Advertisment

ପୁଣି ଆକ୍ସନ୍ ମୁଡ୍‌ରେ ଫେରୁଛନ୍ତି ରଜନୀକାନ୍ତ; ସାମ୍ନାକୁ ଆସିଲା ଏହି ଫିଲ୍ମର ଫାଷ୍ଟ୍ ଲୁକ୍

ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥାଲାଇଭର୍ ୧୭୧'ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍‌ଷ୍ଟାର୍‌ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
Rajinikanth's first look in Thalaivar 171

Rajinikanth first look from lokesh kanagaraj film thalaivar 171

ସୁପରଷ୍ଟାର ରଜନୀକାନ୍ତ ୭୩ ବର୍ଷ ବୟସରେ ମଧ୍ୟ ରୂପେଲି ପରଦାରେ ନିଜର ଦବଦବା ଜାରି ରଖିଛନ୍ତି। ତାଙ୍କ ଅଭିନୟ ଦ୍ୱାରା ଲୋକମାନେ ଆଜି ବି ପ୍ରଭାବିତ। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥାଲାଇଭର୍ ୧୭୧'ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍‌ଷ୍ଟାର୍‌ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

Advertisment

ରଜନୀକାନ୍ତଙ୍କ ଫିଲ୍ମ 'ଥାଲାଇଭର୍ ୧୭୦' ର ନିର୍ଦ୍ଦେଶନା ଦେଉଛନ୍ତି ଲୋକେଶ କନଗରାଜ। ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ (ଟ୍ୱିଟର) ରେ 'ଥାଲାଇଭର୍ ୧୭୧' ର ପୋଷ୍ଟରର ଝଲକ ଦେଖାଇଛନ୍ତି, ଯେଉଁଥିରେ ରଜନୀକାନ୍ତଙ୍କୁ ଏକ ଷ୍ଟାଇଲିସ୍ ଲୁକ୍‌ରେ ଦେଖିବାକୁ ମିଳିଛି। ପୋଷ୍ଟରରେ ଦେଖିବାକୁ ମିଳେ ଯେ ରଜନୀକାନ୍ତଙ୍କ ଦୁଇ ହାତରେ ସୁନେଲି ଘଣ୍ଟାରେ ତିଆରି ହାତକଡି ଲାଗିଛି। ରଜନୀକାନ୍ତ ତାଙ୍କ ସାର୍ଟ ବଟମ୍ ଖୋଲି ଏବଂ ଚଷମା ଲଗେଇ ଦମଦାର ଲୁକ୍‌ରେ ନଜର ଆସନ୍ତି।

ଅଧିକ ପଢ଼ନ୍ତୁ: ବଲିଉଡ୍ ସାବଧାନ! ଦୀର୍ଘ ୨୦ ବର୍ଷ ପରେ ଫେରୁଛନ୍ତି ସାଉଥ୍‌ର ମହାନାୟକ

Advertisment

ଫିଲ୍ମର ପୋଷ୍ଟର ଶେୟାର କରି ନିର୍ଦ୍ଦେଶକ ଲୋକେଶ କନଗରାଜ କ୍ୟାପ୍‌ସନ୍‌ରେ କହିଛନ୍ତି ଯେ 'ଥାଲାଇଭର୍ ୧୭୧'ର ଟାଇଟଲ୍ ୨୨ ଏପ୍ରିଲ ୨୦୨୪ ରେ ପ୍ରକାଶ ପାଇବ। ତେବେ ପୋଷ୍ଟରରେ ଘଣ୍ଟାରେ ନିର୍ମିତ ହ୍ୟାଣ୍ଡ୍‌କଫ୍‌କୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସୁରିୟାଙ୍କ ଚରିତ୍ର ରୋଲେକ୍ସ (ବିକ୍ରମ) ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଯଦିଓ ନିର୍ମାତା ଏପର୍ଯ୍ୟନ୍ତ ସେପରି କୌଣସି ଘୋଷଣା କରିନାହାଁନ୍ତି, ତେବେ ଫିଲ୍ମର ପୋଷ୍ଟର ସୂଚାଉଛି ଯେ ଫିଲ୍ମରେ ସୁନାର କିଛି କାରବାର ହୋଇପାରେ। ସମ୍ପ୍ରତି ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପରଦାକୁ ଆସିବ ବୋଲି କୁହାଯାଉଛି।

ତେବେ 'ଥାଲାଇଭର୍ ୧୭୧' ହେଉଛି ରଜନୀକାନ୍ତ ଏବଂ ଲୋକେଶ କନଗରାଜଙ୍କ ପ୍ରଥମ ଚଳଚ୍ଚିତ୍ର, ଯାହା ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ହେବ। ଏହି ଚଳଚ୍ଚିତ୍ର ଗତ ବର୍ଷ ସେପ୍ଟେମ୍ବରରେ ଘୋଷଣା କରାଯାଇଥିଲା। ରଜନୀକାନ୍ତଙ୍କ ବ୍ୟତୀତ ଅନ୍ୟ ଷ୍ଟାର୍‌କାଷ୍ଟ୍‌ଙ୍କ ବିଷୟରେ ସୂଚନା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଟାଇଟଲ୍ ଘୋଷଣା ସହିତ ଅନ୍ୟ ତାରକାମାନଙ୍କ ବିଷୟରେ ମଧ୍ୟ ସୂଚନା ପ୍ରକାଶ ପାଇବ ବୋଲି ବିଶ୍ୱାସ ରହିଛି। ଅନିରୁଦ୍ଧ ରବିଚନ୍ଦର ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରୁଛନ୍ତି।

ଅଧିକ ପଢ଼ନ୍ତୁ: ରଜନୀକାନ୍ତଙ୍କ ସଂଘର୍ଷର କାହାଣୀ; କେତେବେଳେ କୁଲି, କେତେବେଳେ କଣ୍ଡକ୍ଟର୍

Rajnikanth Tollywood
Advertisment
Advertisment