Advertisment

ରାଖୀ ସାୱନ୍ତଙ୍କୁ ବସିଲା ସାଙ୍ଘାତିକ ମାଡ଼ ! ସିଧା ଟେକିଲେ ଆଉ ତଳେ କଚାଡ଼ିଦେଲେ

ଆଜିକାଲି ରାଖୀ ସାୱନ୍ତଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ ମାଡ଼ ଖାଇ ଆହତ ହୋଇଥିବା ଦେଖାଯାଏ। ତାଙ୍କ ଅବସ୍ଥା ଏମିତି ହେଲା ଯେ ତାଙ୍କୁ ଟେକି ଟେକି ଡାକ୍ତରଖାନା ନେବାକୁ ପଡିଲା।

ଅଦ୍ୟତନ ହୋଇଛି
Rakhi Sawant Beaten Badly In WWE Fight

Rakhi Sawant beaten badly in wwe fight

Advertisment

ରାଖୀ ସାୱନ୍ତଙ୍କୁ ବଲିଉଡ୍‌ର ଡ୍ରାମା କ୍ୱିନ୍ ଭାବେ ଗଣାଯାଏ। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଶୋ’ ପର୍ଯ୍ୟନ୍ତ ସେ ଅନେକ ଡ୍ରାମା କରୁଥିବା ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ସେ କୁସ୍ତି ଜିମ୍‌ରେ ମଧ୍ୟ ଲୋକଙ୍କୁ ମନୋରଞ୍ଜନ କରିଛନ୍ତି। ଆଜିକାଲି ରାଖୀ ସାୱନ୍ତଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ ମାଡ ଖାଇ ଆହତ ହୋଇଥିବା ଦେଖାଯାଏ।

Advertisment

ରାଖୀ ସାୱନ୍ତଙ୍କ ଏହି ଭିଡିଓ କୁସ୍ତି ରିଙ୍ଗ୍‌ରୁ ଆସିଛି, ଯେଉଁଠାରେ ସେ କୁସ୍ତି ସମୟରେ ଆହତ ହୋଇଥିଲେ। ସେ ରେସ୍‌ଲିଂ ରିଙ୍ଗ୍‌ରେ ପ୍ରବେଶ କରିଥିଲେ ଏବଂ ରେସ୍‌ଲର୍‌ ତାଙ୍କୁ ଏପରି ଭାବରେ ଫିଙ୍ଗିଦେଲେ ଯେ ରାଖୀ ସିଧା ଡାକ୍ତରଖାନାକୁ ଗଲେ। ତେବେ ଏହା ଏକ ଥ୍ରୋବ୍ୟାକ୍ ଭିଡିଓ ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରନ୍ତି।

ଅଧିକ ପଢ଼ନ୍ତୁ: ରାଖୀ ସାୱନ୍ତଙ୍କୁ ଦେଖି ଉତ୍ସାହିତ ହୋଇପଡିଲେ ରଣବୀର ସିଂହ

ଭିଡିଓରେ ରାଖୀ କୁସ୍ତି ରିଙ୍ଗ୍‌ରେ ଜଣେ ମହିଳା ରେସ୍‌ଲର୍‌ଙ୍କ ସହ ଲଢୁଥିବା ନଜର ଆସିଛନ୍ତି। ଏହି କୁସ୍ତିରେ ରାଖୀ ଜିତି ନଥିଲେ, କିନ୍ତୁ ହାରିବା ପରେ ମଧ୍ୟ ସେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

Advertisment

ରାଖୀ ସାୱନ୍ତ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ସେ ସିଲ୍କ୍ ଲାଲ୍ ସୁଟ୍ ସହିତ ସ୍ପୋର୍ଟ୍ସ ଜୋତା ପିନ୍ଧିଛନ୍ତି ଏବଂ ରେସ୍‌ଲର୍‌ଙ୍କ ସହ ଲଢିବା ପାଇଁ ରେସଲିଂ ରିଙ୍ଗ୍‌କୁ ଡେଇଁପଡିଛନ୍ତି। କିନ୍ତୁ ରେସ୍‌ଲର୍ ତାଙ୍କ ଅବସ୍ଥାକୁ ଏମିତି କରିଥିଲେ ଯେ ସେ ସିଧା ଡାକ୍ତରଖାନାକୁ ଯାଇଥିଲେ।

ଅଧିକ ପଢ଼ନ୍ତୁ: ମୁଁ କାହିଁକି ରେପ୍ ସିନ୍ କରିବି, ମୋତେ ଅଭିନୟ କରିବାର ସୁଯୋଗ ମିଳୁ : ରାଖି ସାୱନ୍ତ

Advertisment

ଏହି ଭାଇରାଲ ଭିଡିଓ ରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ କୁସ୍ତି ପରେ ରାଖୀ ସାୱନ୍ତଙ୍କୁ ଦୁଇଜଣ ମହିଳା ନେଇକି ଯାଉଛନ୍ତି। ତାଙ୍କ ଅବସ୍ଥା ଏମିତି ହୋଇଯାଇଛି ଯେ ସେ ଠିକରେ ଚାଲିବି ପାରୁ ନାହାନ୍ତି।

ରାଖୀ ସାୱନ୍ତ ଆଜିକାଲି ବିଗ୍ ବସ୍ ଘରେ ଅଛନ୍ତି ଏବଂ ତାଙ୍କ ଭିଡିଓ ସେଠାରୁ ଭାଇରାଲ୍ ହେଉଛି। ନିକଟରେ ସୋସିଆଲ ମିଡିଆ ରେ ରାଖୀଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଘର ଭିତରେ ବ୍ରେକ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ ଭିଡିଓ ରେ ରାଖୀଙ୍କ ଲୁକ୍ ଅତ୍ୟନ୍ତ ମଜାଳିଆ ଏବଂ ସେ ଘର ଚାରିପଟେ ନାଚୁଥିବା ବେଳେ ପ୍ରଶଂସକମାନେ ପସନ୍ଦ କରୁଛନ୍ତି।

Rakhi Sawant Viral Video WWE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ