• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜବରଦସ୍ତ ଟ୍ରୋଲ ହେଉଛନ୍ତି ରଣବୀର । ସୋସିଆଲ ମିଡିଆରେ ବଲିଉଡ୍‌ ଷ୍ଟାର ରଣବୀର କାପୁରଙ୍କୁ କରାଯାଉଛି ଜବରଦସ୍ତ ଟ୍ରୋଲ । ତେବେ ଆଜିକାଲି ବଲିଉଡ୍‌ ଷ୍ଟାରଙ୍କ କ୍ରେଜ୍‌ କମିଯାଇଥିବା ବେଳେ ସେମାନଙ୍କୁ ଟ୍ରୋଲ କରାଯିବା କିଛି ବଡ଼ କଥା ନୁହେଁ । ଏମିତିକି ବଲିଉଡ୍‌ ଫିଲ୍ମ ଆସିବା ମାନେ ଲୋକେ ନାକ ଟେକିବା ଆରମ୍ଭ କଲେଣି । ପିଲ୍ମରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ଦେଖିଲେ ସିଧା ବୟକଟ୍ ନାରା । ଏମିତିରେ ବି ‘ବଲିଉଡ୍‌କୁ ବୟ କଟ୍‌’ ନାରା ଦୀର୍ଘ ଦିନ ଧରି ଚାଲି ଆସିଛି । ଆଉ ଅନେକ ଫିଲ୍ମ ଏହାର ଶିକାର ମଧ୍ୟ ହୋଇଛନ୍ତି । ଅନେକ ବଡ଼ ବଡ଼ କଳାକାରଙ୍କ ଅହଙ୍କାର ମଧ୍ୟ ଭାଙ୍ଗିଦେଇଛି ଏହି ବୟ କଟ୍ ନାରା

ତେବେ ହଠାତ୍‌ ରଣବୀର କାପୁରଙ୍କୁ କାହିଁକି ଟ୍ରୋଲ କରାଯାଉଛି ଆପଣ ଭାବୁଥିବେ । ତାଙ୍କର କୌଣସି ଫିଲ୍ମ ତ ଏବେ ଆସିବାର ନାହିଁ । ତେବେ କେଉଁ ପ୍ରସଙ୍ଗରେ ତାଙ୍କୁ କରାଯାଉଛି ଟ୍ରୋଲ । ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପୂର୍ବରୁ ଟ୍ରୋଲ ହୋଇଥିଲେ ରଣବୀର । ହେଲେ ଏବେ ତ ସେହି ବିଷୟ ପୁରୁଣା ହୋଇସାରିଲାଣି । ତାହାଲେ କାହିଁକି ସୋସିଆଲ ମିଡିଆରେ ରଣବୀରଙ୍କୁ କରାଯାଉଛି ତାତ୍ସଲ୍ୟ ।

ପୁରା କାହାଣୀ ଉପରେ ଯଦି ନଜର ପକାଇବା ତେବେ ଜାଣିବା ଯେ, ରଣବୀର ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି ସେ ଏବେ ଛୁଟିରେ ରହିଛନ୍ତି । ପିତା ହେବାର ଦାୟିତ୍ୱ ତୁଲାଇବା ପାଇଁ ସେ ଛୁଟି ନେଇଛନ୍ତି । ବାସ୍‌ ଏତିକି କଥା । ରଣବୀରଙ୍କ ଏହି କଥା ଶୁଣିବା ପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ । 

ଅନେକ କହିଛନ୍ତ ଆପଣଙ୍କର ତ କ୍ୟାରିୟର ଶେଷ ହେଲାଣି, ଆଉ ଛୁଟି ନେବେ କ’ଣ କହୁଛନ୍ତି । ଆପଣଙ୍କ ପାଖରେ ତ ଏବେ କିଛି ବି ଫିଲ୍ମ ନାହିଁ । ଆପଣ ଫିଲ୍ମ ଲାଇନ୍‌ରୁ ଛୁଟି ନେବା କଥା ଅତ୍ୟନ୍ତ ହାସ୍ୟସ୍ପଦ । ଆଉ ଜଣେ ୟୁଜର ଗାଳି କରି କହିଛନ୍ତି ୫ ବର୍ଷରେ ଗୋଟିଏ ଫିଲ୍ମ କରୁଛନ୍ତି, ଆଉ କେତେ ଛୁଟି ନେବେ । ଅନ୍ୟ ଜଣେ ୟୁଜର କହିଛନ୍ତି ଆଲିଆ ଭଟ୍ଟ ଓ ରଣବୀର ସିଂହଙ୍କ ଭଲି ଆକ୍ଟିଭ୍ କିମ୍ବା କାମିକିଆ ନୁହଁନ୍ତି ରଣବୀର କାପୁର । ଏହାସହ ରଣବୀର କାପୁରଙ୍କୁ ଅନେକ ୟୁଜର ଅଳସୁଆ ମଧ୍ୟ କହିଛନ୍ତି ।  ଆଉ କେହି କେହି କହିଛନ୍ତି, ରଣବୀର ସବୁ ଦିନ ପାଇଁ ନେଇ ବା ପରମାନେଣ୍ଟଲି ରିଟାୟାରମେଣ୍ଟ ନେଇଯାଆନ୍ତୁ ।

ତେବେ ଏହି ଟ୍ରୋଲ ପଛରେ ବି ଏକ କାରଣ ରହିଛି । ରଣବୀର କାପୁର କିଛି ଦିନ ପୂର୍ବରୁ କହିଥିଲେ ଯେ, ଆଲିଆଙ୍କ କ୍ୟାରିୟରରେ ଟିକେ ବି ଆଞ୍ଚ ଆସିବାକୁ ଦେବେନି । ଆଲିଆ ଓ ରଣବୀର ମିଶି ଛୁଆର ଦାୟିତ୍ୱ ନେବେ । ଆଲିଆଙ୍କର ଯାହା ସ୍ୱପ୍ନ ରହିଛି ସେ ସବୁ ପୁରଣ କରିବାରେ ସେ ପୁରା ସହଯୋଗ କରିବେ । ଆଲିଆ ଓ ରଣବୀର ଦୁହେଁ ଫିଲ୍ମ ଲାଇନ୍‌ରୁ ଆସିଛନ୍ତି । ତେଣୁ ତାଙ୍କ ପିଲା ଦିନ ମାଆଙ୍କ ପାଖରେ କଟିଛି । ବାପା ସବୁବେଳେ କାମରେ ବ୍ୟସ୍ତ ଥିବାରୁ ବାପାଙ୍କ ସ୍ନେହ ଆଦର ତାଙ୍କ ପାଇଁ ଟିକେ କମ୍ ରହିଥିଲା । ତେଣୁ ରଣବୀର ନିଜ ସନ୍ତାନକୁ ବାପାର ଭଲପାଇବାରୁ ବଞ୍ଚିତ କରିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ । ନିଜ ସନ୍ତାନ ପାଇଁ ସମୟ ଦେବେ ବୋଲି ରଣବୀର ଗୋଟିଏ ଫିଲ୍ମ ଅଫରକୁ ମନା କରିଥିବା ମଧ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହାରି ଭିତରେ ଆଲିଆଙ୍କ ହାତରେ କିନ୍ତୁ ଦୁଇରୁ ଅଧିକ ବଡ଼ ବଡ଼ ଫିଲ୍ମ ରହିଛି । ଏହାରି ଭିତରେ ହିଁ ଆଲିଆ ଦୁଇଟି ପିଲ୍ମ ସାଇନ୍‌ କରିଛନ୍ତି । ଏବେ ବି ଅନେକ ପ୍ରୋଜେକ୍ଟ ତାଙ୍କ ହାତ ପାହାଁତାରେ ରହିଛି । ଗୋଟିଏ ପଟେ ରଣବୀର ପ୍ରୋଜେକ୍ଟ ରିଜେକ୍ଟ କରୁଥିବା ବେଳେ ଅନ୍ୟପଟେ ଆଲିଆ ଫିଲ୍ମ ପରେ ଫିଲ୍ମ ସାଇନ୍ କରିବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦେଖି ଟ୍ରୋଲର ରଣବୀରଙ୍କୁ ଅଧିକ ଟ୍ରୋଲ କରୁଛନ୍ତି ।