Advertisment

ଧୋକା ଦେଲେ, ମାଡ଼ ବି ମାରିଲେ...ଶେଷରେ ଗିରଫ ହେଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ୍‌

ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରି ଗିରଫ ହେଲେ ସ୍ୱାମୀ ଆଦିଲ୍‌ ଖାନ। ଧୋକା ଦେବା ପରେ ଆଦିଲ୍‌ କ୍ଷମା ମାଗିବା ପରିବର୍ତ୍ତେ  ତାଙ୍କ ଘରକୁ ଆସି ମାଡ଼ ମାରିଥିବା ରାକ୍ଷୀ ଅଭିଯୋଗ କରିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actress Rakhi Sawant Husband Adil Khan Arrested

Actress Rakhi Sawant Husband Adil Khan Arrested

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରି ଗିରଫ ହେଲେ ସ୍ୱାମୀ ଆଦିଲ୍‌ ଖାନ ଦୁରାନୀ। ଗତକାଲି ରାକ୍ଷୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ। ଆଦିଲ୍‌ଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀ ଆସିବାରୁ ଆଦିଲ, ରାକ୍ଷୀଙ୍କୁ ଧୋକା ଦେଇଥିବା ଅଭିନେତ୍ରୀ କହିଥିଲେ।

Advertisment

ଧୋକା ଦେବା ପରେ ଆଦିଲ୍‌ କ୍ଷମା ମାଗିବା ପରିବର୍ତ୍ତେ  ତାଙ୍କ ଘରକୁ ଆସି ମାଡ଼ ମାରିଥିବା ରାକ୍ଷୀ ଅଭିଯୋଗ କରିଛନ୍ତି । ତେବେ ରାକ୍ଷୀଙ୍କ ଅଭିଯୋଗ ପରେ ପୋଲିସ୍‌ ଆଦିଲ୍‌ଙ୍କୁ ଗିରଫ କରିଛି। କୁହାଯାଉଛି ଯେ, ଆଦିଲ୍‌ ରାକ୍ଷୀଙ୍କ ଘରକୁ ଆସିଥିବା ବେଳେ ଓସିୱାରା ପୋଲିସ୍‌ ଆସି ତାଙ୍କୁ ଗିରଫ କରିଥିଲା।

ଆଦିଲ୍‌ ଗିରଫ ପରେ ରାକ୍ଷୀ କହିଛନ୍ତି, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ସେ ମୋ ଜୀବନକୁ ନଷ୍ଟ କରି ଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋ ଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି’ ବୋଲି ରାକ୍ଷୀ ଅଭିଯୋଗ କରିଛନ୍ତି।

Advertisment

ସୂଚନାଥାଉ କି, ରାକ୍ଷୀ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ବୟଫ୍ରେଣ୍ଡ୍‌ ଆଦିଲ୍‌କୁ ସେ ବିବାହ କରିଥିବା ବେଳେ ଆଦିଲ୍‌ ତାଙ୍କୁ ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଥିଲା। ପରେ ଘଟଣାକୁ ନେଇ ଆଦିଲ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ରାକ୍ଷୀଙ୍କୁ ନିଜ ପତ୍ନୀ ଭାବେ ମାନିଥିଲେ। ଆଉ ଏବେ ରାକ୍ଷୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଦିଲ୍‌ ଗିରଫ ହୋଇଛନ୍ତି।

Rakhi Sawant
Advertisment
Advertisment