Advertisment

ମିଳିଲାନି ହଲ୍‌, ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି। ଯାହା କିଛି ବି ବଞ୍ଚିଥିଲା ୨ବର୍ଷର କୋଭିଡ କଟକଣା ଭିତରେ ସବୁ ନଷ୍ଟ ହୋଇ ଯାଇଛି। କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି ଏକଥା ସତ। ସ୍ଥିତି ଶେଷରେ ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ହଲ୍‌ ମିଳୁନି।

author-image
Minati Mishra
ଅଦ୍ୟତନ ହୋଇଛି
Ollywood

new odia film released in kalyan mandap

ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି। ଯାହା କିଛି ବି ବଞ୍ଚିଥିଲା ୨ବର୍ଷର କୋଭିଡ କଟକଣା ଭିତରେ ସବୁ ନଷ୍ଟ ହୋଇ ଯାଇଛି। କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି ଏକଥା ସତ। ସ୍ଥିତି ଶେଷରେ ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ  ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ।

Advertisment

ପ୍ରଥମଥର ପାଇଁ କେ.ମୂରଲୀକୄଷ୍ଣା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ପ୍ରେମରେ ରିସ୍କ, ହେଲା ମୋତେ ଇସ୍କ" ର ଶୁଭମୁକ୍ତି ହୋଇଛି। ଓଡ଼ଗାଁ ବ୍ଲକ୍‌ର ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜକ ଥିବାବେଳେ ସଞ୍ଜୟ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ସୀତୁ, ସୂର୍ଯ୍ୟନ୍ ରଥ, ସିନେମାଟୋଗ୍ରାଫର ନରେନ୍ଦ୍ର ଗୌଡ଼ ସହଯୋଗ କରିଥିବାବେଳେ ମୁଖ୍ୟ ଅଭିନୟରେ ଅଛନ୍ତି ଶୈଳେନ୍ଦ୍ର ଓ ଦିବ୍ୟା। ଖଳନାୟକ ଭୂମିକାରେ ଅଛନ୍ତି ଚିନ୍ତାମଣି ବିଶ୍ୱାଳ, ଚୌଧୁରୀ ଜୟପ୍ରକାଶ ଦାସ, ରତନ ମେହର, ଶୁଭ୍ରାଂଶୁ, ମୁନା, କାଳିଆ ଷଣ୍ଢ ପ୍ରମୁଖ। ସେହିପରି ପାର୍ଶ୍ଵ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ଅନୁପା, ଅଞ୍ଜନା ମିଶ୍ର, ଦୀପ୍ତି,ରାଜଲକ୍ଷ୍ମୀ,ଦେବ୍ । ଶିଶୁ କଳାକାର ଆଲିଆ,ତାପସ,ଆୟୁଷଙ୍କ ଅଭିନୟ ମଧ୍ୟ ବେଶ ଚମତ୍କାର ହୋଇଛି।

 ଗତ କାଲି ସ୍ଥାନୀୟ ଶ୍ରୀ ରଘୁନାଥଙ୍କ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଚଳଚ୍ଚିତ୍ରର କଳାକାରମାନଙ୍କୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇ ଶତାଧିକ ଦର୍ଶକଙ୍କ ଗହଣରେ ଦିନ ୧୨ ଟାରେ ଚଳଚ୍ଚିତ୍ରଟିର ଶୁଭମୁକ୍ତି କରାଯାଇଛି । ତେବେ କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା । ସବୁଠାରୁ ଚର୍ଚାର ବିଷୟ ହେଲା ଏହି ସିନେମା ପ୍ରଥମ ଥର ପାଇଁ ହଲ ବାହାରେ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଛି I

Advertisment

ଯାହା ବି ହେଉ, ଓଡ଼ିଆ ସିନେମାର ଗୁଣାତ୍ମକ ମାନ ଏଭଳି ସ୍ଥିତିରେ ପହଁଚିଲାଣି ଯେ ସିନେମା ହଲ ଯାଇ ସିନେମା ଦେଖିବାକୁ ଦର୍ଶକ କୁଣ୍ଠାବୋଧ କରୁଛନ୍ତି । ତେଣୁ ରାଜ୍ୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ଦିନକୁ ଦିନ ଡୁବିବାକୁ ଯାଉଛି ଯାହା ଏହି ଘଟଣା ସ୍ପଷ୍ଟ କରୁଛି। ଯାହା ବି ହେଉ, ଏହି ସିନେମାର ପ୍ରଯୋଜକ କଲ୍ୟାଣମଣ୍ଡପରେ ଏଭଳି ଅଭିନଵ ଢଙ୍ଗରେ ସିନେମା ରିଲିଜ କରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l

Cinema Halls Odia Film Industry
Advertisment
Advertisment