Pathaan
ସବୁଠି ‘ପଠାନ’ ଆଉ ‘ପଠାନ’ । ବକ୍ସ ଅଫିସରେ ଧମାଲ ମଚାଉଛି ଶାହରୁଖ ଖାନ ଙ୍କ ଫିଲ୍ମ । ଏସ.ଆର.କେଙ୍କ ଫିଲ୍ମ ‘ପଠାନ’ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗୁଛି । ଥିଏଟରରେ ଏହି ଫିଲ୍ମ ବ୍ଲକବଷ୍ଟର ହୋଇସାରିଥିବା ବେଳେ ‘ପଠାନ’ର ଗୀତ ଓ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ପୂର୍ବରୁ ବଲିଉଡ ରେ ରେକର୍ଡ ହାସଲ କରିସାରିଥିବା କିଛି ଫିଲ୍ମକୁ ପଛରେ ପକାଇଛି ‘ପଠାନ’ । ବର୍ତ୍ତମାନର ସୂଚନା ଅନୁସାରେ ବଲିଉଡର ୫ଟି ଫିଲ୍ମର ରେକର୍ଡକୁ ଭାଙ୍ଗିଛି ଶାହରୁଖଙ୍କ ମୁଭି ‘ପଠାନ’ । କେଜିଏଫ, ବାହୁବଳି, ୱାର, ସୁଲତାନ ଓ ଧୁମ-୩କୁ ‘ପଠାନ’ ପଛରେ ପକାଇଛି ।
କୁହାଯାଉଛି କି, ‘ପଠାନ’ କେବଳ ଏବେ ଗୋଟିଏ ଫିଲ୍ମ ନୁହେଁ, ବକ୍ସ ଅଫିସରେ ଧମାଲ ମଚାଉଥିବା ଏକ ବ୍ଲକବଷ୍ଟର ମୁଭି । ଗତ ବୁଧବାର ଦିନ ମଧ୍ୟ ‘ପଠାନ’ ରିଲିଜ ହୋଇଥିବା ଫିଲ୍ମ ହଲ ଗୁଡ଼ିକରେ ଦର୍ଶକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଦର୍ଶକମାନେ ଧାଡ଼ିରେ ଅପେକ୍ଷା କରି ଫିଲ୍ମ ଦେଖିଥିଲେ । ‘ପଠାନ’ ରିଲିଜ ହେବା ଦିନ ୫୭ କୋଟି ଟଙ୍କାର ବ୍ୟବସାୟ କରି ଦମଦାର ଓପନିଂ ଆରମ୍ଭ କରିଥିଲା । ଗତକାଲି ଅର୍ଥାତ ବୁଧବାର ‘ପଠାନ’ର ରିଲିଜକୁ ୭ ଦିନ ହୋଇଥିବା ବେଳେ ୭୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଛି ବ୍ଲକବଷ୍ଟର ମୁଭି ‘ପଠାନ’।
ଅଧିକ ପଢ଼ନ୍ତୁ: ପ୍ରଥମ ଦିନରେ ଜବରଦସ୍ତ ରୋଜଗାର: KGF-2, RRRର ରେକର୍ଡ ଭାଙ୍ଗିଲା
ରେକର୍ଡ ଭାଙ୍ଗିବା କଥା କହିବାକୁ ଗଲେ, ଗଣମାଧ୍ୟମର ରିପୋର୍ଟ ଅନୁସାରେ ‘ପଠାନ’ ସଲମାନ ଖାନଙ୍କ ‘ବଜରଙ୍ଗୀ ଭାଇଜାନ’ (୩୨୧ କୋଟି), ହ୍ରିତିକ ରୋଶନଙ୍କ ‘ୱାର’ (୩୧୮ କୋଟି), ସଲମାନ ଖାନଙ୍କ ‘ସୁଲତାନ’ (୩୦୧.୫୦ କୋଟି) ଏବଂ ଅମିର ଖାନଙ୍କ ଧୁମ-୩ (୨୮୪ କୋଟି)କୁ ପଛରେ ପକାଇସାରିଛି ।
ଆମେ ଏଠାରେ କହି ରଖିବୁ, ଗତ ୧୦ ବର୍ଷ ମଧ୍ୟରେ ଶାହରୁଖ ଖାନଙ୍କ ୮ଟି ଫିଲ୍ମ ରିଲିଜ୍ ହୋଇଛି । ଯେଉଁ ତାଲିକାରେ ଶାହରୁଖଙ୍କ ୩ଟି ଫିଲ୍ମ ଫ୍ଲପ୍ ହୋଇଛି । ୨୦୧୩ରେ ଶାହରୁଖଙ୍କ ରିଲିଜ୍ ହୋଇଥିବା ଚେନ୍ନାଇ ଏକ୍ସପ୍ରେସ୍ ବ୍ଲକବଷ୍ଟର ହୋଇଥିଲା । ଏହି ଫିଲ୍ମ ୧୦୦.୪୨ କୋଟି ଟଙ୍କା କାରବାର କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Pathaan_1675320761.jpg)