Advertisment

Broke Records: ରେକର୍ଡ ଭାଙ୍ଗୁଛି 'ପୁଷ୍ପା ୨'; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
pushpa-2 makers earns 200 crores from first distribution deal

pushpa-2 makers earns 200 crores from first distribution deal

ଅଲୁ ଅର୍ଜୁନ ଷ୍ଟାରର 'ପୁଷ୍ପା ୨' ବା 'ପୁଷ୍ପା: ଦ ରୁଲ୍' ବର୍ତ୍ତମାନ ଚର୍ଚ୍ଚାର ସବୁଠାରୁ ଉପରେ। ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ଫିଲ୍ମର ଟିଜ୍‌ର ରିଲିଜ ହୋଇଥିଲା। ଏହା ରେକର୍ଡଭଙ୍ଗା ଭିୟୁ ହାସଲ କରିଛି। ଅଲୁ ତାଙ୍କର ନୂଆ ଲୁକ୍ ଏବଂ ଷ୍ଟାଇଲ୍ ସହିତ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିପାରିଛନ୍ତି। ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Advertisment

ଏହି ଚଳଚ୍ଚିତ୍ରଟି ମୂଳତଃ ତାମିଲରେ ନିର୍ମିତ, କିନ୍ତୁ ଏହା ଭାରତର ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ୨୦୦ କୋଟି ଟଙ୍କା ଦେଇଛନ୍ତି।

ଏଥିରୁ ଅନୁମାନ କରାଯାଇପାରେ ଯେ 'ପୁଷ୍ପା ୨'ର ପ୍ରବଳ ଚାହିଦା ରହିଛି ଏବଂ ଦକ୍ଷିଣ ତଥା ଉତ୍ତରରେ ହଜାର ହଜାର ପରଦାରେ ଏହା ମୁକ୍ତିଲାଭ କରିବ। ଫିଲ୍ମର ଏତେ ଅଧିକ ଚାହିଦା ଦେଖି ନିର୍ମାତା ରିଲିଜ୍ ହେବା ପୂର୍ବରୁ ମଧ୍ୟ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ। ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି କାରଣରୁ ଫିଲ୍ମ ଅନେକ ରେକର୍ଡ ଭାଙ୍ଗୁଛି।

Advertisment

ଅଧିକ ପଢ଼ନ୍ତୁ: ଆସିଲା ‘ପୁଷ୍ପା-୨’ର ଟିଜର୍; ମାତ୍ର କିଛି ମିନିଟରେ କ୍ରସ୍ କଲା ମିଲିୟନ୍ ଭ୍ୟୁଜ୍

ରିପୋର୍ଟ ଅନୁଯାୟୀ, 'ପୁଷ୍ପା: ଦ ରୁଲ୍'ର ଡିଜିଟାଲ ଅଧିକାର ନେଟଫ୍ଲିକ୍ସରେ ୧୫୦ କୋଟି ଟଙ୍କାରେ ବିକ୍ରି ହୋଇଛି, ଯାହାକୁ ୩୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏକ ସୂତ୍ରରୁ ପ୍ରକାଶ ଯେ, “ଏହା ସମସ୍ତ ଭାଷା ପାଇଁ ଏକ ରେକର୍ଡ ଚୁକ୍ତି। 'ବାହୁବଲୀ ୨' ଏବଂ 'କେଜିଏଫ୍ ୨' ପାଇଁ ଏହି ଚୁକ୍ତି ୧୦୦ କୋଟି ଟଙ୍କାରେ କରାଯାଇଥିଲା। ‘ପୁଷ୍ପା-୨’ରେ ସବୁଠାରୁ ମହଙ୍ଗା ପ୍ୟାନ୍ ଇଣ୍ଡିଆ ଡିଲ୍ ହୋଇଯାଇଛି।”

ସୂତ୍ରରୁ ଆହୁରି ଜଣାପଡିଛି ଯେ 'ପୁଷ୍ପା ୨'ର ବକ୍ସ ଅଫିସ୍ ପରଫର୍ମାନ୍ସକୁ ନେଇ ମଧ୍ୟ ଚୁକ୍ତିନାମାରେ ପରିବର୍ତ୍ତନ କରାଯାଇପାରେ। ଏହାପୂର୍ବରୁ ସବୁଠାରୁ ବଡ ଡିଜିଟାଲ ଅଧିକାର ଚୁକ୍ତି ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ 'ଆରଆରଆର' ପାଇଁ ହୋଇଥିଲା। ଏହି ଚଳଚ୍ଚିତ୍ରଟି ୧୭୦ କୋଟି ଟଙ୍କାରେ ଡିଲ୍ ହୋଇଥିଲା।

Allu Arjun Bollywood South Indian Films
Advertisment
Advertisment