବଲିଉଡ୍ । ବଲିଉଡ୍‌କୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଭଲ ଖବର ବଦଳରେ ଅଧିକ ବିବାଦୀୟ ଖବର ଆସୁଛି । ସେଲିବ୍ରିଟିଙ୍କ ଖବର ଜାଣିବା ପାଇଁ ଲୋକେ ଖୁବ୍‌ ଆଗ୍ରହ ପ୍ରକାଶ କରୁଥିବା ବେଳେ ତାଙ୍କର ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ସେଥିପ୍ରତି ଅଧିକ ନଜର ରହୁଛି ।

ସେମିତି ଏକ ଖବର ଏବେ ରଣବୀର-ଦୀପିକାଙ୍କୁ ନେଇ ସାମ୍ନାକୁ ଆସିଛି । ବଲିଉଡ୍‌ର ଏହି ହିଟ୍‌ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ ଆସିଛି ବଡ଼ ଖବର । ଚର୍ଚ୍ଚା ହେଉଛି ଅପଡ଼ ହେଲେଣି ଦୀପିକା - ରଣବୀର । ଉଭୟଙ୍କ ସମ୍ପର୍କରେ ଦେଖାଦେଲାଣି ଫାଟ । ଆଉ ଏହି ଚର୍ଚ୍ଚାକୁ  ଅଧିକ ଖୋରାକ ଯୋଗାଇଛି ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ । ଯେଉଁଥିରେ ଦୀପିକାଙ୍କ ହାତ ଧରିବାକୁ ସମସ୍ତଙ୍କ ସାମ୍ନାରେ ରଣବୀର ହାତ ବଢ଼ାଇଥିଲେ । ହେଲେ ଦୀପିକା କିନ୍ତୁ ତାଙ୍କ ହାତ ଧରିନଥିଲେ । ଏମିତିକ ରଣବୀରଙ୍କୁ ଆଭଏଡ୍ ମଧ୍ୟ କରିଥିବା ଦେଖାଯାଇଥିଲା ।

ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବା ଗାଡ଼ିରୁ ଓହ୍ଳାଇ ଷ୍ଟେଜ୍‌ରେ ପହଞ୍ଚିବା ପର୍ଯ୍ୟନ୍ତ ରଣବୀର, ଦୀପିକାଙ୍କ ପାଖେ ପାଖେ ରହିବାକୁ ଚାହିଁଥିଲେ ବି ଦୀପିକା କିନ୍ତୁ ତାଙ୍କୁ ଗୁରୁତ୍ୱ ଦେଇନଥିଲେ । ଏମିତିକି ରଣବୀରଙ୍କ ଆଡ଼କୁ ଚାହିଁନଥିଲେ । ବାରମ୍ବାର ରଣବୀର ତାଙ୍କ ପାଖକୁ ଆସୁଥିଲେ ମଧ୍ୟ ଇଗ୍ନୋର କରିଥିଲେ ଦୀପିକା । ଖାଲି ସେତିକି ନୁହେଁ ଉଭୟଙ୍କ କପଲ ଫଟୋ ପୋଜ୍‌ ବେଳେ ମଧ୍ୟ ଦୀପିକା ରଣବୀରଙ୍କ ଆଡ଼କୁ ଚାହିଁନଥିଲେ । ସେମାନଙ୍କ କେମେଷ୍ଟ୍ରୀ ସାଧାରଣ ଲୋକଙ୍କୁ ବି ଖଟ୍‌କା ଲାଗୁଥିଲା। ସେମାନଙ୍କର ବଡି ଲାଙ୍ଗୁଏଜ୍‌ ସେମାନଙ୍କୁ ମ୍ୟାଚ୍‌ କରୁନଥିଲା ।

 ଭାଇରାଲ ହେଉଥିବା ଭିଡିଓରେ ଏତିକି କାହାଣୀ ତ ସ୍ପଷ୍ଟ ଜଣାପଡ଼ୁଛି । ତେବେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଏବେ କିଭଳି ସମ୍ପର୍କ ରହିଛି ତାହା ଭଲ ନା ଖରାପ, ତାହା କେବଳ ସେମାନେ ଜାଣିଛନ୍ତି । ତେବେ ଯେଉଁ ଭିଡିଓଟି ଭାଇରାଲ ହେଉଛି, ତାହା ଗୁରୁବାର ୨୩ ମାର୍ଚ୍ଚ ରାତିର । ସେହି କାର୍ଯ୍ୟକ୍ରମରେ ଅନେକ ବଲିଉଡ୍‌ କଳାକାର ଯୋଗଦେଇଥିଲେ ।