Advertisment

Jatra Industry Controversy: ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

ଆରମ୍ଭ ହେବା ପରେ ଶେଷ ହେବାର ନାଁ ନେଉନି ଯଲିଉଡ଼ କଳି । ପ୍ରତ୍ୟକ ଦିନ କଳିରୁ ସୃଷ୍ଟି ହେଉଛି ନୂଆ ନୂଆ ବିବାଦ । ବିବାଦ ଯେମିତି ଥମିବାର ନାଁ ନେଉନି । ପୀୟୂଷଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦ କେଉଁଠି ଶେଷ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

ଅଦ୍ୟତନ ହୋଇଛି
Namita Bhuyan Controversy

Namita Bhuyan

Advertisment

ଆରମ୍ଭ ହେବା ପରେ ଶେଷ ହେବାର ନାଁ ନେଉନି ଯଲିଉଡ଼ କଳି । ପ୍ରତ୍ୟକ ଦିନ କଳିରୁ ସୃଷ୍ଟି ହେଉଛି ନୂଆ ନୂଆ ବିବାଦ । ବିବାଦ ଯେମିତି ଥମିବାର ନାଁ ନେଉନି । ପୀୟୂଷଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦ କେଉଁଠି ଶେଷ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

Advertisment

ଏହାକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଯାତ୍ରା ପ୍ରେମୀ । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି । ନିଜ ନିଜର ଜିଦ୍‌ରେ ଅଟଳ ମାଲିକ ଏବଂ ଯାତ୍ରା କାଳକାର । ପୀୟୂଷ ଏବଂ ନରିଙ୍କ ପରେ ନମିତା ଭୂୟାଁଙ୍କ ଉପରେ ଯାତ୍ରା ମାଲିକଙ୍କ ଛାଟକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା ।

ଯାତ୍ରା ଜଗତର ହାସ୍ୟ ଅଭିନେତା ନରିଙ୍କ ଅଭିଯୋଗ ଏବଂ ପରେ ଏହାକୁ ନେଇ ବିବାଦ ଉପୁଜିବା ପରେ ନରିଙ୍କୁ ବ୍ୟାନ୍ କରିଥିଲା ଯାତ୍ରା ମାଲିକ ସଂଘ । ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବା ସହ ନରିଙ୍କ ସପକ୍ଷରେ ବାହାରିଥିଲେ ଯାତ୍ରା ଅଭିନେତ୍ରୀ ନମିତା । ନମିତା ପ୍ରଶ୍ନ କରିଥିଲେ ଯାତ୍ରାରୁ ବ୍ୟାନ୍ କରିବାକୁ ସେମାନେ କିଏ ?

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଏମିତିକି ଯାତ୍ରା ମାଲିକ ସଂଘକୁ ଟାର୍ଗେଟ କରି ନମିତା କହିଥିଲେ ଯଦି ନରିଙ୍କୁ ବ୍ୟାନକଲେ ତେବେ ମତେ ବ୍ୟାନକରି ଦେଖାନ୍ତୁ । ଯାହାକୁ ନେଇ ତାତିଥିଲା ମାଲିକ ସଂଘ । ଯାହା ନମିତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନମିତାଙ୍କ ବୟାନ ପାଇଁ ଯାତ୍ରା ମାଲିକ ସଂଘ ତରଫରୁ ତାଙ୍କୁ ସୋ କୋଜ୍ ନୋଟିସ୍ ପଠାଯାଇଥିଲା । ଯାହାକୁ ନେଇ ମୁହଁ ଖୋଲିଛନ୍ତି ନମିତା ।

ନମିତା କହିଛନ୍ତି 'ଯାହା ସବୁ ଚାଲିଛି, ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି, ଏସବୁ ଆଗକୁ ନବଢ଼ି ଘର କଥା ଘରେ ରହିଯିବା ଉଚିତ ହେବ । ଗୋଟେ ସମାଧାନ ବାଟ କରିବା ଟା ଉଚିତ ହେବ । ଆମର ଗୋଟିଏ ବୈଠକ ଅଛି କଳାକାର ସଂଘ ତରଫରୁ, ସେ ବୈଠକ ହୋଇସାରିବା ପରେ ଜଣାପଡ଼ିବ ତା'ର କ'ଣ ବାଟ ବାହାରୁଛି? ଏବେ ସେ ବିଷୟରେ କହିବା  ଅନୁଚିତ ।‘

Advertisment

 ସୋ କୋଜ୍ ନୋଟିସ୍ ସମ୍ପର୍କରେ ବୁଲେଇ ବଙ୍କେଇ ଉତ୍ତର ଦେଇଥିଲେ ନମିତା । ଏହି ପ୍ରଶ୍ନର ସେ ସ୍ପଷ୍ଠ ଉତ୍ତର ରଖିନଥିବା ବେଳେ ଯଦି ତାଙ୍କ କଥା ଅନୁସାରେ କଳାକାର ସଂଘର ବୈଠକ ହୁଏ ତେବେ ପୁଣି ଯାତ୍ରା ମାଲିକ ଏବଂ କଳାକାରଙ୍କ ବିବାଦ ବଢିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ଏପରି ହେବ ତେବେ ଚଳିତ ଯାତ୍ରା ସିଜିନରେ ଯଲିଉଡ଼ର ଭବିଷ୍ୟତ କ'ଣ ହେବ, ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ୬୩ ବର୍ଷରେ ବି ସୁନୀଲ ଶେଟ୍ଟୀ ଏତେ ଫିଟ୍ କାହିଁକି; ଜାଣନ୍ତୁ ତାଙ୍କ ଫିଟ୍‌ନେସ୍ ରାଜ୍

Jatra Party Jatra Actress Jollywood Actors Jollywood Updates Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ