• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହିଁକି ଜୀବନ ହାରିଦେଲେ କଳା ନିର୍ଦ୍ଦେଶକ ? ସଫଳତାର ସ୍ୱାଦ ଚାଖିଥିବା କଳାପ୍ରେମୀ ମଣିଷ କାହିଁକି ଏପରି ନିଷ୍ପତ୍ତି ନେଲେ ? ନିଜ କଳା ମାଧ୍ୟମରେ ହିନ୍ଦୀ ସିନେମା ସେଟକୁ ଆକର୍ଷଣୀୟ ତଥା ଜୀବନ୍ତ କରୁଥିବା ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୁଧବାର ସକାଳେ ସେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି । ନିତିନ ଦେଶାଇ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିଲେ । ତାଙ୍କ ମୃତ୍ୟୁ ପ୍ରଶଂସକ ଏବଂ ସେଲିବ୍ରେଟିମାନଙ୍କ ଆଖିକୁ ଓଦା କରିଦେଇଛନ୍ତି । ବର୍ତ୍ତମାନ ନିତିନଙ୍କ ମୃତ୍ୟୁକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ନିତିନଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ ଥିବା ଜଣାପଡ଼ିଛି ।

ନିତିନଙ୍କ ଉପରେ ଥିଲା ୨୫୨ କୋଟିର ଋଣବୋଝ:

ଋଣଭାର ସହିନପାରି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତାଙ୍କ ମୁଣ୍ଡରେ ୨୫୨ କୋଟିର ଋଣଥିଲା । ସେ ଦେବାଳିଆ ଅବସ୍ଥାରେ ଶେଷରେ ଆତ୍ମହତ୍ୟା କରିଛନ୍ତି । କେବଳ ଏତିକି ନୁହେଁ ନିତିନ ତାଙ୍କ ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତି ବନ୍ଧକ ରଖିଥିବା କୁହାଯାଉଛି । ନିତିନ ଦେଶାଇଙ୍କ କମ୍ପାନୀ ଏନଡି ଆର୍ଟ ୱାର୍ଲ୍ଡ ପିଭି ଲିମିଟେଡ୍ ୨୦୧୬ ରୁ ୨୦୧୮ ମଧ୍ୟରେ ECL ଫାଇନାନ୍ସରୁ ଦୁଇଟି ଋଣ ମାଧ୍ୟମରେ ୧୮୫ କୋଟି ଋଣ ନେଇଥିବା ଜଣାଯାଇଛି । ସବୁ ଠିକଠାକ ଚାଲିଥିବା ବେଳେ ଜାନୁଆରୀ ୨୦୨୦ରୁ ସେ ଋଣଜାଲରେ ଏପରି ଛନ୍ଦି ହୋଇଗଲେ, ଆଉ ବାହାରି ପାରିନଥିଲେ । ଶେଷରେ ନିଜର ଜୀବନ ନେଇଯାଇଛନ୍ତି କଳା ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ ନିତିନ ଦେଶାଇ ଏନଡି ଷ୍ଟୁଡିଓରେ ଆଜି ସକାଳ ୪.୩୦ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ନିତିନ ଦେଶାଇ ଅଗଷ୍ଟ ୯ରେ ତାଙ୍କର ୫୮ ତମ ଜନ୍ମଦିନ ପାଳନ କରିଥାଆନ୍ତେ...କିନ୍ତୁ ଦୁଃଖର ବିଷୟ ଜନ୍ମଦିନ ପୂର୍ବରୁ ସେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି ।

୪ ଥର ମିଳିଥିଲା ଜାତୀୟ ପୁରସ୍କାର:

ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବରେ ନିତିନ ଦେଶାଇଙ୍କୁ ୪ ଥର ଜାତୀୟ ପୁରସ୍କାର ମିଳିଛି । ଦୁଇ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିଅରରେ ନିତିନ ଦେଶାଇ ବଲିଉଡର ବହୁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯେପରିକି ସଞ୍ଜୟ ଲୀଲା ଭନସାଲୀ, ବିଧୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ, ଆଶୁତୋଷ ଗୋୱାରିକର୍ ସହ କାମ କରିଛନ୍ତି । ସିନେମା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ।