Mukesh Khanna to return as superhero shaktimaan
ମୁକେଶ ଖାନ୍ନାଙ୍କ ଟିଭି ଧାରାବାହିକ 'ଶକ୍ତିମାନ'କୁ ନେଇ ଏକ ବଲିଉଡ୍ ଫିଲ୍ମ ନିର୍ମାଣ ହେବ ବୋଲି ବହୁ ଦିନ ଧରି ଆଲୋଚନା ଚାଲିଛି। ତେବେ, ଏହି ଫିଲ୍ମ ବିଷୟରେ ବର୍ତ୍ତମାନ ଅଧିକ ସୂଚନା ନାହିଁ। କିନ୍ତୁ ମୁକେଶ ଖାନ୍ନା ପୁଣି ଥରେ ୧୯୯୦ ଦଶକର ସୁପରହିରୋ 'ଶକ୍ତିମାନ' ଭାବରେ ଫେରୁଛନ୍ତି। ଏଥର କିନ୍ତୁ ଭିଡିଓ ଫର୍ମାଟ୍ରେ ନୁହେଁ ବରଂ ଅଡିଓ ଫର୍ମାଟ୍ରେ ଆସିବେ।
ପକେଟ୍ ଏଫ୍ଏମ୍ ଏକ ନୂତନ ମୌଳିକ ଅଡିଓ ସିରିଜ୍ ସହିତ 'ଶକ୍ତିମାନ' ଶୋ'କୁ ପୁନର୍ଜୀବିତ କରିବାକୁ ପ୍ରସ୍ତୁତ। ଏଥିରେ ମୁକେଶ ଖାନ୍ନା ପୁଣି ଥରେ ସୁପର୍ହିରୋ ହେଉଛନ୍ତି। ଏଥର, ସେ ତାଙ୍କ କଣ୍ଠସ୍ୱର ମାଧ୍ୟମରେ ଜଣେ ସୁପରହିରୋ ହେବେ।
ଅଧିକ ପଢ଼ନ୍ତୁ:ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର
ପକେଟ୍ ଏଫ୍ଏମ୍ ଇନ୍ଷ୍ଟାଗ୍ରାମ୍ରେ ଏହି ଅଡିଓ ସିରିଜ୍ ବିଷୟରେ ସୂଚନା ଦେଇଛି। ପୋଷ୍ଟର୍ କ୍ୟାପ୍ସନ୍ରେ ଲେଖାଯାଇଛି 'ଯେଉଁ ଲିଜେଣ୍ଡ୍ଙ୍କ ଉପରେ ଆପଣ ପୂର୍ବରୁ ବିଶ୍ୱାସ କରିଥିଲେ, ସେ ଏବେ ନଦେଖିବା ଅବତାରରେ ଫେରି ଆସୁଛନ୍ତି। ଶକ୍ତିମାନ ଅଡିଓ ସିରିଜ୍ ଖୁବ୍ ଶୀଘ୍ର ଆସୁଛି, କେବଳ ପକେଟ୍ ଏଫ୍ଏମ୍ରେ।
ପକେଟ୍ ଏଫ୍ଏମ୍ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଥିବା ପୋଷ୍ଟ୍ରେ ଏକ ଭିଡିଓ ମଧ୍ୟ ଅଛି। ଶକ୍ତିମାନ ଭାବରେ ମୁକେଶ ଖାନ୍ନା ଭିଡିଓରେ ହସୁଥିବା ନଜର ଆସିଛନ୍ତି। ଭିଡିଓରେ ଲେଖାଯାଇଛି 'ଶକ୍ତିମାନ ଅଡିଓ ସିରିଜ୍ ଖୁବ୍ଶୀଘ୍ର ଆସୁଛି।' ଭାରତ ୨୦ ବର୍ଷ ଧରି ତା’ର ସୁପର୍ହିରୋ ପାଇଁ ଅପେକ୍ଷା କରିଥିଲା। ୨୦ ବର୍ଷର ଅନ୍ଧାର ପରେ ସେ ପୁଣି ଉଠିଛନ୍ତି। ଶକ୍ତିମାନ ଅଡିଓ ସିରିଜ୍ ଖୁବ୍ ଶୀଘ୍ର ଆସୁଛି।
ଏହି ପୋଷ୍ଟ ଦେଖିବା ପରେ ଅନେକ ଉତ୍ସାହିତ ହୋଇ ପଡିଛନ୍ତି। ଅନେକ ୟୁଜର୍ସ ପୋଷ୍ଟ ଉପରେ ମତାମତ ଦେଉଛନ୍ତି। ଅନେକ ଲୋକ ହାର୍ଟ ଏବଂ ଫାୟାର୍ ଇମୋଜି ସହିତ ପୋଷ୍ଟରେ ମତ ଦେଉଛନ୍ତି। ଜଣେ ଲେଖିଛନ୍ତି, “ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ପାଇଁ ଅପେକ୍ଷା।”
ପ୍ରକାଶଥାଉ ଯେ 'ଶକ୍ତିମାନ' ଏକ ସୁପରହିରୋ ଟେଲିଭିଜନ ଧାରାବାହିକ ଥିଲା। ଏହା ସେପ୍ଟେମ୍ବର ୧୯୯୭ରୁ ମାର୍ଚ୍ଚ ୨୦୦୫ ପର୍ଯ୍ୟନ୍ତ ଡିଡି ନ୍ୟାସ୍ନାଲ୍’ରେ ପ୍ରସାରିତ ହୋଇଥିଲା। ଏହି ଧାରାବାହିକଟି ବହୁତ ପ୍ରସିଦ୍ଧ ଥିଲା। ପିଲାମାନେ ଏହାକୁ ବହୁତ ପସନ୍ଦ କରୁଥିଲେ।
ଏହି ଶୋ’ ପରେ ୨୦୧୧ରେ 'ଶକ୍ତିମାନ: ଦି ଆନିମେଟେଡ୍ ସିରିଜ୍' ଏବଂ ୨୦୧୩ରେ ଏକ ଟେଲିଭିଜନ ଫିଲ୍ମ 'ହମାରା ହିରୋ ଶକ୍ତିମାନ' ମଧ୍ୟ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747739795.jpg)