• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାକ୍ଷୀ ସାୱନ୍ତଙ୍କ ୮୦ବର୍ଷୀୟ ବୁଢୀ ଲୁକ୍

ମୁମ୍ବାଇ: ବଲିଉଡର  ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ଏଥର ତାଙ୍କ ଫଟୋ ଦେଖି ଫ୍ୟାନ୍ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରାକ୍ଷୀ ଏବେ ନିଜର ନୂଆ ଲୁକ୍‌ରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସୂଚନା ଅନୁସାରେ ରାକ୍ଷୀ ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି , ଫଟୋରେ ସେ ଧଳା କେଶ, କଳା ଚଷମା, ଗାଲରେ କୁଞ୍ଚନ ଓ ବେକରେ ଷ୍ଟ୍ରାପ୍‌ ପିନ୍ଧି ଥିବାର ନଜର ଆସିଛନ୍ତି । ରାକ୍ଷୀଙ୍କ ଏହି ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ସହିତ ସେ ବେକରେ ବ୍ୟାଣ୍ଡେଜ୍ ପିନ୍ଧିଛନ୍ତି । ଏହି ଭଳି ଲୁକ୍ ରେ ରାକ୍ଷୀ ସେଲଫି ନେଉଥିବାର ନଜର ଆସିଛନ୍ତି । ଏଥିରେ ସେ ଧଳା ଏବଂ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଛନ୍ତି ।

ତେବେ ରାକ୍ଷୀଙ୍କର ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ରାକ୍ଷୀଙ୍କର ଏହି ଫଟୋ ଦେଖି ଫ୍ୟାନ୍ସ ମାନେ ରାକ୍ଷୀଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି ଫଟୋ ସେୟାର କରିବାବେଳେ ରାକ୍ଷୀ କ୍ୟାପସନରେ ଲେଖିଛନ୍ତି- ‘ଏହା କିଏ?’ ଏହି ସମୟରେ, ଅନ୍ୟ ଜଣେ ଉପଭୋକ୍ତା ଲେଖିଥିଲେ - ‘ଏହା କ’ଣ । ସେହିପରି ଆଉ ଜଣେ ୟୁଜର ରାକ୍ଷୀଙ୍କୁ ପଚାରିଥିଲେ ଯେ ଏହା ତାଙ୍କର ଆଗାମୀ କୈଣସୀ ପ୍ରୋଜେକ୍ଟର ଲୁକ୍ କି?

ଏହି ଫଟୋକୁ ରାକ୍ଷୀ ତାଙ୍କର ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି । ରାକ୍ଷୀଙ୍କର ଏହି ପୋଷ୍ଟରେ ଜସଲିନ୍‌ ମାଥୁରୁ ମଧ୍ୟ କମେଣ୍ଟ କରିଛନ୍ତି । ଜସଲିନ୍‌ ଲେଖିଛନ୍ତି -ରାକ୍ଷୀ ତୁମେ କେବେ ବି ଏମିତି ଲାଗିବନି ଯେବେ ତୁମେ ବୁଢ଼ୀ ଭଳି ଦେଖା ହେବ । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ ୮୦ ବର୍ଷର ରାଖୀ ସାୱନ୍ତ । ରାକ୍ଷୀ ସାୱନ୍ତଙ୍କର ଏହି ଭିନ୍ନ ଫଟୋକୁ ଦେଖି ତାଙ୍କର ପ୍ରଶଂସକ ପୂରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏହା ସହିତ ରାକ୍ଷୀଙ୍କର ଦ୍ୱିତୀୟ ଥର ଏକ ପୋଷ୍ଟରେ ରାକ୍ଷୀ ଦେଖେଇଛନ୍ତି କି ମେକଅପ୍‌ ମାଧ୍ୟମରେ ସେ ନିଜର ଏହି ଲୁକ୍‌ କେମିତି ନେଇଛନ୍ତି ।