• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ '83' ଓ 'ଅତରଙ୍ଗେ ରେ'

୨୫ ଜୁନ୍ ୧୯୮୩...ବିଶ୍ୱ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଥିଲା ଭାରତୀୟ କ୍ରିକେଟ୍ ଟିମ୍‌ର ନାଁ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଐତିହାସିକ ବିଜୟ ହାସଲ କରିଥିଲା । ଏହି ଚର୍ଚ୍ଚିତ, ରୋମାଞ୍ଚକର ଓ ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିବା ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ୮୩ ।

ଦେଶରେ ୨ ହଜାରରୁ ଅଧିକ ସ୍କିନ୍ ରେ ଫିଲ୍ମକୁ ଗ୍ରାଣ୍ଡ ଏଣ୍ଟ୍ରି ମିଳିଛି । ହିନ୍ଦୀ, ତେଲୁଗୁ, ତାମିଲ ଏବଂ ବିଦେଶରେ ଫିଲ୍ମକୁ ଏକାସଙ୍ଗେ ରିଲିଜ୍ କରାଯାଇଛି । ୧୯୮୩ ମସିହାରେ ବିଶ୍ୱକପ୍ ସେହି ସ୍ୱର୍ଣ୍ଣିମ ଇତିହାସକୁ ପରଦାରେ ଅତି ନିଖୁଣ ଭାବେ ପରିବେଷଣ କରାଯାଇଛି ।

ଫିଲ୍ମରେ ରିୟଲ୍ ଲାଇଫ୍ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ରିଲ୍ ଲାଇଫରେ ବି ଏକାସାଙ୍ଗେ ନଜର ଆସିଛନ୍ତି । କ୍ୟାପଟେନ୍ କପିଲ ଦେବଙ୍କ ଚରିତ୍ରରେ ରଣବୀର ଅଭିନୟ କରିଛନ୍ତି । ଦୀପିକା କପିଲଙ୍କ ପତ୍ନୀ ରୋମୀ ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ। କପିଲ ଦେବଙ୍କ ଭଳି କଥା, ଠାଣି ଓ ଫିଲ୍ମରେ ଚମକ ।

ସବୁକୁ ପରଦାରେ ଅବିକଳ ଉତାରିବାକୁ ଚେଷ୍ଟା କରିଛନ୍ତି ରଣବୀର । କେବଳ ରଣବୀର କାହିଁକି, ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭାସିନ୍, ମହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ୍ ସଲିମ୍, ସଞ୍ଜୀବ ପାଟିଲଙ୍କ ଭୂମିକାରେ ତାଙ୍କ ପୁଅ ଚିରାଗ ପାଟିଲ ଅଭିନୟ କରିଛନ୍ତି । ଜିମ୍ବାୱେ ବିପକ୍ଷ ମ୍ୟାଚ୍, କପିଲଙ୍କ କ୍ୟାଚ୍ ସମେତ ଅନେକ ଅଭୁଲା ସ୍ମୃତି ଫିଲ୍ମ ଜରିଆରେ ପୁଣି ତାଜା ହେବ ।

film '83film '83

ଫିଲ୍ମର ପ୍ରମୋସନ୍ ମୁମ୍ବାଇଠୁ ଆରମ୍ଭ କରି ଦୁବାଇ ଯାଏଁ ହୋଇଛି । ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି ଟ୍ରେଲର। ଏହି ଗ୍ରାଣ୍ଡ ସେଲିବ୍ରେସନରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ୮୩ ଟିମ୍ର ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ମୁମ୍ବାଇ ସ୍ପେଶାଲ୍ ସ୍ପିନିଂରେ ସାମିଲ ହୋଇଥିଲେ ରିଲ୍ ଓ ରିୟଲ୍ ଖେଳାଳି । ତାସହ ମୁମ୍ବାଇରେ ହୋଇଥିଲା ଫିଲ୍ମର ସାନଦାର ପ୍ରମୋସନ୍ । ଫିଲ୍ମ ରିଲିଜ୍ ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି

ଆଜି ଓଟିଟି ପ୍ଲାଟଫର୍ମ ହଟ୍ ଷ୍ଟାରରେ ରିଲିଜ୍ ହେଉଛି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଅତରଙ୍ଗୀ ରେ' । ପ୍ରଥମ ଥର ପାଇଁ ଅକ୍ଷୟ, ସାଉଥ୍ ଆକ୍ସନ୍ ଷ୍ଟାର ଧନୁଶ ଓ ସାରା ଅଲ୍ଲୀ ଖାନ୍ ଏକାଠି ନଜର ଆସିଛନ୍ତି । ଆନନ୍ଦ ଲାଲ୍ ରାଏଙ୍କ ଏହି ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ । ତେବେ ଅକ୍ଷୟଙ୍କ କ୍ୟାରିୟରରେ ଏବେ ବି ସସ୍ପେନ୍ସ ମଧ୍ୟରେ ରହିଛି । ଉଭୟ ଫିଲ୍ମ କରୋନା କଟକଣା ଯୋଗୁଁ ବିଳମ୍ବରେ ରିଲିଜ୍ ହେଉଛି ।

 film 'atrangi re' film 'atrangi re'