Advertisment

Odia Jatra Controversy: ଆଜି କ୍ଷମା ନ ମାଗିଲେ ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ; ଜଗତ ଜୀବନ ପଣ୍ଡା

ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି। କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଛନ୍ତି। କଳାକାରଙ୍କୁ ଯାତ୍ରା ପାର୍ଟିର ଜଣେ ପରିଚାଳକ ଚେତାବନୀ ଦେଇ କହିଛନ୍ତି ଆଜି କ୍ଷମା ନ ମାଗିଲେ କାଲି ରଙ୍ଗ ପାଉଡର ମାରିବା ସ୍ୱପ୍ନ ହୋଇଯିବ।

ଅଦ୍ୟତନ ହୋଇଛି
Odia Jatra Controversy

Odia Jatra Controversy

Advertisment

ଯାତ୍ରା ପାଲା ଥମିବା ବଦଳରେ ତେଜିବାରେ ଲାଗିଛି। ଯାତ୍ରା କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଥିବା ବେଳେ ପାର୍ବତୀ ଓ ରାଜଧାନୀ ଗଣନାଟ୍ୟର ପରିଚାଳକ ସାମନାକୁ ଆସିଛନ୍ତି । କଳାକାରଙ୍କୁ ସିଧା ଦେଇଛନ୍ତି ଚେତାବନୀ। “ଆଜି କ୍ଷମା ନ ମାଗିଲେ ଆସନ୍ତାକାଲି ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ।” ଏଭଳି ଢଙ୍ଗରେ ଯାତ୍ରା କର୍ମଚାରୀ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କୁ ଚେତାବନୀ ଦେଇଛନ୍ତି ସେ।

Advertisment

ଗତକାଲି ବାପି ପଣ୍ଡା ପ୍ରଯୋଜକୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ ପଣ୍ଡା। ତେଣୁ ସେ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମାଲିକଙ୍କୁ ନେଇ କଳାକାର। ଯଦି ମାଲିକ ନ ଥିବେ କଳାକାର କ’ଣ କରିବେ ବୋଲି ପ୍ରଶ୍ନ ଉଠାଇବା ସହ ଓଡ଼ିଶାର ସଂସ୍କୃତି ଯାତ୍ରାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ବାପି ପଣ୍ଡାଙ୍କୁ ନେଇ ସଙ୍ଗୀନ କଥା ଉଠାଇଛନ୍ତି ଜଗତ ଜୀବନ ପଣ୍ଡା। ସେ କହିଛନ୍ତି, “ବାପି ପଣ୍ଡା ଯେତେବେଳେ ଯାତ୍ରା କର୍ମଚାରୀ କଳାକାର ସଂଘ କଲେ ଯାତ୍ରା ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ର ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ସେ କହିଥିଲେ ସବୁ ବର୍ଗର ଲୋକଙ୍କୁ ନେଇ କଳାକାର ସଂଘ ଗଠନ କରିବ। ବାପି ପଣ୍ଡା କିନ୍ତୁ ହାତଗଣତି କିଛି କଳାକାରଙ୍କୁ ନେଇ ସଂଘ ଗଢିଥିଲେ।”

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯାତ୍ରା ଜଗତ କାହା ପୈତୃକ ସଂପତ୍ତି ନୁହେଁ। ଏହା ଓଡ଼ିଶା କଳାର ସଂସ୍କୃତି। କେତେ ବାପି ପଣ୍ଡା ଯିବେ, କେତେ ବାପି ପଣ୍ଡା ଆସିବେ।”

ସେହିପରି ଅଭିନେତା ନରି ପଣ୍ଡାଙ୍କ ପ୍ରସଙ୍ଗ ସମାଧାନ ହେବାକୁ ଯାଉଥିବା ବେଳେ କଳାକାର ସଂଘଙ୍କ ଏଭଳି ଆକ୍ଷେପ ବିବାଦକୁ ଆହୁରି ବଢ଼ାଇଛି ବୋଲି ଯାତ୍ରା ପାର୍ଟି ମାଲିକ କହିଛନ୍ତି।

Advertisment

ଅନନ୍ତ ନାରାୟଣ ଧଳ(ନାଣ୍ଡୁ ବାବୁ)ଙ୍କୁ ନେଇ ଜଗତ ଜୀବନ ପଣ୍ଡା କହିଛନ୍ତି ଯେ ସେ ହେଉଛନ୍ତି ଯାତ୍ରା ଜଗତର ଭୀଷ୍ମ ପିତାମହ। ଯାତ୍ରା ଜଗତର କଳାକାରଙ୍କୁ ଆଜି ଯିଏ ପରିଚିତ କରିଛନ୍ତି ସେ ହେଉଛନ୍ତି ନାଣ୍ଡୁ ବାବୁ। ସେ କଳାକାର ତିଆରି କରିଛନ୍ତି। ପରବର୍ତ୍ତୀ ସମୟରେ କଳାକାରମାନେ ତାଙ୍କୁ ଧୋକା ଦେଇଥିଲେ ବି ସେ ପାଟି ଖୋଲି ନାହାନ୍ତି।

ପ୍ରକାଶଥାଉ ଯେ, ପୂର୍ବରୁ ଭୁବନେଶ୍ୱରରେ କଳାକାର ସଂଘର ବୈଠକ ପରେ ମିଡ଼ିଆ ଆଗରେ ନିଜର ମତ ଦେଇ ବଡ଼ ହଲଚଲ୍ ସୃଷ୍ଟି କରିଥିଲେ ବାପି ପଣ୍ଡା। ସଂଘର ନିଷ୍ପତ୍ତି ଆଧାରରେ ସେ କହିଥିଲେ, କଳାକାର ସଂଘ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ସହ ଅଛି। ଉପୁଜିଥିବା ବିବାଦ ପ୍ରସଙ୍ଗରେ ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ। ଆଗକୁ ଯଦି ତାଙ୍କ ଉପରୁ ଓଡ଼ିଶା ଯାତ୍ରାପାର୍ଟି ମାଲିକ ସଂଘ ବ୍ୟାନ୍ ନ ଉଠାଏ, ତା’ହେଲେ ଯାତ୍ରା ବନ୍ଦ ହେବ ବୋଲି ରୋକଠୋକ୍ ଶୁଣାଇଥିଲେ ବାପି ପଣ୍ଡା।

ଅଧିକ ପଢ଼ନ୍ତୁ:  ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...

Jatra Party Jatra Artist Jollywood Jollywood Actors Odia Jatra Bapi Panda Odia Jatra Jollywood Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ