Advertisment

ଓଡ଼ିଆ ସିନେମା ଶିଳ୍ପକୁ ଗ୍ରାସିଛି ଅକାଳ: ଖଳନାୟକ ଶୂନ୍ୟ ହୋଇଯାଇଛି ଓଲିଉଡ୍ !

ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ।

author-image
Chandan Shishu
Ollywood villain

Ollywood villain

ଜଣଙ୍କ ପରେ ଜଣେ ଜୀବନ ନାଟକରେ ଅଭିନୟ ସାରି ଅଫେରା ବାଟ ଦେଇ ଫେରିଯାଇଛନ୍ତି ନିଜ ନିଜ ଠିକଣାକୁ। ହେଲେ ଆଜି କିନ୍ତୁ ଝୁରୁଛି ଓଲିଉଡ୍, ଝୁରୁଛନ୍ତି କୋଟି କୋଟି ଓଡ଼ିଆ ା ସିନେ ପ୍ରେମୀଙ୍କ କାନ୍ଦୁଛି ମନ ଆଉ ପ୍ରାଣ। କାରଣ ଏମିତି କିଏ ନାହାଁନ୍ତି ଯିଏ ଶୁଣିନଥିବେ ରାଇମୋହନ ପରିଡ଼ାଙ୍କ ଏ ଅନାନୀ ଡାଏଲଗ୍। କିଏ ଦେଖିନଥିବେ ମୀନକେତନଙ୍କ ଯାତ୍ରାର ସେହି ଲୋମଟାଙ୍କୁରା ଦୃଶ୍ୟ। ଆଜି ବି କାନରେ ଗୁଞ୍ଜରିତ ହେଉଛି ପରଦାର ବ୍ୟାଡ଼ ବୟ। ହର ପଟ୍ଟନାୟକଙ୍କ ନାଇଁ ନାଇଁ ନାଇଁ ମ ସଂଳାପ। ମନରେ ଆଜି ବି ବସାବାନ୍ଧିଛି ମିହିର ଦାସଙ୍କ କାକା ଯାହା କହେ ଡାଏଲଗ୍।

Advertisment

କିନ୍ତୁ ଦୁର୍ଭାଗ୍ୟ, କାହାର କେଉଁ ନଜର ଲାଗିଲା କେଜାଣି ଆଗପଛ ହୋଇ ଜୀବନ ମଞ୍ଚରୁ ବାହୁଡ଼ିଗଲେ ଓଲିଉଡ୍‌ର ଏହି କିମ୍ବଦନ୍ତୀ ଖଳନାୟକ ମାନେ। ସିନେ ପରଦା ହେଉ କିମ୍ବା ଯାତ୍ରା ମଞ୍ଚ, ଆଉ ଦେଖିବାକୁ ମିଳିବନି ଦମଦାର ଅଭିନୟ, ଶୁଣିବାକୁ ମିଳିବନି ଦୁର୍ଦ୍ଦଶ ଖଳନାୟକ ଚରିତ୍ରର ସଂଳାପ। ଯାହାଙ୍କ ଅନୁପସ୍ଥିତିରେ ଖଳନାୟକ ଚରିତ୍ରରେ ଆଉ କିଏ ସେଭଳି ଦମଦାର ଅଭିନୟ କରିବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ଲାଗୁଛି ଖଳନାୟକ ଅଭିନେତାଙ୍କ ଶୂନ୍ୟତା ଛାଇଯାଇଛି ସାରା ଓଲିଉଡ୍‌ରେ।

ଆଜି କେବଳ ରାଇମୋହନ କି ମୀନକେତନ ନୁହଁନ୍ତି, ହର ପଟ୍ଟନାୟକ କିମ୍ବା ମିହିର ଦାସ ବି ନୁହଁନ୍ତି। ବିଜୟ ମହାନ୍ତି, ଦେବୁ ବୋଷ, ଦୁଃଖିରାମ, ରବି ମିଶ୍ର, ସଳିଳ ମିତ୍ର, ଅଜିତ ଦାସ, ଗ୍ଲୋରିଆ ମହାନ୍ତି, ରୁନୁ ମହାନ୍ତି, ଅନୀତା ଦାସଙ୍କ ଭଳି ଅନେକ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଆଜି ଅତୀତ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଏ ଚରିତ୍ର ଅଭିନୟ କରୁଥିଲେ ତ ଆଉ କିଏ ଖଳନାୟକ ବି ସାଜିଥିଲେ। କିନ୍ତୁ କାହାର କରୋନାରେ ପ୍ରାଣ ଚାଲିଯାଇଛି ତ କାହାର ରୋଗଦୁଃଖରେ ଆକସ୍ମିକ ବିୟୋଗ ଘଟିଛି।

Advertisment

ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ। ଅବଶ୍ୟ ନୂଆପୀଢ଼ିର କଳାକାର ଅଛନ୍ତି ସତ। କିନ୍ତୁ ଆଜି ଅତୀତ ହୋଇଯାଇଥିବା ଅନେକ ବରିଷ୍ଠ ଏବଂ ଭେଟେରାନ୍ କଳାକାରଙ୍କ ଶୂନ୍ୟସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇରହିବ। ଯେଉଁମାନଙ୍କ ଉପରେ ଚଳଚ୍ଚିତ୍ର ଶିଳ୍ପ ନିର୍ଭର କରୁଥିଲା କିମ୍ବା ମେରୁଦଣ୍ଡ କହିଲେ ଚଳେ, ତାଙ୍କ ଅବର୍ତ୍ତମାନରେ ଗଭୀର ସଙ୍କଟକୁ ଓଡ଼ିଆ ସିନେମା ଶିଳ୍ପ ଚାଲି ଯାଇଥିବା କହିଛନ୍ତି ସିନେ ସମୀକ୍ଷକ ଏବଂ ବରିଷ୍ଠ ଅଭିନେତା।

ଗୋଟିଏ ପଟେ କରୋନା ମାଡ଼, ଅନ୍ୟପଟେ ଅଭିଜ୍ଞ ଏବଂ କିମ୍ବଦନ୍ତୀ କଳାକାରଙ୍କ ବିୟୋଗ। ଏଭଳି ସ୍ଥିତିରେ ଅଣ୍ଟା ଭାଙ୍ଗିଯାଇଥିବା ଓଲିଉଡ୍ ଇଣ୍ଡଷ୍ଟ୍ରି ଆଗକୁ କିଭଳି ଅଣ୍ଟା ସଳଖି ଛିଡ଼ା ହେବ ଏବଂ ନୂଆ କଳାକାର ଓଡ଼ିଆ ସିନେମାକୁ କିଭଳି ନୂଆ ରୂପ ଦେଇ ସଫଳ କରାଇବେ, ତାକୁ ନେଇ ଲାଗିରହିଛି ନାନା ପ୍ରଶ୍ନ।

ପ୍ରଭାତ ବିଶୋୟୀ, ଦେବାଶିଷ ମହାନ୍ତି, ଅର୍ଚ୍ଚନା ଶତପଥୀ

Ollywood Raimohan Parida
Advertisment
Advertisment