Advertisment

ହେଇଗଲା ପରିଣୀତି ଚୋପ୍ରାଙ୍କ ସହ ରାଘବଙ୍କ ନିର୍ବନ୍ଧ; ଜାଣନ୍ତୁ କେବେ ବିବାହ

ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍‌ଢାଙ୍କ ଡେଟିଂ ଖବର ଖୁବ୍ ଚର୍ଚ୍ଚାରେ ଥିଲା ଆଉ ସେମାନେ ନିଶ୍ଚିତ ବିବାହ କରିବେ ବୋଲି ବିଶ୍ୱାସ ମଧ୍ୟ କରାଯାଉଥିଲା। ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି। କେବେ ବିବାହ କରିବେ ଜାଣନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Parineeti Chopra Engaged With Raghav Chaddha

Parineeti chopra engaged with raghav chaddha

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍‌ଢାଙ୍କ ଡେଟିଂ ଖବର ଖୁବ୍ ଚର୍ଚ୍ଚାରେ ଥିଲା ଆଉ ସେମାନେ ନିଶ୍ଚିତ ବିବାହ କରିବେ ବୋଲି ବିଶ୍ୱାସ ମଧ୍ୟ କରାଯାଉଥିଲା। ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି। ନିକଟରେ ପରିଣୀତି ଏକ ରୂପା ମୁଦି ପିନ୍ଧିଥିବାର ନଜର ଆସିଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍‌ଢାଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏକ ପାରମ୍ପରିକ ନିର୍ବନ୍ଧ ଉତ୍ସବ ହୋଇଥିଲା। କୁହାଯାଉଛି ଯେ ଉଭୟ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିବାହ କରିବେ। ରିପୋର୍ଟରେ ପୁଣି ମଧ୍ୟ କୁହାଯାଇଛି ଯେ ପରିଣୀତି ତାଙ୍କ ସୁଟିଂରେ ବ୍ୟସ୍ତ ଥିବାରୁ ଏତେ ଶୀଘ୍ର ବିବାହ କରିବାକୁ ତତ୍ପର ନୁହଁନ୍ତି।

ପରିଣୀତି ଇମତିୟାଜ୍‌ ଅଲିଙ୍କ ନିର୍ଦ୍ଦେଶିତ ‘ଚମକିଲା’ରେ ଦିଲଜିତ ଦୋସାଞ୍ଜଙ୍କ ବିପକ୍ଷରେ ନଜର ଆସିବେ। କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ପଞ୍ଜାବୀ ଗାୟକ ଅମର ସିଂହ ଚମକିଲାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି।

Advertisment

କିପରି ଆରମ୍ଭ ହେଲା ପ୍ରେମ:

ପରିଣୀତି ଏବଂ ରାଘବ ଲଣ୍ଡନ ସ୍କୁଲ୍‌ ଅଫ୍ ଇକୋନୋମିକ୍ସରେ ଏକାଠି ପାଠ ପଢୁଥିଲେ। ଏହି ସମୟରେ ସେମାନେ ଦୀର୍ଘ ଦିନ ଧରି ବନ୍ଧୁ ଭାବେ ରହିଥିଲେ। କିନ୍ତୁ ଏକ ସିନେମାର ସୁଟିଂ ପାଇଁ ପରିଣୀତି ଯେତେବେଳେ ପଞ୍ଜାବକୁ ଯାଇଥିଲେ ସେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ତିଆରି ହୋଇଥିଲା।  ଏହା ପରେ ସେମାନଙ୍କ ମଧ୍ୟ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଗଲା।

ଏମିତିରେ ବି ବଲିଉଡ ଏବଂ ରାଜନୀତି ମଧ୍ୟରେ ସଂଯୋଗ ନୂଆ କଥା ନୁହେଁ। ପୂର୍ବରୁ ଅନେକ ସମ୍ପର୍କ ତିଆରି ହୋଇଛି ଏବଂ ବିବାହ ମଧ୍ୟ ହୋଇଛି। ଯେତେବେଳେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍‌ଢାଙ୍କୁ ଏକାଠି ଦେଖିବାକୁ ମିଳିଥିଲା ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଆଉ ଏକ ନେତା-ଅଭିନେତା ଯୋଡି ତିଆରି ହେବାକୁ ଯାଉଛନ୍ତି।

ନିକଟରେ ପରିଣୀତି ଚୋପ୍ରା ରାଘବଙ୍କ ନା’ ନ ନେଇ କହିଥିଲେ ଯେ “ତୁମ ବିଷୟରେ ସବୁକିଛି ଦୁନିଆ ସାମ୍ନାକୁ ଆସିଯାଏ ଏବଂ ମିଡିଆ ହେଉଛି ଏହାର ଆଉଟ୍‌ଲେଟ୍। ଆମେ ନିଜକୁ, ଆମ ଚେହେରାକୁ ଏବଂ ନାଁକୁ ଘର ଘର ପହଞ୍ଚେଇବା ନେଇ କଠିନ ପରିଶ୍ରମ କରୁ।” ଏଥିରୁ ଜଣାପଡେ ଯେ ପରିଣୀତି ରାଘବଙ୍କୁ କେତେ ସମ୍ମାନ କରନ୍ତି।

Bollywood Parineeti Chopra
Advertisment
Advertisment