Advertisment

Tulasi Yatra Party Scandal: ପୂଜାଙ୍କ ସାଂଘାତିକ ଅଭିଯୋଗ; ରାତିରେ ଦେହସୁଖ ଦେଲିନି, ଯାତ୍ରା ପାର୍ଟିରୁ ବାହାର କରିଦେଲେ

ପୂଜା ଆହୁରି କହିଛନ୍ତି, ତୁଳସୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ୨୦୨୪-୨୫ବର୍ଷ ପାଇଁ ମୋତେ ବୁକିଂ କରିଥିଲେ ନାଣ୍ଡୁ ବାବୁ। ମୋ ଘରକୁ ଆସି ମୋ ମା’କୁ ମିଠା ମିଠା ପ୍ରତିଶ୍ରୁତି ଦେଇଥିଲେ। ମୋତେ ଝିଅ ଭଳି ରଖିବେ, ବାର୍ଷିକ ୮ ଲକ୍ଷ ଦେବେ ବୋଲି କହିଥିଲେ। ଏହାପରେ ମୁଁ ତାଙ୍କ ଆଖଡ଼ାକୁ ଯାଇଥିଲି।

author-image
Tapaswini Nayak
ଅଦ୍ୟତନ ହୋଇଛି
Nadu babu

Nadu babu

ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ଏଵେ ସାଜିଛନ୍ତି ବଦନାମ ଗଳିର ବାଦସାହା। ଅଭିଯୋଗ ଓ ବଦନାମର ଚିଠା ଗୋଟିଏ ପରେ ଗୋଟିଏ ଯୋଡି ହୋଇ ଯାଉଛି ତାଙ୍କ ନାଁରେ। ହାସ୍ୟ ଅଭିନେତା ନରି ପଣ୍ଡା, ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହାର, ଅଶୋକ ସମ୍ରାଟ ଅଭିନେତ୍ରୀ ମାମୁନି ପରେ, ତୁଳସୀ ଗଣନାଟ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ତାଙ୍କ ନାଁରେ ସାଙ୍ଘାତିକ ଓ ସଂଗୀନ ଅଭିଯୋଗ।

Advertisment

ପୂଜା କାନ୍ଦି କାନ୍ଦି କହିଛନ୍ତି, ରାତିରେ ଦେହସୁଖ ଦେଲିନି ବୋଲି ତୁଳସୀ ଗଣନାଟ୍ୟରୁ ବାହାର କରିଦେଲେ ନାଣ୍ଡୁ ବାବୁ।  ମୋତେ ଧମକ ଚମକ ଦେବା ସହ  ଫୋନ୍ କରି ଅସଭ୍ୟ ଭାଷାରେ ଗାଳି କରିଥିଲେ ନାଣ୍ଡୁବାବୁ। ଏପରିକି ମୋତେ  ସୁନେଲି ସ୍ୱପ୍ନ ଦେଖାଇଥିଲେ ନାଣ୍ଡୁବାବୁ। ଦେହ ସୁଖ ଦେଲେ ରାତାରାତି ହିରୋଇନ କରିଦେବି, ଭୁବନେଶ୍ୱରରେ ଫ୍ଳାଟ ସହ ରାଣୀ କରି ରଖିବେ ବୋଲି କହିଥିଲେ। ମୋର ବାର୍ଷିକ ଦରମା ୮ଲକ୍ଷରୁ ୧୪ ଲକ୍ଷ କରିଦେବେ ବୋଲି ଲୋଭ ଦେଖାଇଥିଲେ ନାଣ୍ଡୁ ବାବୁ...ହେଲେ ମୁଁ ରାଜି ହୋଇନଥିଲି। ଏଥିପାଇଁ ମୋତେ ତୁଳସୀ ଗଣନାଟ୍ୟରୁ ବାହାର କରିଦେଲେ।

ପୂଜା ଆହୁରି କହିଛନ୍ତି, ତୁଳସୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ୨୦୨୪-୨୫ବର୍ଷ ପାଇଁ ମୋତେ ବୁକିଂ କରିଥିଲେ ନାଣ୍ଡୁ ବାବୁ। ମୋ ଘରକୁ ଆସି ମୋ ମା’କୁ ମିଠା ମିଠା ପ୍ରତିଶ୍ରୁତି ଦେଇଥିଲେ। ମୋତେ ଝିଅ ଭଳି ରଖିବେ, ବାର୍ଷିକ ୮ ଲକ୍ଷ ଦେବେ ବୋଲି କହିଥିଲେ। ଏହାପରେ ମୁଁ ତାଙ୍କ ଆଖଡ଼ାକୁ ଯାଇଥିଲି। ୨ଦିନ ରିହରସେଲ ଚାଲିବା ପରେ ତୃତୀୟ ଦିନ ଅସଲ ଖେଳ ଆରମ୍ଭ ହୋଇଯାଇଥିଲା।

Advertisment

ରିହାରସେଲ କରି ମୁଁ ଲଞ୍ଚ ପାଇଁ ଯାଇଥିବା ବେଳେ ନାଣ୍ଡୁ ବାବୁଙ୍କ ମ୍ୟାନେଜର ଟୁଲୁ ବାବୁଙ୍କର ଆସିଥିଲା ମୋତେ ଫୋନ୍। ବାବୁ ଅଫିସକୁ ଡାକୁଛନ୍ତି, ଅଫିସକୁ ଆସ ବୋଲି ସେ ମୋତେ କହିଥିଲେ। ମୁଁ ଅଫିସରେ ପହଞ୍ଚିବା ପରେ ଟୁଲୁ ବାବୁ ମୋ ବେକରେ ହାତ ମାରିଥିଲେ। ମୋତେ ଭଲ ଲାଗି ନଥିଲା। ଏପରି କ’ଣ କରୁଛନ୍ତି ବୋଲି ମୁଁ ତାଙ୍କୁ ପ୍ରଶ୍ନ କରିଥିଲି? ତୋ ଦେହରେ ହାତ ମାରିଦେଲେ ଘା’ ହୋଇ ଯାଉଛି ବୋଲି ସେ ମୋତେ କହିଥିଲେ।

ପରେ ନାଣ୍ଡୁବାବୁ ଅଫିସରେ ଆସି ପହଞ୍ଚିଥିଲେ। ମୋତେ କହିଥିଲେ, ମୋ କଥାରେ ଥରେ ରାଜି ହୋଇଯାଅ। ମୁଁ କ’ଣ ରାଜି ହେବି ବୋଲି ବାବୁଙ୍କୁ ପ୍ରଶ୍ନ କରିଥିଲି? ବାବୁ ମୋତେ କହିଥିଲେ ତୋ ଭାଇ ମରିଯାଇଛି, ବାପା ମା’ ଛଡ଼ା ତୋର କେହି ନାହାନ୍ତି, ତୁ ଗରିବ ଘରର ଛୁଆ...ଭୁବନେଶ୍ୱରରେ ଏକା ଘର ଭଡ଼ା ନେଇ ରହୁଛୁ। ଭଡ଼ା କେତେ ଦେଉଛୁ? ମୁଁ ୭ ହଜାର ଟଙ୍କା ଘର ଭଡ଼ା ଦେଉଛୁ ବୋଲି କହିଥିଲି। ତା’ ପରେ ବାବୁ ମୋତେ କହିଥିଲେ, ମୁଁ ତୋତେ ଭୁବନେଶ୍ୱରରେ ଏକ ଫ୍ଲାଟ ଦେଇଦେବି, ସୁନା ଗହଣାରେ ଛାଇ ଦେବି, ତୁ ଖାଲି ମୋ କଥାରେ ରାଜି ହୋଇ ଯାଅ... । ମୁଁ କେଉଁ କଥାରେ ରାଜି ହେବି ବୋଲି ପ୍ରଶ୍ନ ପଚାରିଥିଲି। ବାବୁ କହିଥିଲେ, ମୁଁ ଯେଉଁ ହୋଟେଲ ଡାକିବି ତୁ ସେହି ହୋଟେଲ ଯିବୁ ବୋଲି ବାବୁ ମୋତେ କହିଥିଲେ। ବାବୁଙ୍କ କଥା ଶୁଣି ମୋର ପାଦ ତଳୁ ମାଟି ଖସିଯାଇଥିଲା। ବାବୁ ମୋତେ ଏପରି କ’ଣ କହୁଛନ୍ତି....? ମୁଁ ଆପଣଙ୍କର ଝିଅ ବୟସର। ମୋତେ ଏମିତି କଥା କିପରି କହୁଛନ୍ତି? ମୋ କଥା ଶୁଣିବା ପରେ ବାବୁ ମୋତେ କହିଥିଲେ.. ସେମିତି ନ ହେଲେ ମୁଁ ତୁମକୁ ମୋ ଯାତ୍ରା ପାର୍ଟିରୁ ବାହାର କରିଦେବି?

ପରେ ମୁଁ କହିଥିଲି... ବାବୁ ଯାତ୍ରା ବାବଦକୁ ଯେଉଁ ପଇସା ଦେଇଥିଲେ , ମୁଁ ଆପଣଙ୍କ ପଇସା ଫେରାଇ ଦେଉଛି...। ମୁଁ ସେଭଳି ଝିଅ ନୁହେଁ, ସତ ଧନ ରୋଜଗାର କରି ମୋ ବାପାମା’ଙ୍କୁ ଚଳାଇବାକୁ ଚାହୁଁଛି। ଏହା କହି ମୁଁ ଘରକୁ ଫେରି ଆସିଥିଲି। ତା’ପରେ ବାବୁ ମୋତେ ଫୋନ କରି ଧମକ ଦେଇଥିଲେ, ଫଇସଲା କରି ଯାଅ ବୋଲି କହିଥିଲେ। ମୁଁ ଆଉ ଯିବି ନାହିଁ ବୋଲି ମନା କରିବାରୁ ମୋ ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ନାଣ୍ଡୁ ବାବୁ।

ପୂଜା ଆହୁରି କହିଛନ୍ତି, ସେ ନାଣ୍ଡୁବାବୁ ନୁହଁନ୍ତି, ସେ ବଡ଼ ସଇତାନ... ତାକୁ ଧର୍ମ ସହିବନି। ମୋତେ ତାର ତଣ୍ଟି ଚିପି ଦେବାକୁ ଇଚ୍ଛା ହେଉଛି।

ସୋନାଲି ମାଡାମକୁ ଯେଉଁ ଝିଅ  କହୁଛନ୍ତି, ସେ ବିଲକୁଲ ତାଙ୍କ ଝିଅ ନୁହେଁ। ସେ ନାଣ୍ଡୁବାବୁଙ୍କର ଦ୍ୱିତୀୟ ସ୍ତ୍ରୀ। ବାବୁ ମୋ କଥା ବୁଝୁଛନ୍ତି, ମୋତେ ସୁନା ଚେନ ଓ ଡ୍ରେସ ଆଣି ଦେଉଛନ୍ତି ବୋଲି ସୋନାଲି ମାଣ୍ଡାମ ମୋତେ କହିଛନ୍ତି। ମୋତେ ଯାତ୍ରାପାର୍ଟିରୁ ବାହାର କରିବାରେ ସୋନାଲି ମାଡାମଙ୍କ ହାତ ରହିଛି। ସେ ବାବୁଙ୍କୁ ମୋତେ ବାହାର କରିଦେବା ପାଇଁ କହିଥିଲେ। ଏମିତି ବି କହିଥିଲେ, ମୋତେ ଯାତ୍ରା ପାର୍ଟିରେ ରଖିଲେ ସେ ଯାତ୍ରା ପାର୍ଟିରେ ରହିବେନି ବୋଲି ବାବୁଙ୍କୁ କହିଥିଲେ।

ଅଧିକ ପଢ଼ନ୍ତୁ: ନାଣ୍ଡୁ ବାବୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ନରି ପଣ୍ଡାଙ୍କ ପରେ ମାମୁନୀ ଷଡ଼ଙ୍ଗୀ

Jatra Party Odia Jatra
Advertisment
Advertisment