Advertisment

ଆତ୍ମହତ୍ୟା କଲେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।

author-image
Prangyan Parimita
ଅଦ୍ୟତନ ହୋଇଛି
Nitin Desai Dies Of Suicide

Nitin Desai Dies Of Suicide

ହିନ୍ଦୀ ସିନେ ଜଗତରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆମ ସହିତ ଆଉ ନାହାଁନ୍ତି । ବୁଧବାର ସକାଳେ ନିତିନ ଆତ୍ମହତ୍ୟା କରିଥିବା ଖବର ଆସିଛି । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିତିନଙ୍କ ଏପରି ନିଷ୍ପତ୍ତିରେ ବଲିଉଡରେ ଶୋକର ଲହରୀ ଖେଳି ଯାଇଛି ।

Advertisment

କର୍ଜତରେ ଥିବା ନିତିନ ଦେଶାଇଙ୍କ ଏନଡି ଷ୍ଟୁଡିଓରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ନିତିନଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି । ତେବେ ନିତିନ ଆତ୍ମହତ୍ୟା କରିଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ନିତିନ ଦେଶାଇ ଏନଡି ଷ୍ଟୁଡିଓରେ ସକାଳ ୪.୩୦ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁର କାରଣ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ନିତିନ ଦେଶାଇ ଅଗଷ୍ଟ ୯ରେ ତାଙ୍କର ୫୮ ତମ ଜନ୍ମଦିନ ପାଳନ କରିଥାଆନ୍ତେ...କିନ୍ତୁ ଦୁଃଖର ବିଷୟ ଜନ୍ମଦିନ ପୂର୍ବରୁ ସେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି ।

Advertisment

ଆର୍ଥିକ ସଙ୍କଟ ମୃତ୍ୟୁର କାରଣ?

କର୍ଜତର ବିଧାୟକ ମହେଶ ବାଲଡି, ନିତିନ ଦେଶାଇଙ୍କ ମୃତ୍ୟୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଆର୍ଥିକ ସଙ୍କଟ ଯୋଗୁଁ ନୀତିନ ଦେଶାଇ ଆତ୍ମହତ୍ୟା କରିଥିବା ସେ କହିଛନ୍ତି । ସେ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ । ଆଉ ସେଥିପାଇଁ ଆଜି ସକାଳେ ଏନଡି ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି ।

ଏହି ବ୍ଲକବଷ୍ଟର ସିନେମାର ସେଟ୍ ପ୍ରସ୍ତୁତ କରିଥିଲେ

୧୯୮୯ରେ ପରିନ୍ଦା ସିନେମାରୁ ନିତିନ ଜଣେ କଳା ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସୁପରହିଟ୍ ଫିଲ୍ମର ସେଟ୍ ପ୍ରସ୍ତୁତ କରିଥିଲେ । ସେ ଡିଜାଇନ୍ କରିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ଗୁଡ଼ିକର ସେଟ୍ ଗୁଡ଼ିକ ମଧ୍ୟରେ ପ୍ୟାର୍ ତୋ ହୋନା ହି ଥା, ହମ୍ ଦିଲ୍ ଦେ ଚୁକେ ସାନମ୍, ମିଶନ୍ କାଶ୍ମୀର, ରାଜୁ ଚାଚା, ଦେବଦାସ, ଲଗାନ୍, ବାଜିରାଓ ମସ୍ତାନୀ ଆଦି ସାମିଲ ରହିଛି ।

୪ ଥର ମିଳିଥିଲା ଜାତୀୟ ପୁରସ୍କାର

ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବରେ ନିତିନ ଦେଶାଇଙ୍କୁ ୪ ଥର ଜାତୀୟ ପୁରସ୍କାର ମିଳିଛି । ଦୁଇ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିଅରରେ ନିତିନ ଦେଶାଇ ବଲିଉଡର ବହୁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯେପରିକି ସଞ୍ଜୟ ଲୀଲା ଭନସାଲୀ, ବିଧୁ ବିନୋଦ ଚୋପ୍ରା, ରାଜକୁମାର ହିରାନୀ, ଆଶୁତୋଷ ଗୋୱାରିକର୍ ସହ କାମ କରିଛନ୍ତି । ସିନେମା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ।

Suicide Case
Advertisment
Advertisment