Advertisment

ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ସାମନ୍ଥା ଏବଂ ନାଗା ଚୈତନ୍ୟ ଶନିବାର ଛାଡପତ୍ର ଘୋଷଣା କରିଛନ୍ତି । ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ନାଗାଙ୍କ ପିତା ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ନାଗାର୍ଜୁନ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାଗାର୍ଜୁନ ଟ୍ୱିଟରରେ ନିଜର ବିବୃତ୍ତି ସେୟାର କରିଛନ୍ତି ।

author-image
Pallipuspa Samal
Samantha, Naga Chaitanya and Nagarjun

Samantha, Naga Chaitanya and Nagarjun

ନୂଆଦିଲ୍ଲୀ: ସାମନ୍ଥା ଏବଂ ନାଗା ଚୈତନ୍ୟ ଶନିବାର ଛାଡପତ୍ର ଘୋଷଣା କରିଛନ୍ତି । ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ନାଗାଙ୍କ ପିତା ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ନାଗାର୍ଜୁନ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାଗାର୍ଜୁନ ଟ୍ୱିଟରରେ ନିଜର ବିବୃତ୍ତି ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ ସାମନ୍ଥା ଏବଂ ଚୈତନ୍ୟଙ୍କ ମଧ୍ୟରେ ଯାହା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଉଭୟଙ୍କ ବ୍ୟକ୍ତିଗତ ବିଷୟ । ନାଗାର୍ଜୁନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

Advertisment

ନାଗାର୍ଜୁନଙ୍କ ଏହି ପୋଷ୍ଟରେ ଲେଖିଥିଲେ ଯେ "ମୁଁ ଏହା ଏକ ଭାରି ହୃଦୟର ସହିତ କହୁଛି । ସାମନ୍ଥା ଏବଂ ଚୈତନ୍ୟଙ୍କ ମଧ୍ୟରେ ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯାହା ଘଟିଲା ତାହା ଅତ୍ୟନ୍ତ ବ୍ୟକ୍ତିଗତ ଅଟେ । ସାମନ୍ତ ଏବଂ ଚୈତନ୍ୟ ଉଭୟ ମୋ ପାଇଁ ପ୍ରିୟ, ମୋ ପରିବାର ସମସ୍ତଙ୍କୁ ହରାଇବେ, ମୁଁ ସାମନ୍ତଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡିକ ଏବଂ ସେ ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ରହିବେ । ଭଗବାନ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ" ।

Advertisment

ସୂଚନା ଅନୁସାରେ ଉଭୟ ସାମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସବୁବେଳେ ବନ୍ଧୁତା ରହିବ ବୋଲି ଉଭୟେ କହିଛନ୍ତି। ତେବେ କୁହାଯାଉଛି ଯେ ଏହି ସେଲିବ୍ରିଟି ଛାଡ଼ପତ୍ରରେ ସାମନ୍ଥାଙ୍କୁ ୨୦୦ କୋଟି ଟଙ୍କା ସେଟଲମେଣ୍ଟ ଭାବେ ଅଫର କରାଯାଇଥିଲା। କିନ୍ତୁ ସେ ଏହାକୁ ନେବାକୁ ମନା କରି ଦେଇଛନ୍ତି ।

ସାମନ୍ଥା ଏବଂ ନାଗା ଚୈତନ୍ୟ ଦୁହେଁ ଏକାଠି ଅନେକ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ୍ ‘ମାୟା ଚେସାଭ୍’ ଦୁହୁଁଙ୍କର ଏକ ସୁପରହିଟ୍ ଫିଲ୍ମ ରହିଥିଲା । ୨୦୧୯ରେ ଦୁହେଁ ଏକାଠି ‘ମାଜିଲି’ ଫିଲ୍ମରେ ନଜର ଆସିଥିଲେ। ନିକଟରେ ରିଲିଜ୍ ହୋଇଥିବା ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍-୨’ ରେ ସାମନ୍ଥା ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ପ୍ରଭାବିତ କରିଥିଲେ ।

Entertainment News Samantha
Advertisment
Advertisment