Pathaan first song besharam rang going viral
୨୦୨୩ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି। ସେ ତାଙ୍କ ନୂଆ ଚଳଚ୍ଚିତ୍ର ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଶାହାରୁଖ ଖାନ ଙ୍କ ଫିଲ୍ମ 'ପଠାନ' ଆସନ୍ତା ବର୍ଷ ଆରମ୍ଭରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି। 'ବେଶରମ୍ ରଙ୍ଗ୍' ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଆକର୍ଷଣ କରୁଛି। ଗୀତ ରିଲିଜ୍ ହେବାର କିଛି ସମୟ ପରେ ଏହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।
'ବେଶରମ୍ ରଙ୍ଗ୍'ରେ କିଙ୍ଗ୍ ଖାନ୍ଙ୍କୁ ଭିନ୍ନ ଷ୍ଟାଇଲ୍ରେ ଦେଖିବାକୁ ମିଳିଥିବା ବେଳେ ଦୀପିକାଙ୍କ କିଲର୍ ଲୁକ୍ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ହୋଇଛି। ଗୀତରେ ଦୀପିକାଙ୍କ ବିକିନି ଷ୍ଟାଇନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। କିଛି ଦିନ ପୂର୍ବରୁ ହଳଦିଆ ବିକିନିରେ ଦୀପିକାଙ୍କ ପୋଷ୍ଟର ଇଣ୍ଟରନେଟ୍ରେ ଛାଇ ଯାଇଥିଲା।
ଗୀତର ଆରମ୍ଭରେ ଦୀପିକା ପାଦୁକୋନଙ୍କ ଗ୍ଲାମରସ୍ ଷ୍ଟାଇଲ୍ ଦେଖିବାକୁ ମିଳେ। ଗୀତର ଲିରିକ୍ସ ହେଉଛି 'ହମେ ତୋ ଲୁଟ୍ ଲିୟା ମିଲ୍କେ ଇଶ୍କ୍ ୱାଲ୍ ନେ...'। ଶାହାରୁଖ ଏହି ଗୀତକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଗୀତକୁ ଶିଳ୍ପା ରାଓ, କୈରାଲିସା ମୋଣ୍ଟେରିଓ ଏବଂ ବିଶାଲ ଶେଖର ଗାଇଛନ୍ତି। ଏହାର ଲିରିକ୍ସ ବିଶାଲ ଦଦଲାନି ପ୍ରସ୍ତୁତ କରିଛନ୍ତି। ଏହାର ସଂଗୀତ ବିଶାଲ ଶେଖର ଦେଇଥିବା ବେଳେ ବୈଭବ ମର୍ଚେଣ୍ଟ ଏହାର କୋରିଓଗ୍ରାଫି କରିଛନ୍ତି।
ଅଧିକ ପଢ଼ନ୍ତୁ: ‘ପଠାନ’ ରିଲିଜ୍ ପୂର୍ବରୁ ମାଆଙ୍କ ଆଗରେ ମଥା ଟେକିଲେ କିଙ୍ଗ୍ଖାନ୍
ପ୍ରକାଶଥାଉ ଯେ 'ପଠାନ୍' ସିଦ୍ଧାର୍ଥ ଆନନ୍ଦଙ୍କ ଏକ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର। ଏହା ୨୦୨୩ ବର୍ଷ ଆରମ୍ଭରେ ରିଲିଜ୍ ହେବାର ଯୋଜନା ଅଛି। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରାହାମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ତେବେ ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରୁ ଶାହାରୁଖଙ୍କର ବହୁତ ଆଶା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670940149.jpg)