Advertisment

'ସ୍ତ୍ରୀ ୨' ରିଲିଜ୍ ନ ହେଉଣୁ କଲାଣି ହଲ୍‌ଚଲ୍; ରୋଜଗାରରେ ଭାଙ୍ଗିଲାଣି ରେକର୍ଡ

'ସ୍ତ୍ରୀ ୨' ରିଲିଜ୍ ହେବା ପୂର୍ବରୁ ହଲ୍‌ଚଲ୍ ସୃଷ୍ଟି କରିବା ଆରମ୍ଭ କରିଛି। ଫିଲ୍ମଟି ଆଗୁଆ ବୁକିଂରେ ବହୁତ ଭଲ ରୋଜଗାର କରୁଛି। ଯେଉଁଭଳି ଭାବରେ ଟିକେଟ୍ ଆଗୁଆ ବୁକିଂରେ ବିକ୍ରି ହେଉଛି, ଏହା ସ୍ପଷ୍ଟ ଯେ ଫିଲ୍ମଟି ଉଦ୍‌ଘାଟନୀ ଦିବସରେ ବକ୍ସ ଅଫିସରେ ହଇଚଇ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
rajkummar rao shraddha kapoor film stree 2 advance booking

rajkummar rao shraddha kapoor film stree 2 advance booking

ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍-କମେଡି ଫିଲ୍ମ 'ସ୍ତ୍ରୀ ୨' ରିଲିଜ୍ ହେବା ପୂର୍ବରୁ ହଲ୍‌ଚଲ୍ ସୃଷ୍ଟି କରିବା ଆରମ୍ଭ କରିଛି। ଫିଲ୍ମଟି ଆଗୁଆ ବୁକିଂରେ ବହୁତ ଭଲ ରୋଜଗାର କରୁଛି। ଯେଉଁଭଳି ଭାବରେ ଟିକେଟ୍ ଆଗୁଆ ବୁକିଂରେ ବିକ୍ରି ହେଉଛି, ଏହା ସ୍ପଷ୍ଟ ଯେ ଫିଲ୍ମଟି ଉଦ୍‌ଘାଟନୀ ଦିବସରେ ବକ୍ସ ଅଫିସରେ ହଇଚଇ କରିବ। ସବୁଠାରୁ ବଡ କଥା ହେଲା 'ସ୍ତ୍ରୀ ୨' ରିଲିଜ୍ ପୂର୍ବରୁ ପୂର୍ବ ଫିଲ୍ମ 'ସ୍ତ୍ରୀ'ର ରେକର୍ଡ ଭାଙ୍ଗିଛି।

Advertisment

'ସ୍ତ୍ରୀ ୨' ର ପ୍ରଥମ ଭାଗ ଅର୍ଥାତ୍ 'ସ୍ତ୍ରୀ' ପ୍ରଥମ ଦିନରେ ସାରା ଦେଶରେ ୬.୮୨ କୋଟି ଟଙ୍କା ବ୍ୟବସାୟ କରିଥିଲା, କିନ୍ତୁ 'ସ୍ତ୍ରୀ ୨' ଆଗୁଆ ବୁକିଂରେ ଏହି ରେକର୍ଡକୁ ଭାଙ୍ଗି ଦେଇଛି। ଫିଲ୍ମ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୨ ଲକ୍ଷ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।

ଅଧିକ ପଢନ୍ତୁ : Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍

Advertisment

ଅଗ୍ରୀମ ବୁକିଂରେ ୭ କୋଟି ଟଙ୍କା ଅତିକ୍ରମ:

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ହରର୍‌-କମେଡି ଫିଲ୍ମ 'ସ୍ତ୍ରୀ ୨'ର ଆଗୁଆ ବୁକିଂରେ ୨,୪୪,୭୫୯ ଟିକେଟ୍ ବିକ୍ରି ହୋଇସାରିଛି। ଏହି ଉପାୟରେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ୭.୫୨ କୋଟି ଟଙ୍କା ରୋଜଗାର କରିଛି। ଆକଳନ କରାଯାଇଛି ଯେ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ସହଜରେ ୧୦ କୋଟି ଟଙ୍କା ବ୍ୟବସାୟ କରିବ।


ଭାଙ୍ଗିବ ରେକର୍ଡ:

୨୦୧୮ ମସିହାରେ 'ସ୍ତ୍ରୀ' ମୁକ୍ତିଲାଭ କରିଥିଲା, ଯାହା ସାରା ଦେଶରେ ୧୨୯.୯୬୦ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏଥି ସହିତ ସାରା ବିଶ୍ୱରେ ଫିଲ୍ମର ମୋଟ ଆୟ ୧୮୦.୭୬ କୋଟି ଟଙ୍କା ଥିଲା। ଏଥିରୁ ଜଣାପଡୁଛି ଯେ 'ସ୍ତ୍ରୀ ୨' ରୋଜଗାର ଦୃଷ୍ଟିରୁ ‘ସ୍ତ୍ରୀ'ର ରେକର୍ଡ ମଧ୍ୟ ଭାଙ୍ଗିବ।

ଅଧିକ ପଢନ୍ତୁ : Vedaa Trailer Release: ସାମ୍ବାଦିକଙ୍କ ଉପରେ ରାଗିଗଲେ ଜନ୍ ଆବ୍ରାହମ୍; କହିଲେ ଇଡିଅଟ୍… ଜାଣନ୍ତୁ କାହିଁକି…

ହରର୍-କମେଡି 'ସ୍ତ୍ରୀ ୨' ରିଲିଜ୍ ପାଇଁ ପ୍ରସ୍ତୁତ। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ 'ସ୍ତ୍ରୀ ୨' ୧୪ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ନିର୍ମାତା କିନ୍ତୁ ଫିଲ୍ମର ରିଲିଜ୍ ତାରିଖକୁ ଅଗଷ୍ଟ ୧୫ ଭାବରେ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଏହା ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିବ।


'ସ୍ତ୍ରୀ ୨' କରିବ ସଂଘର୍ଷ:

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ। ଏଥିରେ ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀଙ୍କ ଭଳି ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବିଶେଷ କଥା ହେଉଛି ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ 'ଖେଲ୍‌ ଖେଲ୍‌ ମେଁ' ଏବଂ ଜନ୍ ଆବ୍ରାହମଙ୍କ 'ବେଦା' ସହିତ 'ସ୍ତ୍ରୀ ୨' ସଂଘର୍ଷ ହେବ।

ଅଧିକ ପଢନ୍ତୁ : Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'

Rajkummar Rao Bollywood Shraddha Kapoor
Advertisment
Advertisment