Advertisment

Pushpa 2 Reloaded: ଆସିଲା 'ପୁଷ୍ପା ୨' ରି-ଲୋଡ୍ ଭର୍ସନର ପ୍ରୋମା; ନୂଆ ଡାଏଲଗ ସହିତ ନୂଆ ଆକ୍ସନ୍

'ପୁଷ୍ପା ୨'କୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।

author-image
Pramod Behera
'Puspa 2' Reload Version Promo Comes with New action with new dialog

'Puspa 2' Reload Version Promo Comes with New action with new dialog

ସାଉଥ୍ ଫିଲ୍ମ 'ପୁଷ୍ପା ୨' ଏବେ ପ୍ରେକ୍ଷାଳୟରୁ କବ୍ଜା କରିଛି। ଏକ ମାସ ପରେ ମଧ୍ୟ ଅନ୍ୟ କୌଣସି ଚଳଚ୍ଚିତ୍ର ଏହାକୁ ହଲାଇ ପାରି ନାହିଁ। ବର୍ତ୍ତମାନ ନିର୍ମାତା ଏହାର ରି-ଲୋଡ୍ ସଂସ୍କରଣ ପ୍ରେକ୍ଷାଳୟରେ ରିଲିଜ୍ କରୁଛନ୍ତି। ଏହାକୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।

Advertisment

ପ୍ରୋମୋ ମୁକ୍ତିଲାଭ:

ମୈତ୍ରୀ ମୁଭି ମେକର୍ସ X (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟ ଶେୟାର କରି ଏହି ପ୍ରୋମୋ ରିଲିଜ୍ କରିଛି। ସେହି ଫୁଟେଜ୍‌ଗୁଡିକ ଏଥିରେ ଯୋଡିହୋଇଛି, ଯାହା ବର୍ତ୍ତମାନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ଫିଲ୍ମରେ ନାହିଁ।

ଅଧିକ ପଢ଼ନ୍ତୁ: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍

Advertisment

ପ୍ରମୋରେ ପୁଷ୍ପାରାଜ୍ (ଅଲ୍ଲୁ ଅର୍ଜୁନ) ତାଙ୍କ ଚିରାଚରିତ ଢଙ୍ଗରେ କହୁଛନ୍ତି, “ଅଗର୍ ମେ ବୋଲୁ ସାର୍ଟ ପିଲା ହେ ତୋ ଭରୋସା ରଖୋ”। ଏହା ବ୍ୟତୀତ ଆଉ କିଛି ଆକ୍ସନ୍ ଏବଂ ଫାଇଟ୍ ସିନ୍ ମଧ୍ୟ ଯୋଡା ଯାଇଛି। ପ୍ରୋମୋ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଅଛି, 'ୱାଇଲ୍ଡ୍ ଫାୟାର୍‌ରେ ଇନ୍ଧନ ଢଳାଯାଉଛି'।


ରିଲିଜରେ କାହିଁକି ବିଳମ୍ବ:

ନିର୍ମାତା ପ୍ରୋମୋ ସହିତ କହିଛନ୍ତି ଯେ ଏହି ରି-ଲୋଡ୍ ସଂସ୍କରଣ ଜାନୁଆରୀ ୧୭ରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ। ଏହି ପ୍ରୋମୋ ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି। ଏହା ପୂର୍ବରୁ ଅନ୍ୟ ଏକ ପୋଷ୍ଟ୍‌ରେ, ନିର୍ମାତା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ରି-ଲୋଡ୍ ହୋଇଥିବା ସଂସ୍କରଣ ରିଲିଜ୍ କରିବାରେ କାହିଁକି ବିଳମ୍ବ ହେଲା।

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

ଏଥିରେ ଲେଖାଥିଲା, 'କଣ୍ଟେଣ୍ଟ୍ ପ୍ରୋସେସିଂରେ କିଛି ଟେକ୍ନିକାଲ୍ ବିଳମ୍ବ ହେତୁ ‘ପୁଷ୍ପା ୨’ର ରି-ଲୋଡ୍ ସଂସ୍କରଣ ପ୍ରକାଶନରେ ବିଳମ୍ବ ହୋଇଛି। ଏହା ପୂର୍ବରୁ ଜାନୁଆରୀ ୧୧ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ଜାନୁଆରୀ ୧୭ରୁ ପ୍ରଦର୍ଶିତ ହେବ।

ବକ୍ସ ଅଫିସ୍ ରୋଜଗାର:

ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫସିଲଙ୍କ ଭଳି ଷ୍ଟାର୍‌ମାନଙ୍କ ଅଭିନୟରେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ କାମ କରୁଛି। ଗତକାଲି ଶନିବାର, ୩୮ତମ ଦିନରେ ବି ଫିଲ୍ମ ୨ କୋଟି ଟଙ୍କା ବ୍ୟବସାୟ କରିଛି।

ଏହା ସହିତ ଫିଲ୍ମର ମୋଟ ରୋଜଗାର ୧୨୧୮.୧୫ କୋଟିରେ ପହଞ୍ଚିଛି। ହିନ୍ଦୀ ବକ୍ସ ଅଫିସରେ ଏହା ଏକ ନମ୍ବର ଚଳଚ୍ଚିତ୍ର ହୋଇପାରିଛି। ବର୍ତ୍ତମାନ ଏହାର ରି-ଲୋଡ୍ ସଂସ୍କରଣ ଅଧିକ ଉତ୍ସାହ ସୃଷ୍ଟି କରୁଛି। ତେବେ ଏହା ଦେଖିବା ବାକି ରହିଲା ଯେ ଚଳଚ୍ଚିତ୍ରର ରୋଜଗାର ବୃଦ୍ଧିରେ ଏହା କେତେ ସହାୟକ ହେବ।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Allu Arjun Pushpa South Indian Films Sukumar
Advertisment
Advertisment