Advertisment

Nora Fatehi: ଚହଳ ପକାଇଛି ନୋରା ଫତେହୀଙ୍କ ‘ସ୍ନେକ୍’; ୮୭ ମିଲିୟନରୁ ଅଧିକ ଭିୟୁ

ୟୁଟ୍ୟୁବରେ ନୋରା ଫତେହୀଙ୍କ ‘ସ୍ନେକ୍’କୁ ବହୁତ ପସନ୍ଦ କରାଯାଉଛି। ଏହି ଗୀତ ଇଣ୍ଟର୍‌ନେଟ୍‌ରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ୟୁଟ୍ୟୁବରେ ନୋରା ଫତେହୀଙ୍କ ଏହି ‘ସ୍ନେକ୍’ ଡ୍ୟାନ୍ସ ୮୭ ମିଲିୟନରୁ ଅଧିକ ଭିୟୁ ପାଇଲାଣି।

ଅଦ୍ୟତନ ହୋଇଛି
Nora Fatehi share bts moment with Jason derulo from snake

Nora Fatehi share bts moment with Jason derulo from snake

Advertisment

କେବଳ ବଲିଉଡ୍‌ରେ ନୁହେଁ, ହଲିଉଡରେ ବି ଚହଳ ପକାଇଛନ୍ତି ସେନ୍‌ସେସନ ଗାର୍ଲ ନୋରା ଫତେହୀ। ଆଜିକାଲି ତାଙ୍କର ଇଣ୍ଟର୍‌ନେସ୍‌ନାଲ୍ ସଙ୍ଗ୍ ‘ସ୍ନେକ୍’ ପାଇଁ ନୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଗୀତକୁ ଜେସନ୍ ଦେରୁଲୋ ଗାଇଛନ୍ତି। ଏହି ମ୍ୟୁଜିକ୍ ଭିଡିଓରେ ନୋରା ମୁଖ୍ୟ ଡ୍ୟାନ୍ସର ଭାବରେ ନଜର ଆସିଛନ୍ତି।

Advertisment

ୟୁଟ୍ୟୁବରେ ‘ସ୍ନେକ୍’ କୁ ବହୁତ ପସନ୍ଦ କରାଯାଉଛି। ଏହି ଗୀତ ଇଣ୍ଟର୍‌ନେଟ୍‌ରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ୟୁଟ୍ୟୁବରେ ନୋରା ଫତେହୀଙ୍କ ଏହି ‘ସ୍ନେକ୍’ ଡ୍ୟାନ୍ସ ୮୭ ମିଲିୟନରୁ ଅଧିକ ଭିୟୁ ପାଇଲାଣି। ବର୍ତ୍ତମାନ ନୋରା ଫତେହୀ ଏହି ଗୀତର କିଛି BTS ଫଟୋ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।


କ୍ୟାମେରା ପଛରେ ଯାଦୁ:

ନୋରା ଫତେହୀ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଅଫିସିଆଲ୍ ପେଜ୍‌ରେ ତିନୋଟି ଫଟୋ ଶେୟାର କରିଛନ୍ତି, ଆଉ ସେ ଲେଖିଛନ୍ତି - କ୍ୟାମେରା ପଛରେ ଯାଦୁ, ସାଙ୍ଗମାନେ, ଆମେ ଚାର୍ଟରେ ଆଗକୁ ବଢୁଛୁ, ଚାଲନ୍ତୁ ଆଗକୁ ଯିବା। ଆମେ ଆପଣମାନଙ୍କୁ ଭଲ ପାଉ।

Advertisment

ଅଧିକ ପଢ଼ନ୍ତୁ: ବ୍ୟକ୍ତିଗତ ଅଙ୍ଗ ଉପରେ କ୍ୟାମେରା ଫୋକସ୍‌ କରିବାରୁ ରାଗିଲେ ନୋରା ଫତେହୀ; ପାପାରାଜିଙ୍କୁ କହିଲେ ଏମିତି

ଏହି ଫଟୋଗୁଡ଼ିକରେ ନୋରା କ୍ୟାମେରା ଆଗରେ ଡ୍ୟାନ୍ସିଂ ପୋଜ୍ ଦେବାର ନଜର ଆସିଛନ୍ତି। ଜେସନ୍‌ ଏବଂ ନୋରାଙ୍କ ଏହି ପରଦା ପଛର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisment


ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦେଖାଯାଇଥିବା ଭିଡିଓ:

ନିକଟରେ ନୋରା ଫତେହୀ ଏବଂ ଜେସନ ଦେରୁଲୋଙ୍କ ଆଲବମ ଗୀତ 'ସ୍ନେକ୍' ମୁକ୍ତିଲାଭ କରିଥିଲା, ଯାହା ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇପାରିଛି। ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ, ଏହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦେଖାଯାଇଥିବା ଭିଡିଓ ହୋଇଗଲା। ଏହି ଗୀତଟି ୟୁଟ୍ୟୁବ୍‌ରେ ଚହଳ ପକାଇଦେଇଛି।

ପ୍ରକାଶଥାଉ ଯେ ନୋରା ଫତେହୀ ବଲିଉଡର ଅନ୍ୟତମ ପ୍ରସିଦ୍ଧ ଡ୍ୟାନ୍ସର, ଯିଏ ଅନେକ ଆନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ତାଙ୍କ ଡ୍ୟାନ୍ସ ପାଇଁ ମଧ୍ୟ ଜଣାଶୁଣା। ସେ ଯେଉଁ ଗୀତରେ ନିଜର ଚକ୍‌ମା ଦେଖାନ୍ତୁ ତାହା ହିଟ୍ ହେବା ଥୟ।

ଅଧିକ ପଢ଼ନ୍ତୁ: ନୋରାଙ୍କୁ ବାଧିଲା ଅକ୍ଷୟଙ୍କ ଟଣ୍ଟ୍; ଜାଣନ୍ତୁ ଏମିତି କ’ଣ କହିଲେ, ଯାହା ତାଙ୍କୁ କଷ୍ଟ ଦେଲା

ନୋରାଙ୍କ 'ପାୟଲ୍':

ଏହା ପୂର୍ବରୁ ସେନ୍‌ସେସନ ଗାର୍ଲ ନୋରା ଫତେହୀ ତାଙ୍କ ଆଲବମ୍ 'ଗ୍ଲୋରୀ'ର ମ୍ୟୁଜିକ୍ ଭିଡିଓ 'ପାୟଲ୍'ପାଇଁ ଆଇକନିକ୍ ରାପର୍ ୟୋ ୟୋ ହନି ସିଂହଙ୍କ ସହ ମିଶି କାମ କରିଥିଲେ। ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ପରଠାରୁ ହଙ୍ଗାମା ସୃଷ୍ଟି କରିଥିଲା। ନୋରା ଫତେହୀ 'ପାୟଲ'ରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ପରଦାରେ ନିଆଁ ଲଗାଇ ଦେଇଥିଲେ।


ନୋରାଙ୍କ ‘କୁସୁ କୁସୁ’:

ସେହିପରି ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଗୀତ ‘କୁସୁ କୁସୁ’ରେ ନୋରାଙ୍କ ଦମଦାର ଡ୍ୟାନ୍ସ ସମସ୍ତେ ଦେଖିଛନ୍ତି। ଏହି ଗୀତରେ ନୋରା ହଇଚଇ କରିଦେଇଥିଲେ। ଗୀତରେ ନୋରାଙ୍କର ବେଲୀ ଡ୍ୟାନ୍ସ ପ୍ରଶଂସକଙ୍କ ହୃଦୟ କିଣି ନେଇଥିଲା।

ଅଧିକ ପଢ଼ନ୍ତୁ: ‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା ଫତେହୀ

Nora Fatehi Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ