Advertisment

Happy Birthday: କୁଲି-କଣ୍ଡକ୍ଟର୍‌ରୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ

ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। ସେ କିନ୍ତୁ ଏହା କରି ଦେଖେଇଛନ୍ତି। ଏନେଇ ସେ କୁଲି ହୋଇଛନ୍ତି, ବସ୍‌ କଣ୍ଡକ୍ଟର୍‌ ବି ସାଜିଛନ୍ତି। ଆସନ୍ତୁ ତାଙ୍କ ସଂଘର୍ଷର ଜୀବନୀ ଉପରେ ନଜର ପକେଇନେବା।

author-image
Pramod Behera
ଅଦ୍ୟତନ ହୋଇଛି
Happy Birthday Super Star Rajinikanth

Rajinikanth journey from bus conductor to south superstar

ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ବି ସେ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ 'ଜେଲର୍‌' ରେ ଦେଖିବାକୁ ମିଳିବ। ଆଜିର ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ରରେ ପ୍ରବେଶ କରିବା ସେତେ ସହଜ ନଥିଲା।

Advertisment

ସେ କିନ୍ତୁ ଆରମ୍ଭରୁ ହିରୋ ହେବାର ସ୍ୱପ୍ନ ଦେଖୁଥିଲେ। ଘରର ଗରିବୀ ତାଙ୍କୁ ପ୍ରଥମେ କୁଲି ଆଉ ପରେ କଣ୍ଡକ୍ଟର କରିଥିଲା। ସ୍ୱପ୍ନକୁ କିନ୍ତୁ ପୂରଣ କରିବାର ଆତ୍ମା ​​ତାଙ୍କୁ ସିନେମା ଆଡକୁ ଟାଣି ନେଇଥିଲା। ତାଙ୍କର ବନ୍ଧୁ ରାଜ ବାହାଦୂର ମଧ୍ୟ ହିରୋ ହେବାର ସ୍ୱପ୍ନକୁ ପୂରଣ କରିବାରେ ରଜନୀକାନ୍ତଙ୍କୁ ସମର୍ଥନ କରିଥିଲେ, ତେବେ ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ଏହି ସଂଘର୍ଷପୂର୍ଣ୍ଣ୍ ଯାତ୍ରା କିପରି ଥିଲା।

ଅଧିକ ପଢ଼ନ୍ତୁ: ବଜାରକୁ ଆସିବ ରଜନୀକାନ୍ତଙ୍କ ‘ଚିଟ୍ଟି’, ଯାହାକୁ ଦିଆଯିବ ଲାଇସେନ୍ସ ଟୁ କିଲ୍..!

Advertisment

ରଜନୀକାନ୍ତ ୧୯୭୫ରେ ଫିଲ୍ମ ଡେବ୍ୟୁ କରିଥିବା ବେଳେ ମନୋରଞ୍ଜନ ଦୁନିଆରେ ସେ ପାଖାପାଖି ୪୬ ବର୍ଷ କାମ କରିଛନ୍ତି। ରଜନୀକାନ୍ତ ୧୯୫୦ ଡିସେମ୍ବର ୧୨ରେ ବାଙ୍ଗାଲୋରର ମହୀସୋରରେ ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାୟକୱାଡ୍। ରଜନୀକାନ୍ତଙ୍କ ବାପା ଜଣେ ପୋଲିସ କର୍ମଚାରୀ ଭାବେ କାମ କରୁଥିଲେ। ୧୯୫୬ରେ ତାଙ୍କ ଅବସର ପରେ ସେମାନେ ହନୁମାନ୍‌ଥ ନଗର ଉଠିଆସି ସେଠାରେ ଘର କରି ରହିଥିଲେ।

ରଜନୀକାନ୍ତଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ତାଙ୍କ ମା’ଙ୍କୁ ହରେଇଥିଲେ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍, ଫୁଟ୍‌ବଲ୍ ଓ ବାସ୍କେଟବଲ୍ ପ୍ରତି ଆଗ୍ରହ ଥିଲା। ପିଲାବେଳେ ତାଙ୍କ ଭାଇ ତାଙ୍କ ନାମକୁ ରାମକୃଷ୍ଣ ମଠରେ ପଞ୍ଜିକରଣ କରିଦେଇଥିଲେ। ସେଠାରେ ସେ ବେଦ ଜ୍ଞାନ ସହିତ ସଂସ୍କୃତ, ଇତିହାସ ସହିତ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରିଥିଲେ। ସେହି ମଠରେ ହିଁ ସେ ଅଭିନୟର ପ୍ରେରଣା ପାଇଥିଲେ। ମଠରେ ଅନୁଷ୍ଠିତ ଏକ ନାଟକରେ ସେ ଏକ ଛୋଟ ଭୂମିକା ମଧ୍ୟ ନିଭେଇଥିଲେ। ପରେ ଅଭିନୟର ଅନେକ ଜ୍ଞାନ ସେ ଆହରଣ କରିଥିଲେ।

ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ରଜନୀକାନ୍ତ ସ୍କୁଲ ପଢା ପରେ ଅନେକ କାମ କରିଛନ୍ତି। କୁଲି ଠାରୁ ଆରମ୍ଭ କରି ବସ୍‌ କଣ୍ଡକ୍ଟର ପର୍ଯ୍ୟନ୍ତ ସବୁ କାମ କରିଛନ୍ତି। ଏହା ସହିତ ମଧ୍ୟ ସେ ଅଭିନୟ ଛାଡି ନଥିଲେ। ଅଧିକ ଶିଖିବା ନେଇ ରଜନୀକାନ୍ତ ମାଡ୍ରାସ୍ ଫିଲ୍ମ ଇନ୍‌ଷ୍ଟିଟ୍ୟୁଟ୍‌ରେ ଅଭିନୟଙ୍କୁ ବିଷୟବସ୍ତୁ ଭାବେ ନେଇ ମଧ୍ୟ ପାଠ ପଢିଲେ।

ଏ ଦିଗରେ ତାଙ୍କ ଘର ଲୋକେ ରାଜି ନ ଥିଲେ ମଧ୍ୟ ତାଙ୍କ ସାଙ୍ଗ ରାଜ ବାହାଦୂର ହିଁ ପ୍ରେରଣା ଦେଇଥିଲେ। ଏପରିକି ସେ ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ। ସେ କେବେ ବି ତାଙ୍କ ସ୍ୱପ୍ନକୁ ମରିବାକୁ ଦେଇ ନଥିଲେ।

ଏହି ସମୟରେ ସେ ତାମିଲ୍ ଫିଲ୍ମ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ବଡ ପରଦାରେ କାମ କରିବାର ସୁଯୋଗ ପାଇଥିଲେ। ୧୯୭୫ରେ ରିଲିଜ୍ ହୋଇଥିବା ‘ଅପୂର୍ବା ରାଗନଗାଲ୍’ରେ ରଜନୀକାନ୍ତଙ୍କୁ ପ୍ରଥମ ବ୍ରେକ୍ ମିଲିଥିଲା। ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି। ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣ ଭାବ ଓ ଅଭିନୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୨୦୨୧ ମସିହାରେ ତାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଥିଲା।

Bollywood Rajnikanth Happy Birthday
Advertisment
Advertisment