• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ରାଜା ମହାରାଜାଙ୍କ ସିନେମା ଆପଣ କେବେ ଦେଖିଥିଲେ ? ଗାଦିକୁ ହାତେଇବାକୁ ଷଡଯନ୍ତ୍ର, ଗୋଟେ ପରେ ଗୋଟେ ଯୁଦ୍ଧ, ଭାଇ-ଭାଇର ଶତ୍ରୁତା, ହାତୀ ଘୋଡ଼ା ଶହ ଶହ ଯୋଦ୍ଧା । ଏସବୁ ଶେଷ ଥର ପାଇଁ ବଡ଼ ପରଦାରେ ଆପଣ ମାନେ ବୋଧେ ବାହୁବଳୀରେ ଚଳଚିତ୍ରରେ ଦେଖିଥିବେ । ସାରା ଭାରତ ଆଉ ବିଦେଶରେ ବି ଦର୍ଶକଙ୍କୁ ଦୋହଲାଇ ଦେଇଥିବା ସିନେମା ହେଉଛି ବାହୁବଳୀ ସିରିଜ୍ । ତେଲୁଗୁ ଭାଷାରେ ରିଲିଜ୍ ହୋଇଥିବା ଏହି ପାନ୍ ଇଣ୍ଡିଆ ଫିଲ୍ମ ଏବେ ବି ଦର୍ଶକଙ୍କ ମନରେ ରହିଛି । 

ବର୍ତ୍ତମାନ ଏମିତି ଗୋଟେ ସିନେମା ଆସିଛି, ଯାହାକୁ ଦେଖିଲା ପରେ ଆପଣ କହିବେ ଏହା ତା’ଠାରୁ ବେଷ୍ଟ, ନହେଲେ ଏମିତି ବି କହିବେ କି ପଛରେ ପଡ଼ିଯିବ ବାହୁବଳୀ ? ଶୁଣିବାକୁ ଅଜବ ଲାଗୁଛି କି ? କଥା ବିଶ୍ୱାସ ହେଉନଥିବ । ଆମେ କହୁଛୁ ମଣିରତନମ୍‌ଙ୍କ ନୂଆ ସିନେମା ପୋନିୟନ୍ ସେଲଭମ୍ ପାର୍ଟ-୧ ସମ୍ପର୍କରେ । ରାଜା ମହାରାଜାଙ୍କ ଅନେକ କାହାଣୀ ଆପଣ ପଢିଥିବେ, ବଡ଼ ପରଦାରେ ଆପଣ ମାନେ ଏହାକୁ ଦେଖି ମଧ୍ୟ ସାରିଛନ୍ତି ।

ରାଜପୁତ, ମରହଟ୍ଟା, ମୋଗଲ ଏମିତି ଅନେକଙ୍କ ସମ୍ପର୍କରେ ବିଶେଷ ଭାବେ ଏସବୁ ସିନେମା ଉତ୍ତର ଓ ପଶ୍ଚିମ ଭାରତ ସମ୍ପର୍କରେ ପ୍ରସ୍ତୁତ ହୋଇଛି । ହେଲେ ରାଜପୁତଙ୍କ ସାମ୍ରାଜ୍ୟ ବହୁ ବର୍ଷ ପୂର୍ବରୁ, ମୋଗଲଙ୍କ ଭାରତ ଆସିବା ପୂର୍ବରୁ ଦକ୍ଷିଣ ଭାରତରେ ଶାସନ କରୁଥିଲେ ଚୋଳ ଓ ପାଣ୍ଡ୍ୟ । ୧୦ ଶତାବ୍ବୀର ଏମାନଙ୍କ କାହାଣୀକୁ ନେଇ ୫୦୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଛି PS-1d । କାହାଣୀ କାଳ୍ପନିକ ନୁହେଁ, ଏକଦମ୍ ସତ । ବିଷୟବସ୍ତୁ, ଘଟଣାବଳୀ ସବୁ କିଛି ସତ ।

ଚୋଳ ସାମ୍ରାଜ୍ୟରେ ଗାଦି ହାତେଇବାକୁ କିପରି ନିଜ ନିଜ ଭିତରେ ଷଡଯନ୍ତ୍ର, କଥା କଥାରେ ଯୁଦ୍ଧ ହେଉଛି ସେସବୁକୁ ସିନେମାରେ ଦର୍ଶା ଯାଇଛି । ଏହି ଫିଲ୍ମରେ ୫ରୁ ଅଧିକ ସୁପରଷ୍ଟାର କାମ କରିଛନ୍ତି । ବିକ୍ରମ, କାର୍ତି, ଜୟରାମ ରବି, ତ୍ରିଶା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ପ୍ରକାଶ ରାଜଙ୍କ ସମେତ ଜଣାଶୁଣା ଅନେକ ଚେହେରା ଏହି ଫିଲ୍ମରେ ରହିଛନ୍ତି ।

ଏତେ ସବୁ ନାଁ ପରେ ଅନୁମାନ କରି ପାରୁଥିବେ ଅଭିନୟ କେତେ ପ୍ରଭାବଶାଳୀ ହେଇଥିବ । ମଣିରତନମ୍‌ଙ୍କ ନିର୍ଦ୍ଦେଶନାକୁ ବୁଝିବା ଏତେ ସହଜ ହୁଏନି, କିଛି ଦର୍ଶକ ଏଥିରେ ମସଲା ଖୋଜିବେ । ତାହା ବୋଧେ ଏହି ଫିଲ୍ମରେ ମିଳିବନି । ଯେହେତୁ ପିରିଓଡିକ୍ ଫିଲ୍ମ, ତେଣୁ ସେ ଅନ୍ଧାଜରେ ସିନେମା ପ୍ରସ୍ତୁତ ହୋଇଛି । ବାହୁବଲୀରେ କାହାଣୀ ଲେଖିବା ଆଉ ଦେଖେଇବାରେ ସ୍ୱାଧିନତା ଥିଲା କିନ୍ତୁ ଏଠି ଯାହା ଘଟିଛି, ତାହା ହିଁ ଦେଖାଇବାକୁ ପଡ଼ିବ । ତେଣୁ ସୀମିତ ମଧ୍ୟରେ ଏକ ବଳିଷ୍ଠ ପ୍ରଦର୍ଶନ ଦର୍ଶକ ପାଇଛନ୍ତି ।

ଚୋଳ ସାମ୍ରାଜ୍ୟରେ ଗାଦି ପାଇଁ ଝଗଡ଼ା, ଅରୁଣ ମୋଇ ଓରଫ୍ ମହାନ ରାଜାରାଜ୍-୧ଙ୍କ ଆବିର୍ଭାବ, ଏଆର୍ ରେହମାନ୍‌ଙ୍କ ମ୍ୟୁଜିକ ଓ ୧୦ ଶତାଦ୍ଦୀର କଳାତ୍ମକ ରଚନାକୁ ଦେଖି ପାରିବେ ଦର୍ଶକ । ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସିନେମାର ପ୍ରମୋସନ ଭଲ ଭାବେ ହେଇନି । ତେଣୁ ନର୍ଥ ଇଣ୍ଡିଆରେ ସିନେମାର ବ୍ୟବସାୟ ଆଶାଅନୁରୂପ ହୋଇନି । ତଥାପି ପ୍ରଥମ ଦିନରେ ୱାଲର୍ଡ ୱାଇଡ୍ ଓପେନିଂ ୮୦ କୋଟି ଟଙ୍କା ହୋଇଛି । ବାହୁବଳୀ ଓ କେଜିଏଫ୍ ସିରିଜ୍ ପରେ କାହାଣୀକୁ ନେଇ ଥିବା ଉତ୍କଣ୍ଠା ପିଏସ୍-୧ରେ ଦେଖିବାକୁ ମିଳିଛି । ଆଗାମୀ କାହାଣୀ କଣ ହେବ ? ତାକୁ ଅନେକ ବସିଛନ୍ତି ଦର୍ଶକ ।