Advertisment

ରିଲିଜ୍‌ ହୋଇଛି 'ପଠାନ'ର ଦମଦାର୍ ଟ୍ରେଲର୍‌; ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ!

ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଏବଂ ବଲିଉଡ୍‌ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍‌’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Pathaan Trailer Released

Pathaan trailer released predicted by aniruddha guha

Advertisment

ଶାହାରୁଖ ଖାନଙ୍କ 'ପଠାନ'ର ଦମଦାର୍ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଶାହାରୁଖ ଖାନ, ଜନ୍ ଆବ୍ରାହମ୍‌ ଏବଂ ଦୀପିକା ପାଦୁକୋନଙ୍କ ଜବରଦସ୍ତ ଷ୍ଟାଇଲ୍ ଦେଖିବାକୁ ମିଳିଛି। ଟ୍ରେଲର୍‌ରେ ଦେଖାଯାଇଥିବା ଚମତ୍କାର ଆକ୍ସନ୍ ଏବଂ ଦମଦାର୍ ଷ୍ଟାଇଲ୍‌କୁ ଫ୍ୟାନ୍‌ମାନେ ମଧ୍ୟ ପସନ୍ଦ କରିଛନ୍ତି।

Advertisment

ଫିଲ୍ମର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆ ରେ ଟ୍ରେଣ୍ଡ୍‌ କରୁଛି ଏବଂ ବଲିଉଡ୍‌ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍‌’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି।

ଶାହାରୁଖ ଖାନଙ୍କ ‘ପଠାନ୍‌’ର ଟ୍ରେଲର୍‌ ରିଲିଜ ହେବା ପରେ ଅନିରୁଦ୍ଧ ଗୁହା ଟୁଇଟ୍ କରି କହିଛନ୍ତି ଯେ ଏହି ‘ପଠାନ୍‌’ ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ। ଅନିରୁଦ୍ଧ ଫିଲ୍ମର ଟ୍ରେଲର୍‌ରେ ଏତେ ପ୍ରଭାବିତ ହୋଇଯାଇଛନ୍ତି ଯେ ଫିଲ୍ମଟି ବକ୍ସ ଅଫିସରେ ଝଡ କରିବ ବୋଲି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 'ଝୁମ୍‌ ଜୋ ପଠାନ'କୁ ନେଇ ତିଆରି ହେଲା ‘ଲକ୍‌ଡୀ କୀ କାଠି’

ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପ ମଧ୍ୟ ଫିଲ୍ମକୁ ନେଇ ଟ୍ୱିଟ୍ କରିଛନ୍ତି। ଶାହରୁଖ ଖାନଙ୍କ ଫିଲ୍ମର ଟ୍ରେଲର ଶେୟାର କରି ଲେଖିଛନ୍ତି, 'ଆ ଗୟା ପଠାନ! ଜୟ ହୀନ୍ଦ୍।' ଏହି ଉପାୟରେ ସେ ଶାହରୁଖ ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଛନ୍ତି।

ତେବେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ ପରଦାରେ କମାଲ୍ କରିବାକୁ ଯାଉଛନ୍ତି।

Advertisment

ଗଣତନ୍ତ୍ର ଦିବସ ପରି ଏକ ଗୁରୁତ୍ୱପୂର୍ଣ୍ଣ ତାରିଖକୁ ଦୃଷ୍ଟିରେ ରଖି ଏହି ଫିଲ୍ମକୁ ମୁକ୍ତିଲାଭ କରାଯାଉଛି। ଏହା ହେଉଛି ଚଳିତ ବର୍ଷର ପ୍ରଥମ ବଡ ରିଲିଜ୍, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ତେବେ ଏହି ଟ୍ରେଲର୍‌ରେ ସେମିତି କିଛି ନୂଆ ଦେଖିବାକୁ ମିଳିନି। ହିନ୍ଦୁସ୍ଥାନରେ ଆତଙ୍କବାଦର ଆକ୍ରମଣ ହେବାକୁ ଯାଉଛି। ଏନେଇ ଦେଶର ସରକାର ଚିନ୍ତାରେ। ଏଥିରେ ଷ୍ଟାଇଲିସ୍-ହିରୋ-ଟାଇପ୍ ଭିଲେନ୍ ହୋଇଛନ୍ତି ଜନ ଆବ୍ରାହମ୍ ଆଉ ବିଦେଶୀ ଲୋକେସନ୍‌ରେ ତାଙ୍କୁ ଫିଛା କରୁଛନ୍ତି ଶାହରୁଖ ଖାନ୍।

ଟ୍ରେଲରରେ ଯାହା ସବୁଠୁ ଅଧିକ ପ୍ରଭାବିତ କରୁଛି ତାହା ହେଲା ଦୀପିକା ପାଦୁକୋନଙ୍କ ଲୁକ୍ ଆଉ ଷ୍ଟାଇଲ୍। ଦୀପିକା ପୁରା ଟ୍ରେଲରରେ ସବୁଠାରୁ ଆକର୍ଷଣୀୟ ଏବଂ ମଜାଦାର ଦେଖାଯାଉଛନ୍ତି। ତାଙ୍କର ସେହି ଚରିତ୍ର ହିଁ ଫିଲ୍ମ ଦେଖିବାକୁ ଉତ୍ସାହ ସୃଷ୍ଟି କରୁଛି।

ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଏବଂ ବଲିଉଡ୍‌ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍‌’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।

ତେବେ ‘ପଠାନ’ର ଟ୍ରେଲର ଦେଖିବା ପରେ ଜଣେ ମଡେଲ ଶାହାରୁଖଙ୍କ ଦିବାନା ହୋଇଯାଇଛନ୍ତି। ସେ ଶାହରୁଖଙ୍କ ପାଇଁ ସବୁ ଯୁବକମାନଙ୍କୁ ଛାଡିଦେବେ ବୋଲି କହିଛନ୍ତି। ଏହି ମଡେଲଙ୍କ ନା’ ତାନ୍ୟା ଚାଟ୍ଟାର୍ଜୀ। ଏହାର ଏକ ଭିଡିଓ ବିରଲ୍ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍ କରିଛନ୍ତି। ଭିଡିଓରେ ତାନ୍ୟା କହୁଛନ୍ତି ଯେ “ଶାହାରୁଖ ଚମତ୍କାର ଦେଖାଯାଉଛନ୍ତି। ଏ ବୟସରେ ମଧ୍ୟ ଜଣେ ଏତେ ସ୍ମାର୍ଟ ଦେଖାଯାଏ! ତାଙ୍କ ପାଇଁ ମୁଁ ସବୁ ଯୁବକଙ୍କୁ ଛାଡିଦେବି।”

Deepika Padukone John Abraham Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ