• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବଞ୍ଚିଛି ପୁଷ୍ପା । ବହୁ ପ୍ରତିକ୍ଷିତ ପାନ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ୍ ହୋଇଛି । ଖୁବ୍‌ଶୀଘ୍ର ଅଲୁ ଅର୍ଜୁନଙ୍କ ପୁଷ୍ପା ସିନେମାର ଏହି ସିକ୍ୱେଲ ମୁକ୍ତିଲାଭ କରିବ । ଆଉ ତା ପୂର୍ବରୁ ଟିଜରକୁ ରିଲିଜ୍ କରାଯାଇଛି । ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି ।

 

ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ । ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ । ଥରେ ଭାବନ୍ତୁ । ଯାହାକୁ ଅପେକ୍ଷା କରିଥିଲେ ଫ୍ୟାନ, ଯାହାକୁ ଚାତକ ପରି ଚାହିଁ ବସିଥିଲେ । ତାହା ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ସବୁ କଳ୍ପନାଜଳ୍ପନାରୁ ପରଦା ହଟାଇ ରିଲିଜ୍ ହେବାକୁ ଯାଉଛି ପାନ୍ ଇଣ୍ଡିଆର ପପୁଲାର ଫିଲ୍ମ ପୁଷ୍ପା-୨ । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମର ପାର୍ଟ ୱାନ ୨୦୨୧ରେ ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । କରୋନା ବେଳେ ସିନେମା ଜଗତର ସାହାରା ପାଲଟିଥିବା ଏହି ଫିଲ୍ମର ପାର୍ଟ ଟୁ ଆସିବ ବୋଲି କୁହାଯାଇଥିଲା ।

 

ହିନ୍ଦି ହାର୍ଟ ବେଲ୍ଟରେ ବେଶ୍ ସଫଳ ହୋଇଥିବା ପୁଷ୍ପାକୁ ନେଇ ଅନେକ କିଛି କାହାଣୀ ବାକି ରହିଛି । ରକ୍ତ ଚନ୍ଦନର ସ୍ମଗଲିଂ କରୁଥିବା ପୁଷ୍ପାର ମୃତ୍ୟୁ କ୍ଲାଇମାକ୍ସରେ ସସପେନ୍ସ ହୋଇ ରହିଛି ।ପୁଷ୍ପା ବଞ୍ଚିଛି ନା ନାହିଁ ତାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର କିଛି ଝଲକ ଟିଜରରେ ନଜର ଆସିଛି । ଏଥର ରଶ୍ମିକାଙ୍କ ସହ ସାଈ ପଲ୍ଲବୀ, ଫ୍ୟାନଙ୍କ ହାର୍ଟ ବିଟ୍ ବଢ଼ାଇବେ । ସୁକୁମାରଙ୍କ ନିର୍ଦ୍ଦେଶିତ କ୍ରାଇମ, ସସପେନ୍ସ, ଥ୍ରିଲର ଓ ମ୍ୟୁଜିକାଲ୍ ବ୍ଲକବଷ୍ଟର ହୋଇଥିବା ଏହି ଫିଲ୍ମ ଆଗାମୀ କିଛି ମାସରେ ବଡ଼ ପରଦାକୁ ଆସିବ ।