Advertisment

Webseries: ବହି ଖୋଲିଲେ ହେଉଛି ଅଘଟଣ, ମଉଜ ମସ୍ତି ଭିତରେ ସିରିୟସ୍ ହେଇଯାଏ ଜୀବନ, ଆସୁଛି ସୁଲୋଚନା

ମଉଜମସ୍ତିରେ ରହୁଥିବା ୪ ଜଣ ସାଙ୍ଗଙ୍କ ଜୀବନରେ ରହସ୍ୟମୟ ଭାବେ ଘୁଟୁଛି ଘଟଣା। ଧୀରେ ଧୀରେ ସେମାନେ ଫସି ଯାଉଛନ୍ତି ସେଥିରେ। ଜୀବନ ପାଲଟି ଯାଉଛି ଏକ ବାଜି। ୪ ସାଙ୍ଗ ମନ୍ତ୍ରତନ୍ତ୍ରରେ ଦୀକ୍ଷିତ ଜଣେ ବାବାଙ୍କ ଶରଣ ପଶନ୍ତି। ବାବା କୁହନ୍ତି- ତୁମମାନଙ୍କ ସହ କିଛି ଗଡବଡ ହେଉଛି। ସମସ୍ତଙ୍କ ଜୀବନ ପ୍ରତି ବିପଦ ଅଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
SULOCHANA

SULOCHANA

ବେଳେବେଳେ ମଣିଷ ଜୀବନରେ ଘଟିଥାଏ ନାନା ବିଚିତ୍ର ଘଟଣା। କିନ୍ତୁ ଏହାକୁ ସମସ୍ତେ ବିଶ୍ୱାସ କରନ୍ତି ନାହିଁ। ଏମିତି କିଛି ଘଟିବାକୁ ଯାଉଛି ଏହି କାହାଣୀରେ। ମଉଜ ମସ୍ତି ଭିତରେ, ଜୀବନର କେଉଁ ମୋଡ଼ରେ ଜୀବନ ସିରିୟସ୍ ହେଇଯାଏ ତାହା କହିବା ମୁସ୍କିଲ। କିନ୍ତୁ ସେମିତି କିଛି ଘଟିଛି ଏଥିରେ।

Advertisment

ବହି ଖୋଲିବା ମାତ୍ରେ ହେଉଛି ଅଘଟଣ। ୪ ଜଣ ସାଙ୍ଗ ମଉଜମସ୍ତି କରନ୍ତି। ଜୀବନକୁ ସବୁବେଳେ ଉପଭୋଗ କରିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଏହି ମଉଜମସ୍ତି କରିବା ଭିତରେ ନାୟକଙ୍କୁ ମିଳେ ଏକ ସାଧାରଣ ଜିନିଷ, ଯେଉଁଥିରୁ ଘଟେ ଅନେକ ବିଚିତ୍ର ଘଟଣା।

ନିଜ ଜେଜେ ବାପାଙ୍କ କୋଠରିରୁ ସେ ପାଆନ୍ତି ଏକ ଅଦ୍ଭୁତ ବହି। ଆପଣ କହିପାରନ୍ତି, ବହିଟିଏ ତ ବହିଟିଏ, ଏହା ଅଦ୍ଭୁତ କେମିତି ହେଲା। ବାସ୍ତବରେ ବହି ଭିତରେ ଲେଖାଯାଇଥିଲା କିଛି ଶକ୍ତିଶାଳୀ ମନ୍ତ୍ର। ଏହି ବହିର ନାଁ ହେଉଛି ସୁଲୋଚନା। ଯେବେ ଯେବେ କେହି ଏହି ବହିଟିକୁ ଖୋଲିଛନ୍ତି, ସେତେବେଳେ ସେମାନଙ୍କ ସହ ଘଟୁଛି କିଛି ନା କିଛି ଦୁର୍ଘଟଣା।

Advertisment

ମଉଜମସ୍ତିରେ ରହୁଥିବା ୪ ଜଣ ସାଙ୍ଗଙ୍କ ଜୀବନରେ ରହସ୍ୟମୟ ଭାବେ ଘୁଟୁଛି ଘଟଣା। ଧୀରେ ଧୀରେ ସେମାନେ ଫସି ଯାଉଛନ୍ତି ସେଥିରେ। ଜୀବନ ପାଲଟି ଯାଉଛି ଏକ ବାଜି। ୪ ସାଙ୍ଗ ମନ୍ତ୍ରତନ୍ତ୍ରରେ ଦୀକ୍ଷିତ ଜଣେ ବାବାଙ୍କ ଶରଣ ପଶନ୍ତି। ବାବା କୁହନ୍ତି- ତୁମମାନଙ୍କ ସହ କିଛି ଗଡବଡ ହେଉଛି। ସମସ୍ତଙ୍କ ଜୀବନ ପ୍ରତି ବିପଦ ଅଛି।

କିନ୍ତୁ କିଏ ଏହି ସୁଲୋଚନା, କ ’ଣ ତାଙ୍କ ଉଦ୍ଦେଶ୍ୟ। ସତରେ କଣ ସୁଲୋଚନା ବହି ଖୋଲିଲେ ସମସ୍ତର ମୃତ୍ୟୁ ସୁନିଶ୍ଚତ। ଏସବୁ କାହାଣୀ ଆପଣ ଜାଣିପାରିବେ ତରଙ୍ଗ-ପ୍ଲସର ନୂଆ ୱେବ୍ ସିରିଜ- ସୁଲୋଚନାରେ। ରାଜ୍ ରାଜେଶ, ଆର୍ଲିନ ଅଙ୍କିତା, ଚୌଧୁରୀ ବିକାଶ ଦାସଙ୍କ ଭଳି ଭଲ ଭଲ କଳାକାର ଏଥିରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ।..

Web Series Odia Web Series
Advertisment
Related Articles
Advertisment