Manoj Mishra: କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର, କହିଲେ....

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । କାରଣ ବ୍ୟାସକବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ ବୋଲି ମନୋଜ ମିଶ୍ର କହିଛନ୍ତି ।

କ୍ଷମା ମାଗିଲେ ମନୋଜ ମିଶ୍ର

ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା । ଶେଷରେ ଭୁଲ ମାଗିଲେ ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ 'ରାଣ୍ଡୀ ପୁଅ ଅନନ୍ତା'କୁ ନେଇ ମନୋଜ ବ୍ରିଭାନ୍ତିକର ମନ୍ତବ୍ୟ ଦେଇଥିଲେ । ତେବେ ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । କାରଣ ମୋର ସେତିକି ଜ୍ଞାନ ନାହିଁ । ବ୍ୟାସକବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ଯେତିକି ସାହିତ୍ୟରେ ଜ୍ଞାନ ରହିବା କଥା । ମୋର ତାଠୁ ବି କମ୍‌ ଜ୍ଞାନ ରହିଛି । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ । ମୁଁ ହାତ ଯୋଡ଼ି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି ବୋଲି ମନୋଜ ମିଶ୍ର କହିଛନ୍ତି ।

ଅଧିକ ପଢ଼ନ୍ତୁ: ବର୍ଷିଲେ ମନୋଜ; କହିଲେ, ‘ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର’

ସୂଚନା ଅନୁସାରେ, ମନୋଜ ମିଶ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା ।

ସୂଚନା ଅନୁସାରେ, ନିକଟରେ ପୁଣି ବଢ଼ିଛି ଓଲିଉଡ୍ କଳି । ନଭେମ୍ବର ୧୨ରେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । ଏହାପରେ ନଭେମ୍ବର ୧୩ରେ ପ୍ରେସମିଟ୍‌ କରି ବର୍ଷିଥିଲେ ଅଭିନେତା ମନୋଜ ମିଶ୍ର । ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିଲେ ମନୋଜ ।

ସେ ପ୍ରେସମିଟ୍‌ କରି କହିଥିଲେ, ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ ବୋଲି କହିଥିଲେ ମନୋଜ ମିଶ୍ର । ସେହିପରି ସେ ଆହୁରି କହିଥିଲେ ଯେ, ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଥିଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର ।

ସୂଚନା ଅନୁସାରେ ନଭେମ୍ବର ୧୨ରେ ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦାୟର କରିଥିଲେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ । ଓଡ଼ିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଥିଲା ।

ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ'ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଥିଲେ । ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କହିଥିଲେ ।

ଅଧିକ ପଢ଼ନ୍ତୁ: ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁ ପୁରସ୍କାର ...