/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674034316.jpg)
Pathaan Starcasts won't give media interviews before film release
ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ ଙ୍କ ଫିଲ୍ମ 'ପଠାନ' ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଗ୍ରାଣ୍ଡ ରିଲିଜ୍ ପୂର୍ବରୁ ନିର୍ମାତା ଏକ ନୂଆ ମାର୍କେଟିଂ କୌଶଳ ଆପଣେଇଛନ୍ତି। କୁହାଯାଉଛି ଯେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ କୌଣସି ସାକ୍ଷାତକାର ଦେବେ ନାହିଁ। ବିବାଦକୁ ଏଡ଼ାଇବା ପାଇଁ ନିର୍ମାତାଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି।
ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହା ପ୍ରକାଶ କରିଛନ୍ତି। ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଫିଲ୍ମ ନିର୍ମାତା କେବଳ ଗୀତ ଏବଂ ଟ୍ରେଲର ଆଧାରରେ ଫିଲ୍ମର ପ୍ରମୋସନ କରିବେ। ତେଣୁ ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ଗଣମାଧ୍ୟମ ସହିତ କୌଣସି ପ୍ରକାର କଥାବାର୍ତ୍ତା ହେବେ ନାହିଁ। ‘ପଠାନ’ ପୂର୍ବରୁ ଅଜୟ ଦେବଗନଙ୍କ ଅଭିନୀତ 'ଦୃଶ୍ୟମ୍ ୨' ପାଇଁ ମଧ୍ୟ ଏହି ମାର୍ଗ ଅନୁସରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଭାରତରେ ‘ପଠାନ’ର ଆଡଭାନ୍ସ ବୁକିଂ କେବେଠାରୁ ଆରମ୍ଭ
ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ପୂର୍ବରୁ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ଏହି ଚଳଚ୍ଚିତ୍ରର ୧୦ ଟି ଦୃଶ୍ୟକୁ ପରିବର୍ତ୍ତନ କରିବାକୁ କହିଥିଲେ। ଏହା ବ୍ୟତୀତ କିଛି ସଂଳାପକୁ ମଧ୍ୟ ପରିବର୍ତ୍ତନ କରିବାକୁ କୁହାଯାଇଥିଲା।
ଯେବେଠାରୁ ଏହି ଚଳଚ୍ଚିତ୍ରର ଟିଜର ଏବଂ ଗୀତ ରିଲିଜ୍ ହୋଇଛି, ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କିଛି ଲୋକ ‘ବେଶରମ୍ ରଙ୍ଗ’ ଗୀତର ଲିରିକ୍ସକୁ ବିରୋଧ କରୁଥିବାବେଳେ କିଛି ଲୋକ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗକୁ ନେଇ ବିରୋଧ କରିଥିଲେ। ଏହି ବିବାଦ ଯୋଗୁଁ ସେନ୍ସର ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା।
Earlier #Drishyam2.
Now #Pathaan.NO interviews to *media persons* during pre-release promotions… Relying on songs and trailers to do the talking.
WISE STRATEGY… A STEP IN THE RIGHT DIRECTION.#PathaanMovie#SRK#DeepikaPadukone#JohnAbrahampic.twitter.com/0wzzXNfI3n
— taran adarsh (@taran_adarsh) January 17, 2023
ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ 'ର' ଶବ୍ଦକୁ ପରିବର୍ତ୍ତନ କରି 'ହମାରେ' ଏବଂ 'ଲଙ୍ଗଡେ ଲୁଲେ' ଜାଗାରେ 'ଟୁଟେ ଫୁଟେ', 'PM' ପରିବର୍ତ୍ତେ 'ରାଷ୍ଟ୍ରପତି ବା ମନ୍ତ୍ରୀ', 'PMO' କୁ ୧୩ଟି ଜାଗାରୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ, 'ଅଶୋକ ଚକ୍ର' କୁ 'ବୀର ପୁରସ୍କାର', 'ପୂର୍ବତନ KGB' କୁ 'ପୂର୍ବତନ SBU' ଏବଂ 'ମିସେଜ୍ ଭାରତମାତା' ବଦଳରେ 'ହମାରୀ ଭାରତମାତା'ରେ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ 'ସ୍କଚ୍' ବଦଳରେ 'ଡ୍ରିଙ୍କ୍ସ' ଶବ୍ଦ କୁହାଯିବ ଏବଂ ଟେକ୍ଷ୍ଟ୍ 'ବ୍ଲାକ୍ ପ୍ରିଜନ୍ ଋଷ' ବଦଳରେ ଦର୍ଶକମାନେ କେବଳ 'ବ୍ଲାକ୍ ପ୍ରିଜନ୍' ଦେଖିବେ।
ପଠାନରେ SRK ଜଣେ ସୈନିକ ଭାବରେ ନଜର ଆସିବେ। ଶାହାରୁଖଙ୍କ ଦମଦାର ଅବତାର ପଠାନରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ସେ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରୁ ଦେଶକୁ ରକ୍ଷା କରୁଥିବା ନଜର ଆସିବେ। ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜନ୍ ଆବ୍ରାହମ ଜଣେ ଭିଲେନ୍ ଭୂମିକାରେ ଅଛନ୍ତି। ଏହି ଲଢେଇରେ କିଙ୍ଗ୍ ଖାନ୍, ଦୀପିକା ପାଦୁକୋନଙ୍କ ସମର୍ଥନ ପାଆନ୍ତି। ‘ପଠାନ’ର ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଶାହରୁଖଙ୍କ ସଂଳାପକୁ ଖୁବ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)