Advertisment

ବ୍ୟକ୍ତିଗତ ଅଙ୍ଗ ଉପରେ କ୍ୟାମେରା ଫୋକସ୍‌ କରିବାରୁ ରାଗିଲେ ନୋରା ଫତେହୀ; ପାପାରାଜିଙ୍କୁ କହିଲେ ଏମିତି

ନିକଟରେ ପାପାରାଜିମାନେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ କିଛି ବ୍ୟକ୍ତିଗତ ଅଙ୍ଗ ଉପର୍ କ୍ୟାମେରା ପୋକସ କରିଥିଲେ। ଏହାକୁ ନେଇ ନୋରା ପାପାରାଜିଙ୍କୁ କଡ଼ା ନିନ୍ଦା କରିଛନ୍ତି। ସେ ତାଙ୍କୁ ମୁହେଁ ମୁହେଁ ଶୁଣେଇ ଦେଇଛନ୍ତି।

author-image
Pramod Behera
Nora fatehi angry on paparazzi focusing unnecessarily on body parts

Nora fatehi angry on paparazzi focusing unnecessarily on body parts

ଆଜିକାଲି, ପାପାରାଜି ବଲିଉଡ ତାରକାମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ କଭର୍‌ କରୁଛନ୍ତି। ସେମାନଙ୍କୁ ଦେଖିବା ମାତ୍ରେ ସେମାନଙ୍କର ଫଟୋ ନେଉଛନ୍ତି ଏବଂ ଭିଡିଓ କରୁଛନ୍ତି। ପାପାରାଜିମାନଙ୍କ ସହିତ ତାରକାମାନଙ୍କ କଥାବାର୍ତ୍ତା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୁଏ। ବେଳେବେଳେ ପାପାରାଜିମାନେ ସୋସିଆଲ ମିଡିଆରେ ସେମାନଙ୍କର କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଦିଅନ୍ତି, ଯାହା ପରେ ବିବାଦର କାରଣ ହୁଏ।

Advertisment

ନିକଟରେ ପାପାରାଜିମାନେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ କିଛି ବ୍ୟକ୍ତିଗତ ଅଙ୍ଗ ଉପର୍ କ୍ୟାମେରା ପୋକସ କରିଥିଲେ। ଏହାକୁ ନେଇ ନୋରା ପାପାରାଜିଙ୍କୁ କଡ଼ା ନିନ୍ଦା କରିଛନ୍ତି। ସେ ତାଙ୍କୁ ମୁହେଁ ମୁହେଁ ଶୁଣେଇ ଦେଇଛନ୍ତି।

ନିକଟକରେ ଅନେକ ଅଭିନେତ୍ରୀ ସେମାନଙ୍କ ଶରୀରର ବିଭିନ୍ନ ଅଂଗ ଉପରେ କ୍ୟାମେରା ଫୋକସ୍‌କୁ ନେଇ ପାପାରାଜିଙ୍କୁ ନିନ୍ଦା କରିଛନ୍ତି। କିଛି ଦିନ ପୂର୍ବେ, ଏକ ପୁରସ୍କାର ଶୋ’ରେ ଅଭିନେତ୍ରୀ ମୃଣାଲ ଠାକୁର ପାପାରାଜିଙ୍କୁ ସେତେବେଳେ ଫଟୋ ଉଠାଇବାକୁ ମନାକରିଦେଇଥିଲେ ଯେତେବେଳେ ପାପାରାଜିଙ୍କୁ ତାଙ୍କ ଫଛ ପଟରୁ ଫଟୋ ଉଠାଇବାକୁ କହିଥିଲେ।

Advertisment

ପୂର୍ବରୁ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ମଧ୍ୟ ପାପାରାଜିଙ୍କୁ ଭର୍ତ୍ସନା କରିଛନ୍ତି। ବାସ୍ତବରେ, ପଲକଙ୍କ ମନାକରିବା ପରେ ବି ପାପାରାଜି ତାଙ୍କ ପଛ ପଟରୁ ଫଟୋ ନେବାକୁ ଚେଷ୍ଟା କରିଥିଲେ। ଏହା ପରେ ସେ ପାପାରାଜିଙ୍କୁ ଜମେଇକି ଗାଳି କରିଥିଲେ।

ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହୀ ମଧ୍ୟ ପାପାରାଜିଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିନେତ୍ରୀ ସେମାନଙ୍କୁ ମୁହେଁ ମୁହେଁ କହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ନୋରା ଫତେହୀ ତାଙ୍କ ଶରୀରର କିଛି ଅଙ୍ଗ ଉପରେ ପାପାରାଜିଙ୍କ ଅନାବଶ୍ୟକ କ୍ୟାମେରା ଫୋକସ୍‌ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବିଷୟରେ ଅଭିନେତ୍ରୀ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ନୋରା କହିଛନ୍ତି, “ମୁଁ ଭାବୁଛି ସେମାନେ ପୂର୍ବରୁ ଏପରି କିଛି ଦେଖି ନାହାଁନ୍ତି। ଏହା ନୁହେଁ ଯେ ସେମାନେ କେବଳ ମୋ ସହିତ ଏମିତି କରୁଛନ୍ତି, ସେମାନେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ ମଧ୍ୟ ଏଭଳି କାମ କରୁଛନ୍ତି।”

ଯେତେବେଳେ ନୋରା ଫତେହୀଙ୍କୁ ପଚରାଗଲା ଯେ ସେ ଏଭଳି ପରିସ୍ଥିତିକୁ କିପରି ମ୍ୟାନେଜ୍ କରନ୍ତି? ଏହା ଉପରେ ଅଭିନେତ୍ରୀ କହିଛନ୍ତି ଯେ ବୋଧହୁଏ କ୍ୟାମେରାମ୍ୟାନ୍‌ ଭୁଲ ଉଦ୍ଦେଶ୍ୟରେ ଫୋକସ୍ କରନ୍ତି, କିନ୍ତୁ ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ସେ ସମସ୍ତଙ୍କୁ ଧରି ସେମାନଙ୍କୁ ବୁଝାଇ ପାରିବେ ନାହିଁ। ସେ ନିଜ ରାସ୍ତାରେ ଚାଲି ଯାଆନ୍ତି ବୋଲି କହିଛନ୍ତି।

ଅଭିନେତ୍ରୀ ତାଙ୍କ ଶରୀରକୁ ନେଇ ଖୁବ୍ ଆତ୍ମବିଶ୍ୱାସୀ। ନୋରା ତାଙ୍କର ମନଲୋଭା ଛବି ପାଇଁ ଜଣାଶୁଣା। ଏହି ଅଭିନେତ୍ରୀ 'ଦିଲବର', 'କୁସୁ-କୁସୁ', 'କମରିୟା', 'ହେ ସାକୀ-ସାକୀ' ଏବଂ 'ଜେଡା ନଶା' ଭଳି ଗୀତରେ ନିଜର ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ବଲିଉଡରେ ପ୍ରସିଦ୍ଧ ହୋଇଛନ୍ତି।

Nora Fatehi Bollywood
Advertisment
Advertisment