/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675849029.jpg)
Rakhi Sawant faints while talking to media
ସେପଟେ ଗିରଫ ହେଲେ ସ୍ୱାମୀ, ଏପଟେ ବେହୋସ ହେଲେ ରାକ୍ଷୀ। ସ୍ୱାମୀ ଆଦିଲ୍ ଖାନ ଗିରଫ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବେହୋସ ହୋଇପଡ଼ିଥିଲେ। ଆଦିଲ୍ଙ୍କ ବିରୋଧରେ ରାକ୍ଷୀ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଜାଣତରେ ଆଦିଲ୍ ତାଙ୍କ ଫ୍ଲାଟ୍ରୁ ଟଙ୍କା, ସୁନା ଅଳଙ୍କାର ଚୋରି କରିବା ସହ ତାଙ୍କୁ ମାଡ଼ ମାରିଥିବା ରାକ୍ଷୀ ଅଭିଯୋଗ କରିଛନ୍ତି। ଗତବର୍ଷ ବିଜ୍ନେସ୍ ମ୍ୟାନ୍ ଆଦିଲ୍ଙ୍କୁ ରାକ୍ଷୀ ବାହା ହୋଇଥିଲେ।
ଓସିୱାରା ପୋଲିସ୍ ଷ୍ଟେସନ ବାହାରେ ଆଦିଲ୍ଙ୍କ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାକ୍ଷୀ କହିଥିଲେ, ପୋଲିସ୍ରେ ଅଭିଯୋଗ ପରେ ଦିନ ତମାମ ଆଦିଲ୍ ତାଙ୍କୁ ଫୋନ୍ ଉପରେ ଫୋନ୍ କରିଥିଲେ। ଏଭଳି କିଛି କହୁଥିବା ବେଳେ ରାକ୍ଷୀ ହଠାତ୍ ବେହୋସ ହୋଇପଡ଼ିଥିଲେ। ଏହାପରେ ସେଠାରେ ଉପସ୍ଥିତ କିଛି ଲୋକ ରାକ୍ଷୀଙ୍କ ମୁହଁକୁ ପାଣି ଛିଞ୍ଚିଥିଲେ ଓ ରାକ୍ଷୀଙ୍କ ଚେତା ଫେରିଥିଲା।
ଆଦିଲ୍ ଗିରଫ ପରେ ରାକ୍ଷୀ କହିଛନ୍ତି, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ସେ ମୋ ଜୀବନକୁ ନଷ୍ଟ କରି ଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋ ଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି’ ବୋଲି ରାକ୍ଷୀ ଅଭିଯୋଗ କରିଛନ୍ତି।
ସୂଚନାଥାଉ କି, ଗତବର୍ଷ ଜାନୁଆରୀରେ ଆଦିଲ୍ଙ୍କ ସହ ରାକ୍ଷୀ ଯୋଗାଯୋଗରେ ଆସିଥିଲେ। ଏପରିକି ଉଭୟ ଏକ ଜଏଣ୍ଟ୍ ବିଜନେସ୍ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ରାକ୍ଷୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅଜାଣତରେ ଜୁନ୍ରେ ଆଦିଲ୍ ୧.୫ କୋଟିରୁ ଅଧିକ ଟଙ୍କା ଉଠାଇ ଏକ କାର୍ କିଣିଥିଲେ। ଏହା ଜାଣିବା ପରେ ରାକ୍ଷୀ ଚୁପ୍ ରହିଥିଲେ। କାରଣ ଆଦିଲ୍ ତାଙ୍କୁ ବାହା ହେବା ପାଇଁ କଥା ଦେଇଥିଲେ। ପରେ ଆଦିଲ୍, ରାକ୍ଷୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଉପରକୁ ଏସିଡ୍ ଫିଙ୍ଗି କିମ୍ବା ଦୁର୍ଘଟଣା ଘଟାଇ ଜୀବନରୁ ମାରି ଦେବାର ଧମକ ଆଦିଲ୍ ଦେଇଥିବା ରାକ୍ଷୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)