Advertisment

Sunny Deol: ଗୋଟିଏ ଫ୍ରେମ୍‌ରେ ସନ୍ନି-ପ୍ରଭାସ; ବଡ ପ୍ରୋଜେଟ୍‌ରେ ଆସିବେ କି ନଜର!

ରିବେଲ୍ ଷ୍ଟାର୍ ପ୍ରଭାସ, ଗଦର ଷ୍ଟାର୍ ସନ୍ନି ଦେଓଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଟଲିଉଡ୍‌ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଭାସ ଏବଂ ସନ୍ନିଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।

ଅଦ୍ୟତନ ହୋଇଛି
Prabhas meet sunny deol on Jaat film set

Prabhas meet sunny deol on Jaat film set

Advertisment

ସନ୍ନି ଦେଓଲଙ୍କ ‘ଜାଟ୍‌’ ୧୦ ଏପ୍ରିଲରେ ପାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଟଲିଉଡ୍‌ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀ। ସୋସିଆଲ୍ ମିଡିଆରେ ସେ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଭାସ ଏବଂ ସନ୍ନିଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।

Advertisment

ଗୋପୀଚାନ୍ଦ କହିଛନ୍ତି ଯେ ପ୍ରଭାସ 'ଜାଟ୍‌'ର ସୁଟିଂ ସେଟ୍‌କୁ ଯାଇ ସନ୍ନି ଦେଓଲ ଏବଂ ଫିଲ୍ମର ୟୁନିଟ୍‌କୁ ଭେଟିଥିଲେ। ଗୋଟିଏ ଫ୍ରେମ୍‌ରେ ପ୍ରଭାସ ଏବଂ ସନ୍ନି ଦେଓଲ ଏକ ଫଟୋ ପାଇଁ ଏକାଠି ପୋଜ୍ ଦେଉଛନ୍ତି। ଏହି ଫଟୋଗୁଡିକ ଶେୟାର କରିବାବେଳେ ଗୋପୀଚାନ୍ଦ ଏପରି ମନ୍ତବ୍ୟ ଦେଇଛନ୍ତି ଯେଉଁଥିରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଗୋପୀଚାନ୍ଦ ମଲିନେନୀ ଏହି ଫଟୋଗୁଡ଼ିକୁ ଶେୟାର କରି ଲେଖିଛନ୍ତି, "ଯେତେବେଳେ ‘ବାହୁବଲୀ’ ଏବଂ ‘ଜାଟ୍‌’ ଭେଟନ୍ତି, ସେତେବେଳେ ଏକ ବଡ ଫ୍ରେମ୍ ସୃଷ୍ଟି ହୁଏ। ଆକ୍ସନ୍ ସିନେମାର ଦୁଇଟି ଆଇକନ୍। ରିବେଲ୍ ଷ୍ଟାର୍ ପ୍ରଭାସ, ଆକ୍ସନ୍ ସୁପରଷ୍ଟାର୍ ସନ୍ନି ଦେଓଲ୍ ଏବଂ ନିର୍ଦ୍ଦେଶକ ଗୋପୀଚାନ୍ଦ ‘ଜାଟ୍’ ସେଟ୍‌ରେ। ଜାଟ୍ ଏପ୍ରିଲ୍ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।”

Advertisment

ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା 'ଜାଟ୍‌'ର ନୂଆ ଗୀତ 'ହେ ରାମା ଶ୍ରୀରାମା'; ସୋସିଆଲ ମିଡିଆରେ ଛାଇ ଗଲାଣି

ପ୍ରଭାସ ଏବଂ ସନ୍ନି ଦେଓଲଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଜୋର୍ ଭାଇରାଲ୍‌ ହେଉଛି। ଗୋଟିଏ ଫ୍ରେମ୍‌ରେ ଇଣ୍ଡଷ୍ଟ୍ରିର ଦୁଇ ବଡ ସୁପରଷ୍ଟାରଙ୍କୁ ଏକାଠି ଦେଖିବା ବହୁତ କ୍ୱଚିତ୍ ହୋଇଥାଏ। ଏହି ଫଟୋ ଆଗାମୀ ଦିନରେ ଉଭୟ ସୁପର୍‌ଷ୍ଟାର୍‌ଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖାଯିବାର ସମ୍ଭାବନାକୁ ବଢାଇଦେଉଛି।

Advertisment

ଗୋପୀଚାନ୍ଦଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକମାନେ ପ୍ରେମ ବର୍ଷା କରୁଛନ୍ତି। ସନ୍ନି ଦେଓଲଙ୍କୁ ପ୍ରକୃତ ସୁପରଷ୍ଟାର କୁହାଯାଉଛି। ହାର୍ଟ ଏବଂ ଫାୟାର୍ ଇମୋଜିରେ ଲୋକେ କମେଣ୍ଟ୍ ଦେଉଛନ୍ତି।

ଏପ୍ରିଲ୍ ୧୦ରେ 'ଜାଟ୍' ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ଦ୍ୱିତୀୟ ଗୀତ ‘ହେ ରାମା ଶ୍ରୀରାମା’ ଆଜି ଶ୍ରୀରାମ ନବମୀ ଅବସରରେ ମୁକ୍ତିଲାଭ କରିଛି। ଷ୍ଟାର୍‌ ମ୍ୟୁଜିକ୍ ନିର୍ଦ୍ଦେଶକ ଥମନ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଛନ୍ତି।

ଏହାପୂର୍ବରୁ 'ଜାଟ୍'ର ପ୍ରଥମ ଗୀତ 'ଟଚ୍ କିୟା 'ରିଲିଜ୍ ହୋଇଥିଲା ଯେଉଁଥିରେ ଉର୍ବଶୀ ରୌତେଲା ଏକ ଚମତ୍କାର ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଗୀତକୁ ମଧୁବନ୍ତୀ ବାଗ୍‌ଚି ଏବଂ ଶାହିଦ ମାଲ୍ୟା ଗାଇଛନ୍ତି। ଏହି ଗୀତକୁ କୁମାର ଲେଖିଛନ୍ତି ଏବଂ ସଙ୍ଗୀତରେ ସଜ୍ଜାଇଛନ୍ତି ଥମନ ଏସ୍। 'ଟଚ୍ କିୟା' ଗୀତରେ ଉର୍ବଶୀଙ୍କ ଦମଦାର ଡ୍ୟାନ୍ସ ଚଳଚ୍ଚିତ୍ର ପ୍ରଶଂସକଙ୍କ ହୃଦୟକୁ ଦୋହଲାଇ ଦେଇଛି।

‘ଜାଟ୍’ ହେଉଛି ଏକ ସଂପୂର୍ଣ୍ଣ ମାସ୍ ଆକ୍ସନ୍ ଏଣ୍ଟର୍‌ଟେନର୍। ଏହି ଚଳଚ୍ଚିତ୍ରଟି ‘ମାଇଥରୀ ମୁଭି ମେକର୍ସ’ ଏବଂ ‘ପିପୁଲ୍ସ ମିଡିଆ ଫ୍ୟାକ୍ଟ୍ରି’ ବ୍ୟାନର ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଛି। ଏହି ହାଇ ବଜେଟ୍‌ର ଏଣ୍ଟର୍‌ଟେନର୍‌ରେ ରଣଦୀପ ହୁଡା, ଭିନୀତ କୁମାର ସିଂହ, ରେଜିନା କୈସେଣ୍ଡ୍ରା ଏବଂ ସାୟାମି ଖେର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'; ପଛରେ ସଲମାନ୍-ଅକ୍ଷୟ

Prabhas Bollywood Tollywood Sunny Deol Bahubali Jaat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ