Advertisment

Pushpa 2 Ticket Price: ଫିକ୍ସ ହେଲା 'ପୁଷ୍ପା ୨’ର ଟିକେଟ୍ ମୂଲ୍ୟ; ଏତେ ଟଙ୍କାରେ ବିକ୍ରି ହେବ

'ପୁଷ୍ପା ୨: ଦି ରୁଲ୍' ଡିସେମ୍ବର ୫ରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଖୋଲିବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ଏହି ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅଦ୍ୟତନ ହୋଇଛି
Pushpa 2: The Rule Ticket Price

Pushpa 2: The Rule Ticket Price

Advertisment

ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫସିଲ ଅଭିନୀତ ସାଉଥ୍ ଇଣ୍ଡିଆନ୍ ଫିଲ୍ମ୍ 'ପୁଷ୍ପା ୨: ଦି ରୁଲ୍' ଡିସେମ୍ବର ୫ରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଖୋଲିବାକୁ ଅପେକ୍ଷା କରିଛନ୍ତି। ତେବେ ଦର୍ଶକମାନେ ଫିଲ୍ମର ଟିକେଟ୍ ମୂଲ୍ୟ ଅଧିକ ହେବା ଭାବି ଚିନ୍ତାରେ ମଧ୍ୟ ଅଛନ୍ତି।

Advertisment

ଏଭଳି ପରିସ୍ଥିତିରେ ଦୁଇ ରାଜ୍ୟ - ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ଏହି ଦୁଇ ରାଜ୍ୟରେ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ହାର କେବଳ ୪ ଦିନ ପାଇଁ ବୈଧ ରହିବ। ଫିଲ୍ମର ନିର୍ମାତା-ବିତରକମାନେ ଟିକେଟ୍ ହାର ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Advertisment

ସରକାରୀ ଅନୁମତି:

ଡେକାନ୍ କ୍ରୋନିକଲ୍ ରିପୋର୍ଟ ଅନୁଯାୟୀ, 'ପୁଷ୍ପା ୨: ଦି ରୁଲ୍'ର ନିର୍ମାତାଙ୍କୁ ଫିଲ୍ମର ଟିକେଟ୍ ହାର ବୃଦ୍ଧି ପାଇଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ଅନୁମତି ମିଳିଥିବା ଜଣାଯାଇଛି।

ଜଣେ ବଡ ବିତରକ କହିଛନ୍ତି, “ଦୁଇ ତେଲୁଗୁ ରାଜ୍ୟରେ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ହେବ କାରଣ ଏହି ବୃଦ୍ଧି ପାଇଁ ଉଭୟ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ଏହା ତେଲୁଗୁ ଫିଲ୍ମ ପାଇଁ ସବୁଠାରୁ ମହଙ୍ଗା ଟିକେଟ୍ ମୂଲ୍ୟ ହେବ।”

Advertisment

ତେଲୁଗୁ ବକ୍ସ ଅଫିସରେ ସବୁଠାରୁ ମହଙ୍ଗା ଟିକେଟ୍:

ସୂତ୍ରରୁ ପ୍ରକାଶ ଯେ, ଉଭୟ ତେଲୁଗୁ ରାଜ୍ୟରେ ବିଶାଳ ଓପେନିଂକୁ ଦୃଷ୍ଟିରେ ରଖି ଗୁରୁବାର (ଡିସେମ୍ବର ୫) ରୁ ରବିବାର (ଡିସେମ୍ବର ୯) ପର୍ଯ୍ୟନ୍ତ ଚାରି ଦିନ ପାଇଁ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ସରକାରୀ ଅନୁମତି ମିଳିଥିବା ଜଣାଯାଇଛି।

ଏହାପୂର୍ବରୁ, 'କଳ୍କି ୨୮୯୮ ଏଡି', 'ସାଲାର' ଏବଂ 'ଦେବରା' ପରି ବଡ ବଡ ତେଲୁଗୁ ଫିଲ୍ମ ମଧ୍ୟ ଏହିପରି ଅନୁମତି ପାଇ ଟିକେଟ୍ ମୂଲ୍ୟ ବୃଦ୍ଧି କରିଥିଲେ ​​ଏବଂ ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩୯୫, ୪୦୩ ରୁ ୪୯୫ ଟଙ୍କା ମଧ୍ୟରେ ସ୍ଥିର କରିଥିଲେ। କିନ୍ତୁ 'ପୁଷ୍ପା ୨: ଦି ରୁଲ୍'ର ମାହୋଲ୍‌କୁ ଦେଖି ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ରଖାଯାଇଛି।"


ଲୋକେ ଅଧିକ ଦେବାକୁ ରାଜି:

କୁହାଯାଉଛି ଯେ “ଅଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ଏବଂ ସ୍ୱତନ୍ତ୍ର ଶୋ’ ଦେଖିବା ଏବଂ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପାଗଳ ହେଉଛନ୍ତି, କିନ୍ତୁ ନିର୍ମାତା ସତର୍କ ଅଛନ୍ତି। ସେମାନେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୮୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଏବଂ ପ୍ରତ୍ୟେକ ଥିଏଟରରେ ଏକାଧିକ ଶୋ’ ଚଳାଇବାକୁ ଯୋଜନା କରୁଛନ୍ତି।”

ଅଧିକ ପଢ଼ନ୍ତୁ: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା

ଏହି ଦୁଇଟି ତେଲୁଗୁ ଭାଷାଭାଷୀ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟରେ ଓପେନିଂ ଦିନରେ 'ପୁଷ୍ପା ୨: ଦି ରୁଲ୍'ର ମୂଲ୍ୟ ବୃଦ୍ଧି ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି।


ପ୍ରଥମ ଭାଗ:

'ପୁଷ୍ପା ୨’ ହେଉଛି ‘ପୁଷ୍ପା’ର ଦ୍ୱିତୀୟ ସଂସ୍କରଣ। ଏହାର ପ୍ରଥମ ଭାଗ ୨୦୨୧ରେ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଅଲୁ ଏବଂ ରଶ୍ମିକାଙ୍କର ପ୍ରଶଂସକମାନେ ଦ୍ୱିତୀୟ ଭାଗରୁ ମଧ୍ୟ ଜବରଦସ୍ତ ମନୋରଞ୍ଜନ କରିବା ଆଶା କରୁଛନ୍ତି।

ଫିଲ୍ମରେ ଫହାଦ୍ ଫାଜିଲଙ୍କ ଚରିତ୍ର ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ମଧ୍ୟ ଆକାଶ ଛୁଆଁ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଏକ କୈମିଓ ଦେଖିବାକୁ ମିଳିପାରେ।

ଅଧିକ ପଢ଼ନ୍ତୁ: 'ପୁଷ୍ପା-୨' ଫିଲ୍ମ ‘କିସ୍ ଇକ୍’ ଗୀତର ଟିଜର୍ ରିଲିଜ୍; 'ଓ ଆଣ୍ଟାୱା'କୁ ଦେବ ମାତ୍

Allu Arjun Rashmika Mandanna Pushpa South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ