Odia Jatra Industry
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ଚରମ ସୀମାରେ ପହଞ୍ଚିଛି ବିବାଦ । ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି । ଅପରପକ୍ଷେ ଚଳିତ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ଜଲିଉଡ ହାଇପେଡ୍ ଆକ୍ଟର ପୀୟୁଷ ତ୍ରିପାଠୀ ।
ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ବିବାଦ ସୃଷ୍ଟିହେବା ପରେ ତାଙ୍କୁ ପୂରା ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ କରିଛନ୍ତି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ କିଛି ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।
ଯାତ୍ରା ବର୍ଷ ୨୦୨୫-୨୬ ପାଇଁ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଥିବା ନେଇ ଯାତ୍ରା ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ନରି ପଣ୍ଡା ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ନରି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବଖାଣିଥିଲେ ।
ଅଧିକ ପଢ଼ନ୍ତୁ: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR
ତେବେ ଯାତ୍ରା ମାଲିକ ତାଙ୍କୁ ନିର୍ଧୂମ୍ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ଏହି ହାସ୍ୟ ଅଭିନେତା । ସୂଚନାଯୋଗ୍ୟ ତାଙ୍କ ଓକିଲ କହିଥିଲେ, ନରୀ ପଣ୍ଡାଙ୍କୁ ମାରିଦେବାକୁ ଧମକ ମିଳିଥିବାରୁ ସେ ବୀରଚନ୍ଦ୍ରପୁର ନଯାଇ ଅନଲାଇନରେ ଏଫଆଇଆର ରୁଜ୍ଜୁ କରିଛନ୍ତି । ଏବାବଦରେ IG କଟକ, କେନ୍ଦ୍ରାପଡା SP, ଏପରିକି ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅଭିଯୋଗ କରିଥିବା କଥା ସେ କହିଥିଲେ ।
ଅପରପକ୍ଷେ ସୋସିଆଲ୍ ମିଡିଆରେ ପୀୟୁଷ ତ୍ରିପାଠୀଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ପୀୟୁଷଙ୍କ ବାପା ଚିଠି ଲେଖିଛନ୍ତି । ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ୨ଟି ପାର୍ଟି ମାଲିକ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ପୀୟୁଷଙ୍କ ବାପା ।
ସୂଚନାଯୋଗ୍ୟ, ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକଙ୍କ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743771347.jpg)