Advertisment

୮୦ ବର୍ଷ ପର୍ଯ୍ୟନ୍ତ ଶାହରୁଖଙ୍କ ସହ ରୋମାନ୍ସ କରିବାକୁ ଇଛା: ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ କହିଛନ୍ତି ଯେ ସେ ଚାହୁଁଛନ୍ତି ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ଅଦ୍ୟତନ ହୋଇଛି
Rani Mukerji Wants Onscreen Romance With Shah Rukh Khan

Rani Mukerji wants to do onscreen romance with shah rukh khan

Advertisment

'ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ' ଚଳଚ୍ଚିତ୍ର ପାଇଁ ଆଜିକାଲି ରାନୀ ମୁଖାର୍ଜୀ ଚର୍ଚ୍ଚାରେ ଅଛନ୍ତି। ମାର୍ଚ୍ଚ ୧୭ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ରାନୀ ଜଣେ ଦମଦାର ମା’ ଭୂମିକାରେ ନଜର ଆସିଛନ୍ତି। ତେବେ ଏହାରି ଭିତରେ ଫିଲ୍ମର ସଫଳତା ଓ ଶାହରୁଖ ଖାନ ଙ୍କ ସହ ରୋମାନ୍ସ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ରାନୀ। ଅଭିନେତ୍ରୀ କହିଛନ୍ତି ଯେ ସେ ଚାହୁଁଛନ୍ତି ସେ ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ କରିଛନ୍ତି।

Advertisment

ଏକ ସାକ୍ଷାତକାରରେ ରାନୀଙ୍କୁ ପଚରାଯାଇଥିଲା କି ଶାହରୁଖଙ୍କ ସହ ଖୁବ ଶୀଘ୍ର ଫିଲ୍ମ ଆସିବ କି ନାହିଁ? ଏହାକୁ ନେଇ ସେ କହିଛନ୍ତି ଯେ “ଶାହରୁଖ ଏବଂ ମୋତେ ଧ୍ୟାନରେ ରଖି କେହି ଲେଖକ ଏକ ପ୍ରେମ କାହାଣୀ ଲେଖିବା ଉଚିତ। ମୁଁ ସବୁବେଳେ କୁହେ ଯେ ମତେ ଶାହରୁଖଙ୍କ ସହ ରୋମାନ୍ସ କରିବାକୁ ଭଲ ଲାଗେ। ମୁଁ ବୃଦ୍ଧ ହେବା ପର୍ଯ୍ୟନ୍ତ ତାଙ୍କ ସହ ରୋମାନ୍ସ କରିବାକୁ ପସନ୍ଦ କରିବି, ଅର୍ଥାତ୍ ମୁଁ ୮୦ ବର୍ଷର ହୋଇଥିବି ଏବଂ ସେ ୯୫ ବର୍ଷର।”

ଅଧିକ ପଢ଼ନ୍ତୁ: ଅଭିଷେକଙ୍କୁ ବାହା ହୋଇଥାନ୍ତେ ରାନୀ ମୁଖାର୍ଜୀ; ଗୋଟିଏ ଚୁମ୍ବନ ସବୁ ସାରିଦେଲା

Advertisment
Rani Mukerji wants to do onscreen romance with shah rukh khan(୮୦ ବର୍ଷ ପର୍ଯ୍ୟନ୍ତ ଶାହରୁଖଙ୍କ ସହ ରୋମାନ୍ସ କରିବାକୁ ରାନୀଙ୍କ ଇଛା)

ଶାହରୁଖ ଏବଂ ରାନୀଙ୍କ ଯୋଡିକୁ ମଧ୍ୟ ପରଦାରେ ଦର୍ଶକମାନେ ବହୁତ ପସନ୍ଦ କରନ୍ତି। ରାନୀ ମଧ୍ୟ ଶାହରୁଖଙ୍କ ସହ ଅନେକ ଫିଲ୍ମରେ ରୋମାନ୍ସ କରିଛନ୍ତି। ଏଥିମଧ୍ୟରେ 'ଚଲ୍‌ତେ ଚଲ୍‌ତେ', 'କୁଛ କୁଛ ହୋତା ହେ', 'ପହେଲି' ଏବଂ 'କଭି ଅଲ୍‌ବିଦା ନା କହନା' ରହିଛି।

'ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ' ରିଲିଜ୍ ହେବା ପରେ ଶାହରୁଖ ଟ୍ୱିଟର୍‌ରେ ରାନୀ ଏବଂ ନିର୍ଦ୍ଦେଶକ ଆଶିମା ଛିବ୍ବରଙ୍କୁ ପ୍ରଶଂସା କରି ଏକ ପୋଷ୍ଟ୍‌ ଶେୟାର କରିଥିଲେ। ଶାହରୁଖ ଲେଖିଥିଲେ, “ଫିଲ୍ମର ପୁରା ଟିମ୍ କେତେ ଭଲ କାମ କରିଛନ୍ତି। ମୁଖ୍ୟ ଭୂମିକାରେ ଥିବା ମୋ ରାନୀ ଯେପରି ଚମକୁଛନ୍ତି। ନିର୍ଦ୍ଦେଶକ ଆଶିମା ଫିଲ୍ମରେ ସମ୍ବେଦନଶୀଳତା ସହ ଏକ ମାନବୀୟ ସଂଘର୍ଷ ଦେଖେଇଛନ୍ତି। ରାନୀ ମଧ୍ୟ ତାଙ୍କଠାରୁ ଏହି ପ୍ରଶଂସା ପାଇବା ପରେ ବହୁତ ଖୁସି ହୋଇଯାଇଥିଲେ।

Advertisment

'ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ'ର କାହାଣୀ ସାଗରିକା ଚାଟାର୍ଜୀଙ୍କ ଜୀବନୀ ଉପରେ ଆଧାରିତ, ଯାହା ତାଙ୍କ ପୁସ୍ତକ 'ଦ ଜର୍ଣ୍ଣି ଅଫ୍ ଏ ମଦର'ରୁ ନିଆଯାଇଛି। ରାନୀ ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ପିଲାମାନଙ୍କୁ ନରୱେର ଶିଶୁ କଲ୍ୟାଣ ସେବା ନିଜ ଅଧିନକୁ ନେଇଯାଇଥିଲା। ଏହି କାହାଣୀରେ ନିଜ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ଜଣେ ମା’ର ସଂଗ୍ରାମକୁ ଚିତ୍ରିତ କରାଯାଇଛି। ରାନୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଜିମ୍‌ ସର୍ଭ ଏବଂ ନୀନା ଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦ କୋଟିରୁ ଅଧିକ ଆୟ କରିଛି ଏବଂ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ପାଉଛି। ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ସପ୍ତାହରେ ୯.୬୮ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୬.୦୧ କୋଟି ଟଙ୍କା ରୋଜଗାର କରିଛି। ସେହିପରି ତୃତୀୟ ସପ୍ତାହରେ, ଏହା ଆନୁମାନିକ ୨.୨୬ କୋଟି ଟଙ୍କା ଆୟ କରିଛି। ଏଭଳି ପରିସ୍ଥିତିରେ ସାରା ଦେଶରେ ଏହାର ମୋଟ ଆୟ ବର୍ତ୍ତମାନ ୧୭.୯୪ କୋଟି ଟଙ୍କା ହୋଇଛି।

ଯେତେବେଳେ ରାନୀଙ୍କୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ଏବେ ମଧ୍ୟ ଭଲ ସ୍କ୍ରିପ୍ଟକୁ ଅପେକ୍ଷା କରିଛନ୍ତି। ଏହା ବ୍ୟତୀତ ରାନୀ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିବାକୁ ନେଇ କହିଛନ୍ତି, “ମୁଁ ପୁନର୍ବାର ଶିବାନୀ ଶିବାଜୀ ରାୟ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛି। ମୁଁ ପ୍ରକୃତରେ ଏହାକୁ ଉପଭୋଗ କରୁଛି।" ଅଭିନେତ୍ରୀଙ୍କ କଥାରୁ 'ମର୍ଦାନୀ ୩' ପ୍ରତି ଇଶାରା ଯାଉଥିବା ବିଶ୍ୱାସ କରାଯାଏ।

Bollywood Rani Mukherjee Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ