/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736582462.jpg)
Ram charan game changer had blockbuster opening with 186 crore on first day
ବର୍ତ୍ତମାନ ଲାଗୁଛି ୨୦୨୪ ପରି ୨୦୨୫ରେ ବି ବକ୍ସ ଅଫିସରେ ତେଲୁଗୁ ସିନେମା ରାଜ୍ କରିବାକୁ ଯାଉଛି। ପ୍ରଥମେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।
ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ର କ୍ରେଜ୍ କମି କମି ଆସୁଥିବା ବେଳେ ଫାଇଦା ଉଠାଇଛି ରାମ ଚରଣଙ୍କ ‘ଗେମ୍ ଚେଞ୍ଜର’। ପ୍ରଥମ ଦିନରେ ଏକ ବଡ ସଂଖ୍ୟାରେ ଖାତା ଖୋଲିଛି। ଏହା ଆଶା ଠାରୁ ବହୁତ ଅଧିକ ରୋଜଗାର କରିଛି। ପ୍ରଥମ ଦିନରେ ରୋଜଗାର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଅଧିକ ପଢ଼ନ୍ତୁ: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍
ରାମ ଚରଣ, କିଆରା ଆଡଭାନି ଏବଂ ଏସ୍ଜେ ସୂର୍ଯ୍ୟାଙ୍କ ‘ଗେମ୍ ଚେଞ୍ଜର’କୁ ସୋସିଆଲ ମିଡିଆ ତଥା ସମାଲୋଚକମାନଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳୁଛି। ତେବେ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସ୍ରେ କେତେ ରୋଜଗାର କଲା ସିନେମା ପ୍ରେମୀମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି।
Box Office: #GameChanger Opening Day Early Estimateshttps://t.co/JBCrOQ2LIj
— Sacnilk Entertainment (@SacnilkEntmt) January 10, 2025
ଏହାରି ଭିତରେ ‘ଗେମ୍ ଚେଞ୍ଜର୍’ର ନିର୍ମାତା ପ୍ରଶଂସକମାନଙ୍କ ସହ ଫିଲ୍ମର ବିଶ୍ୱବ୍ୟାପୀ ତଥ୍ୟ ଶେୟାର କରିଛନ୍ତି, ଯାହା ପରେ ପ୍ରଶଂସକମାନେ ‘ଗେମ୍ ଚେଞ୍ଜର୍’କୁ ପ୍ରକୃତ ଗେମ୍ ଚେଞ୍ଜର ଏବଂ ବ୍ଲକବଷ୍ଟର ବୋଲି କହୁଛନ୍ତି।
ଫିଲ୍ମର ନିର୍ମାତା ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟର୍ ଶେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, “ଗେମ୍ ଚେଞ୍ଜିଂ ବ୍ଲକ୍ବଷ୍ଟର୍ ୧୮୬ ପ୍ଲସ୍ କୋଟି GBOC ୱାର୍ଲ୍ଡୱାଇଡ୍ ପ୍ରଥମ ଦିନ”।
BREAKING: Game Changer takes ₹1️⃣0️⃣0️⃣ cr+ opening at the WW Box Office.
Actuals in the morning.
— Manobala Vijayabalan (@ManobalaV) January 10, 2025
ଏଣ୍ଟରଟେନ୍ମେଣ୍ଟରେ ବିସ୍ଫୋରଣ:
ଏହି ପୋଷ୍ଟର ଶେୟାର କରିବାବେଳେ ଏହାର କ୍ୟାପ୍ସନ୍ରେ ଲେଖାଯାଇଛି, ପ୍ରେକ୍ଷାଳୟରେ କିଙ୍ଗ୍ ସାଇଜ୍ ଏଣ୍ଟରଟେନ୍ମେଣ୍ଟର ବିସ୍ଫୋରଣ। ୨୦୨୫ର ସବୁଠୁ ବଡ ଏଣ୍ଟରଟେନର୍ ଫିଲ୍ମ ‘ଗେମ୍ ଚେଞ୍ଜର୍’ର ବକ୍ସ
ଅଫିସ୍ରେ ଧମାକାଦାର ଆରମ୍ଭ। ବ୍ଲକବଷ୍ଟର୍ ‘ଗେମ୍ ଚେଞ୍ଜର୍’ ପ୍ରଥମ ଦିନରେ ସାରା ବିଶ୍ୱରେ ୧୮୬ କୋଟି ଟଙ୍କା ରୋଜଗାର କରିଛି। ବର୍ତ୍ତମାନ ଟିକେଟ୍ ବୁକ୍ କରନ୍ତୁ!”
ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ
୧୦୦୦ କୋଟି ଆସିବା ବାକି:
ଏହା ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - ୧୦୦୦ କୋଟି ଆସିବା ବାକି ରହିଲା। ଅନ୍ୟ ଜଣେ ଲେଖିଛନ୍ତି - ବକ୍ସ ଅଫିସ୍ରେ ମନ୍ସଟର୍ ଆସିଗଲା। ଆଉ ଜଣେ ଲେଖିଛନ୍ତି - ଏହି ଫିଲ୍ମ ଆଶାଠାରୁ ବହୁତ ଉପରେ।
ତେବେ ‘ଗେମ୍ ଚେଞ୍ଜର୍’ ଭାରତରେ ୫୧.୨୫ କୋଟି ଟଙ୍କା ରୋଜଗାର କରିଛି, ଯେଉଁଥିରେ ତେଲୁଗୁ ଭାଷାରେ ସର୍ବାଧିକ ୪୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ହିନ୍ଦୀରେ ୭ କୋଟି ଟଙ୍କା, ତାମିଲରେ ୨.୧ କୋଟି ଟଙ୍କା, ମାଲାୟାଲମରେ ୫ ଲକ୍ଷ ଟଙ୍କା ଏବଂ କନ୍ନଡରେ ୧ ଲକ୍ଷ ଟଙ୍କା ରୋଜଗାର କରିଛି।
'ପୁଷ୍ପା ୨' - 'ଦେବରା' ଠାରୁ ପଛରେ ରହିଗଲା:
'ଗେମ୍ ଚେଞ୍ଜର୍' ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କାର ରେକର୍ଡ ସୃଷ୍ଟି କରିଥିଲେ ବି, ତଥାପି ଏହା ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ 'ପୁଷ୍ପା ୨' ଏବଂ ଜୁନିୟର୍ ଏନ୍ଟିଆରଙ୍କ ଫିଲ୍ମ 'ଦେବରା'ର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହିଁ।
'ପୁଷ୍ପା ୨' ନିର୍ମାତାଙ୍କ ଅନୁଯାୟୀ ଏହି ଫିଲ୍ମ ୨୯୪ କୋଟି ଟଙ୍କାରେ ସାରା ବିଶ୍ୱରେ ଖାତା ଖୋଲିଥିବାବେଳେ ଭାରତରେ ୧୭୫ କୋଟି ଟଙ୍କାରେ ଖାତା ଖୋଲିଥିଲା। ଏଥି ସହିତ ଟ୍ରେଡ୍ ଆନାଲିଷ୍ଟ୍ ରମେଶ ବାଲାଙ୍କ ଅନୁଯାୟୀ ‘ଦେବରା’ ୧୭୨ କୋଟି ଟଙ୍କାରେ ବିଶ୍ୱ ବକ୍ସ ଅଫିସରେ ଏଣ୍ଟ୍ରୀ କରିଥିଲା। ଏହା ଘରୋଇ ବକ୍ସ ଅଫିସରେ ୭୭ କୋଟି ଟଙ୍କା ରୋଜଗାର କରିଥିଲା।
ବର୍ତ୍ତମାନ ଦେଖିବାକୁ ପଡିବ ଯେ ‘ଗେମ୍ ଚେଞ୍ଜର୍’ ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ଓ ତୃତୀୟ ଦିନ ରବିବାର କେତେ ରୋଜଗାର କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)