/odishatv-khabar/media/post_attachments/uploadimage/library/16_9/16_9_0/s_1676018180.jpg)
Rakhi Sawant's Serious Allegation Against Her Husband Adil
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣି ସ୍ୱାମୀ ଆଦିଲ୍ ଦୁରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ETimes ରିପୋର୍ଟ ଅନୁସାରେ, ଆଦିଲ୍ ରାକ୍ଷୀଙ୍କ ନ୍ୟୁଡ୍ ଭିଡିଓ ଉଠାଇବା ସହ ଟଙ୍କା ପାଇଁ ଏହାକୁ ବିକ୍ରି ମଧ୍ୟ କରିଥିଲେ। ଅଭିଯୋଗ ଆଣି ରାକ୍ଷୀ କହିଛନ୍ତି, ‘ଆଦିଲ୍ ମୋ ନ୍ୟୁଡ୍ ଭିଡିଓ ଉଠାଇ ଏହାକୁ ଲୋକଙ୍କୁ ବିକ୍ରି କରିଛନ୍ତି। ଏନେଇ ମୁଁ ସାଇବରକ୍ରାଇମରେ ଅଭିଯୋଗ କରିଛି।’
ରାକ୍ଷୀ ଆହୁରି ଅଭିଯୋଗ କରିଛନ୍ତି, ଆଦିଲ୍ ତାଙ୍କୁ ଧୋକା ଦେଇଛନ୍ତି। ତନୁ ଚଣ୍ଡେଲ୍ ନାମକ ଜଣେ ଯୁବତୀଙ୍କ ସହ ଆଦିଲ୍ ପରକୀୟା ପ୍ରତି ରଖିଥିଲେ ଓ ତାଙ୍କୁ ବିବାହ କରିବେ। ଇନଷ୍ଟାଣ୍ଟ ବଲିଉଡ୍ ପକ୍ଷରୁ ଶେୟାର ହୋଇଥିବା ଭିଡିଓ ଅନୁସାରେ, ରାକ୍ଷୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆଦିଲ୍ ମୋତେ ଧୋକା ଦେଇଛନ୍ତି। ତେଣୁ ତାଙ୍କୁ ଜାମିନ୍ ମିଳିବା କଥା ନୁହେଁ। ମୋର ମେଡିକାଲ୍ ଟେଷ୍ଟ କରାଯାଇଛି ଓ ସବୁ ପ୍ରମାଣ ମଧ୍ୟ ମୁଁ ଦେଇ ସାରିଛି। ଆଦିଲ୍ ମୋତେ ନିର୍ଯାତନା ଦେଇଛନ୍ତି। ଓଟିପି ନେଇ ମୋ ଟଙ୍କା ସବୁ ନେଇ ଯାଇଛନ୍ତି।’
ମଙ୍ଗଳବାର ଦିନ ରାକ୍ଷୀଙ୍କ ସ୍ୱାମୀ ଆଦିଲ୍ଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା। ଏହାପରେ ଅନ୍ଧେରୀ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ରାକ୍ଷୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଆଦିଲ୍ଙ୍କୁ ଗିରଫ କରିଥିଲା।
A post shared by Filmymantra Media (@filmymantramedia)
ସୂଚନାଥାଉ କି, ଗତବର୍ଷ ଜାନୁଆରୀରେ ଆଦିଲ୍ଙ୍କ ସହ ରାକ୍ଷୀ ଯୋଗାଯୋଗରେ ଆସିଥିଲେ। ଏପରିକି ଉଭୟ ଏକ ଜଏଣ୍ଟ୍ ବିଜନେସ୍ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ରାକ୍ଷୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅଜାଣତରେ ଜୁନ୍ରେ ଆଦିଲ୍ ୧.୫ କୋଟିରୁ ଅଧିକ ଟଙ୍କା ଉଠାଇ ଏକ କାର୍ କିଣିଥିଲେ। ଏହା ଜାଣିବା ପରେ ରାକ୍ଷୀ ଚୁପ୍ ରହିଥିଲେ। କାରଣ ଆଦିଲ୍ ତାଙ୍କୁ ବାହା ହେବା ପାଇଁ କଥା ଦେଇଥିଲେ। ପରେ ଆଦିଲ୍, ରାକ୍ଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଉପରକୁ ଏସିଡ୍ ଫିଙ୍ଗି କିମ୍ବା ଦୁର୍ଘଟଣା ଘଟାଇ ଜୀବନରୁ ମାରି ଦେବାର ଧମକ ଆଦିଲ୍ ଦେଇଥିବା ରାକ୍ଷୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)