Advertisment

Pushpa 2 Day 1 Collection: ‘ପୁଷ୍ପା ୨’ ଭାଙ୍ଗିଲାଣି ସବୁ ରେକର୍ଡ; ପ୍ରଥମ ଦିନରେ କଲାଣି ଏତେ କୋଟି ରୋଜଗାର

‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।

Pushpa 2 day 1 box office collection broke every movie record

Pushpa 2 day 1 box office collection broke every movie record

Advertisment

ଧୂମ୍ ମଚଉଛି ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’. ସବୁ ପ୍ରେକ୍ଷାଳୟରେ ନାହିଁ ନ ଥିବା ଭିଡ। ଏହି ଫିଲ୍ମରେ ପୁଣି ଥରେ ଅଲୁ ଅର୍ଜୁନ ପୁଷ୍ପରାଜ ହୋଇ ଜବରଦସ୍ତ ଅଭିନୟ କରୁଥିବା ନଜର ଆସିଛନ୍ତି। ‘ପୁଷ୍ପା : ଦ ରାଇଜ୍’ ପରେ ‘ପୁଷ୍ପା ୨: ଦ ରୁଲ୍’କୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥିଲା।

Advertisment
Pushpa 2 day 1 box office collection ବଡ ବଡ ଫିଲ୍ମକୁ ପଛରେ ପକେଇଦେଲା

ଫିଲ୍ମର ଆଡ୍‌ଭାନ୍ସ ବୁକିଂରେ ଦର୍ଶକଙ୍କ ଉତ୍ସାହ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ବର୍ତ୍ତମାନ ‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।

ଅଧିକ ପଢ଼ନ୍ତୁ: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

ପ୍ରଥମ ଦିନର ରୋଜଗାର:

‘ପୁଷ୍ପା ୨’ ସାରା ବିଶ୍ୱରେ ୧୨,୫୦୦ ପରଦାରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଏହାର ପ୍ରଥମ ଦିନରେ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ। ଆଲୁ ଅର୍ଜୁନଙ୍କ ଫିଲ୍ମ ସାରା ବିଶ୍ୱରେ ଭଲ ଆଡଭାନ୍ସ ବୁକିଂ ହାସଲ କରିଛି। ଏଭଳି ପରିସ୍ଥିତିରେ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଫିଲ୍ମ ପ୍ରଥମ ଦିନରେ ସାରା ବିଶ୍ୱରେ ୨୭୦ କୋଟି ଟଙ୍କା ରୋଜଗାର କରିଛି।

Advertisment

ସାକ୍‌ନିଲ୍କ ରିପୋର୍ଟ:

ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ବକ୍ସ ଅଫିସରେ ଏପର୍ଯ୍ୟନ୍ତ (ସନ୍ଧ୍ୟା ୬ : ୩୦ ପର୍ଯ୍ୟନ୍ତ) ମୋଟ ୯୭.୬୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ଅଲୁ ଅର୍ଜୁନ ପ୍ରଥମ ଦିନରେ ରୋଜଗାର ଦୃଷ୍ଟିରୁ ଶାହରୁଖ ଖାନଙ୍କ ‘ପଠାନ’, ‘ଯବାନ’, ପ୍ରଭାସଙ୍କ ସାଲାର, କଲ୍‌କୀ ୨୮୯୮ ଏଡି ଏବଂ ରାଜାମୌଲିଙ୍କ RRR ସହିଲ ଆନିମଲ୍, ଦେବରାକୁ ପଛରେ ପକେଇ ଦେଇଛି।

Advertisment

ଗତ ବର୍ଷ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ' ପ୍ରଥମ ଦିନରେ ୭୫ କୋଟି ଟଙ୍କା ରୋଜଗାର କରିଥିଲା। ଯେତେବେଳେ କି 'ପଠାନ୍' ୫୭ କୋଟି ଟଙ୍କା ଏବଂ ରଣବୀର କପୁରଙ୍କ 'ଆନିମଲ୍' ୬୩.୮ କୋଟି ଟଙ୍କାରେ ଖାତା ଖୋଲିଥିଲା। ଦେଶରେ 'ପୁଷ୍ପା ୨' ପ୍ରଥମ ଦିନରେ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାକୁ ଯାଉଛି।

Pushpa 2 day 1 box office collection ନିରାଶ କରିବ ନାହିଁ ଅଲୁ ଅର୍ଜୁନଙ୍କ ଏଣ୍ଟ୍ରୀ

ଅବଶ୍ୟ, ‘ପୁଷ୍ପା ୨’ର ଏହି ରୋଜଗାର କେବଳ ଆନୁମାନିକ ଆକଳନ। ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ତେବେ ‘ପୁଷ୍ପା ୨’ ରେ ଅଲୁ ଅର୍ଜୁନଙ୍କ ଏଣ୍ଟ୍ରୀ ତାଙ୍କ ପ୍ରଶଂସକଙ୍କୁ ଆଦୌ ନିରାଶ କରିବ ନାହିଁ। ତାଙ୍କର ଆକ୍ସନ୍-ପ୍ୟାକ୍ ଏଣ୍ଟ୍ରି ଫିଲ୍ମର ଏକ ସ୍ୱତନ୍ତ୍ର ଦୃଶ୍ୟ ହୋଇଯାଏ।

ଏହା ବ୍ୟତୀତ ଅଲୁ ଅର୍ଜୁନଙ୍କ ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ଆପଣଙ୍କୁ କରତାଳି ଦେବାକୁ ବାଧ୍ୟ କରିବ। ସେ ପୋଲିସ୍ ଷ୍ଟେସନର ଆକ୍ସନ୍ ଦୃଶ୍ୟ ହେଉ କି ପୁଷ୍ପରାଜଙ୍କ ଲାଞ୍ଚ ଦେବାର ଷ୍ଟାଇଲ୍ ସବୁ ଖୁବ ଦମଦାର। ଏହି ଫିଲ୍ମ ଅନେକ ସ୍ଥାନରେ ହୃଦୟ ଜିତିବାକୁ ବାଧ୍ୟ କରେ।

ଶ୍ରୀବଲ୍ଲୀଙ୍କ କହିବା ଅନୁସାରେ ସିଏମ୍ ସହିତ ପୁଷ୍ପାଙ୍କ ଫଟୋ ଦୃଶ୍ୟ ଅତ୍ୟନ୍ତ ପାୱାରଫୁଲ୍ ଏବଂ ଏହା ମଧ୍ୟ ଚଳଚ୍ଚିତ୍ରର ଟର୍ଣ୍ଣିଂ ପଏଣ୍ଟ୍।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Allu Arjun Rashmika Mandanna Pushpa South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ