Advertisment

ପରିଣୀତି –ରାଘବଙ୍କ ନୂଆ ଖବର; ଏହିଦିନ ରିଙ୍ଗ୍‌ ସେରେମନୀ, ଏହିଦିନ ବିବାହ

ପରିଣୀତି ଚୋପ୍ରା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ରାଘବ ଏବଂ ପରିଣୀତି ଏହି ଦିନ ପରସ୍ପରଙ୍କୁ ମୁଦି ପିନ୍ଧେଇବେ। ଜାଣନ୍ତୁ କେବେ ହେବ ବିବାହ।

author-image
Pramod Behera
ଅଦ୍ୟତନ ହୋଇଛି
Parineeti Chopra Engagement

Parineeti chopra and aap leader raghav chadha getting engaged on may 13

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ନିକଟରେ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଏକାଠି ନଜର ଆସିଥିଲେ। ସେବେଠାରୁ ସେମାନଙ୍କ ସମ୍ପର୍କ ଓ ବିବାହ ଖବରକୁ ନେଇ ଚର୍ଚ୍ଚା ହେଉଛି। ତଥାପି ଏପର୍ଯ୍ୟନ୍ତ କେହି ବି ଏ ବିଷୟରେ ମୁହଁ ଖୋଲି ନାହାନ୍ତି।

Advertisment

ପ୍ରକାଶଥାଉ ଯେ ପରିଣୀତି ଏବଂ ରାଘବ ଚଳିତ ବର୍ଷ ମାର୍ଚ୍ଚରେ ଦୁଇ ଥର ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ସେହିଦିନଠାରୁ ସେମାନଙ୍କ ବିବାହକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ମିଡିଆ ରିପୋର୍ଟ ଦାବି କରିଛି ଯେ ଉଭୟ ନିଜ ସମ୍ପର୍କକୁ ଶୀଘ୍ର ଆଗକୁ ନେବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ରାଘବ ଏବଂ ପରିଣୀତି ମେ ୧୩ରେ ପରସ୍ପରଙ୍କୁ ମୁଦି ପିନ୍ଧେଇବେ।

ଅଧିକ ପଢ଼ନ୍ତୁ: ହେଇଗଲା ପରିଣୀତି ଚୋପ୍ରାଙ୍କ ସହ ରାଘବଙ୍କ ନିର୍ବନ୍ଧ; ଜାଣନ୍ତୁ କେବେ ବିବାହ

Advertisment

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀରେ ସେମାନଙ୍କର ରିଙ୍ଗ୍‌ ସେରେମନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ଖବର ଆସିଥିଲା ଯେ ଉଭୟଙ୍କ ରୋକା ସେରେମନୀ ହୋଇଥିଲା ଏବଂ ସେମାନେ ଚଳିତ ବର୍ଷ ଅକ୍ଟୋବରରେ ବିହାହ କରିବେ ବୋଲି କୁହାଯାଉଛି।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି କାରଣ ସେ ସେହି ସମୟରେ Jio MAMI ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତରେ ରହିବେ। ପରିଣୀତିଙ୍କୁ ଅମିତାଭ ବଚ୍ଚନ, ଅନୁପମ ଖେର ଏବଂ ବୋମାନ ଇରାନୀଙ୍କ ସହ ଶେଷ ଥର ପାଇଁ ‘ଉଚ୍ଚାଇ’ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କ ହାତରେ ଦିଲ୍‌ଜିତ ଦୋସାଞ୍ଜଙ୍କ ସହ ଇମ୍‌ତିଆଜ ଅଲିଙ୍କ ଫିଲ୍ମ 'ଚମ୍‌କିଲା' ଅଛି।

ପରିଣୀତି ପୂର୍ବରୁ ନିର୍ଦ୍ଦେଶକ ମନୀଶ ଶର୍ମାଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ସେମାନେ ଅଲଗା ହେବାର ପ୍ରାୟ ଏକ ବର୍ଷ ବିତିଗଲାଣି। ତେତେ ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ପରିଣୀତି ଏବଂ ରାଘବଙ୍କ ମଧ୍ୟରେ ଏହି ନୂଆ ସଂପର୍କ କେବଳ କାଜୁଆଲ୍ ନା ଏକ ନୂଆ ରୋମାନ୍ସର ଆରମ୍ଭ?

Bollywood Parineeti Chopra
Advertisment
Advertisment