/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723892496.jpg)
National Film Awards
ଓଡ଼ିଆ କଳାକାର ପାଇଲେ ଜାତୀୟ ଚଳଚିତ୍ର ପୁରସ୍କାର। ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ନନ୍ ଫିଚର ଫିଲ୍ମ ବର୍ଗରେ ତାଙ୍କୁ ଏହି ଆୱାର୍ଡ ମିଳିଛି। ଫିଲ୍ମ 'ୟାନ୍' ପାଇଁ ତାଙ୍କୁ ବେଷ୍ଟ ସାଉଣ୍ଡ ଡିଜାଇନ ଆୱାର୍ଡ ମିଳିଛି। ଖାଲି ଏହି ଆୱାର୍ଡ ନୁହେଁ, ପୂର୍ବରୁ ମଧ୍ୟ ଜାତୀୟ ସ୍ତରରେ ଅନେକ ଆୱାର୍ଡ ଜିତିଛନ୍ତି ମାନସ।
ଜଣେ ସାଉଣ୍ଡ ରେକର୍ଡିଷ୍ଟ ଭାବେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଆଉ ଆଜି ଅନେକ ସଫଳତାର ଶିଢି ଚଢ଼ିଲେଣି। ଚକ୍ ଦେ ଇଣ୍ଡିଆ ଲାଗି ୨୦୦୮ରେ ସେ ପାଇଥିଲେ ଆଇଫା ଆୱାର୍ଡ। ଫିରାକ୍ ଫିଲ୍ମ ଲାଗି ୨୦୧୦ରେ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆୱାର୍ଡ। ଖାଲି ସେତିକି ନୁହେଁ, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାଉଣ୍ଡ ଡିଜାଇନିଂ କ୍ଷେତ୍ରରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି।
ତେବେ ଗତକାଲି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏହି ଅବଧିରେ ସାଉଥ୍ ଷ୍ଟାର୍ ୟଶ୍ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ସର୍ବାଧିକ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।
୨୦୨୨-୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଜି ଅର୍ଥାତ୍ ୧୬ ଅଗଷ୍ଟରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 'କାନ୍ତାରା' ଚଳଚ୍ଚିତ୍ର ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପାଇଛନ୍ତି। ୨୦୨୨ରେ ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ମୁକ୍ତିଲାଭ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)