Advertisment

ନୋରାଙ୍କୁ ବାଧିଲା ଅକ୍ଷୟଙ୍କ ଟଣ୍ଟ୍; ଜାଣନ୍ତୁ ଏମିତି କ’ଣ କହିଲେ, ଯାହା ତାଙ୍କୁ କଷ୍ଟ ଦେଲା

ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।

author-image
Pramod Behera
Nora fatehi reacts on akshay kumar calling her gujarati

Nora fatehi reacts on akshay kumar calling her gujarati

ବଲିଉଡ୍‌ର ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ଡ୍ୟାନ୍ସରୁ ହିଁ କରିଥିଲେ। ତାଙ୍କର ବୋଲ୍ଡ ମୁଭ୍ସ ପାଇଁ ପ୍ରସିଦ୍ଧ, ନୋରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଲୋକମାନେ ତାଙ୍କ ଡ୍ୟାନ୍ସ ସ୍କିଲ୍‌କୁ ନେଇ କେବଳ ପାଗଳ ନୁହଁନ୍ତି, ବର୍ତ୍ତମାନ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ତାଙ୍କ ଅଭିନୟର ପ୍ରଶଂସକ ହୋଇପାରିଛନ୍ତି। ନୋରାଙ୍କ ସୌନ୍ଦର୍ଯ୍ୟ ଏବଂ ଡ୍ୟାନ୍ସ ଷ୍ଟାଇଲ୍‌ ଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ନୋରାଙ୍କ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି।

Advertisment

ଅନେକ ସୁପରହିଟ୍ ବଲିଉଡ୍‌ ଫିଲ୍ମରେ ନିଜ ଷ୍ଟାଇଲ୍‌ରେ ନୋରା ଦର୍ଶକଙ୍କ ହୃଦୟ ଜିତିଛନ୍ତି। ନୋରା ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ୨୦୧୮ରେ 'ଦିଲବର' ଗୀତରୁ ଆରମ୍ଭ କରିଥିଲେ। ଏହି ଗୀତଟି ‘ସତ୍ୟମେବ ଜୟତେ’ ଫିଲ୍ମର ହୋଇଥିବା ବେଳେ ଏଥିରେ ତାଙ୍କ ସହ ଥିଲେ ଜନ୍ ଆବ୍ରାହମ୍। ଏତେ ସଫଳତା ହାସଲ କରିବା ପରେ ବର୍ତ୍ତମାନ ନୋରାଙ୍କର ଅର୍ଥର କୌଣସି ଅଭାବ ନାହିଁ, କିନ୍ତୁ ଅଭିନେତ୍ରୀ ତାଙ୍କ ଖର୍ଚ୍ଚ ଏବଂ ଟଙ୍କାକୁ ନେଇ ବହୁତ ଯତ୍ନବାନ ହୋଇଥାନ୍ତି।

ଏହାକୁ ନେଇ ଅକ୍ଷୟ କୁମାର ନୋରା ଫତେହୀଙ୍କ ବିଷୟରେ କିଛି କହିଛନ୍ତି ଯାହା ଅଭିନେତ୍ରୀଙ୍କୁ ବହୁତ ଖରାପ ଲାଗିଛି। ଅକ୍ଷୟ କହିଛନ୍ତି, “ନୋରା ତାଙ୍କ ଟଙ୍କାକୁ ନେଇ ବହୁତ ସଚେତନ।” ଏହା ବ୍ୟତୀତ ଅକ୍ଷୟ ନୋରାଙ୍କୁ 'ଗୁଜରାଟୀ' ବୋଲି କହିଛନ୍ତି। ଅକ୍ଷୟଙ୍କ ଏହି କଥାର ଉତ୍ତରରେ ନୋରା କହିଛନ୍ତି ଯେ ଏହା ମୋ ପାଇଁ ବହୁତ କିଛି ମାନେ ରଖେ। ମୁଁ ସାତ ଦିନ ଏବଂ ଚବିଶ ଘଣ୍ଟା କାମ କରେ।”

Advertisment

ସେ ଆହୁରି କହିଛନ୍ତି ଯେ “ମୁଁ ଗୋଟିଏ ଦିନରେ ଲଗାତର ତିନୋଟି ସୁଟ୍ କରେ। ମୁଁ ଦୀର୍ଘ ଘଣ୍ଟା ଧରି ନିରନ୍ତର କାମ କରେ କାହିଁକି ନା ଏହା ପଛରେ ଅନେକ କିଛି କାରଣ ଅଛି। ଏମିତିରେ ମୁଁ ମଧ୍ୟ ଅକ୍ଷୟଙ୍କ ବିଷୟରେ ଶୁଣିଛି। ସେ ବହୁତ ପରିଶ୍ରମୀ। ସେ ଏସବୁ କେବଳ ଟଙ୍କା ପାଇଁ କରନ୍ତି, ଯାହାକୁ ମୁଁ ବହୁତ ସମ୍ମାନ କରେ।”

ଏହାକୁ ନେଇ ନୋରା କହିଛନ୍ତି ଯେ “ଏହା ପଛର କାରଣ ହେଉଛି ମୋର ପୂରା ପରିବାର। ମୁଁ ମୋର ପୂରା ପରିବାରର ଯତ୍ନ ନେଉଛି। ମୋ ଜୀବନରେ କୌଣସି ବିଶେଷ ବ୍ୟକ୍ତି ନାହାଁନ୍ତି ଯିଏ ମୋର ଖର୍ଚ୍ଚ ଉଠେଇବ, ମୋ ଘରର ବିଲ୍ ଭରିବ ଏବଂ ମୋର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ମୋତେ ଏକାକୀ ସବୁକିଛି କରିବାକୁ ପଡୁଛି। ମୋତେ ମୋର ମା, ମୋର ସମ୍ପର୍କୀୟ ଏବଂ ମୋର ବନ୍ଧୁମାନଙ୍କର ଯତ୍ନ ନେବାକୁ ପଡୁଛି।’’

ନୋରା ନିକଟରେ ଫିଲ୍ମ ‘ମଡ୍‌ଗାଁଓ ଏକ୍ସପ୍ରେସ’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ପରେ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି।

Nora Fatehi Bollywood
Advertisment
Advertisment