Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି ।

author-image
Rajalaxmi Sahoo
Odia Singer Humane Sagar To Sing Jagannath Bhajan

Odia Singer Humane Sagar To Sing Jagannath Bhajan

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି । ଏନେଇ ଫେସବୁକ୍‌ରେ ସେ ଏକ ପୋଷ୍ଟର ଶେଆର କରିଛନ୍ତି। ‘ଦଣ୍ଡବତ ହେଲି ମୁଁ, କାଳିଆ ପାଖରେ’ ଶୀର୍ଷକ ଭଜନ ଆସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ହ୍ୟୁମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିଥିବା ସଙ୍ଗୀତକାର ଜାପାନୀ ରାଉତ ଅଭିଯୋଗ କରିଥିଲେ। ତାଙ୍କୁ ଏନେଇ ହ୍ୟୁମାନଙ୍କ ସହଯୋଗୀ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଥିଲା। ସେପଟେ ଘଟଣା ପରେ ଗତକାଲି ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ।

ହ୍ୟୁମାନ କହିଥିଲେ, ‘ଯେଉଁମାନେ ଏସବୁ କରିଛନ୍ତି ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସବୁ ଧର୍ମକୁ ମୁଁ ସମ୍ମାନ କରେ। ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି। ଯେବେ ଡୋରି ଲାଗିବ କେହି ଅଟକାଇ ପାରିବେ ନାହିଁ। ସାରା ଓଡ଼ିଶା ଝୁମିବ।’ କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଥିଲେ।’

Advertisment
Humane Sagar Odia Singer Humane Sagar
Advertisment
Advertisment