Advertisment

ବିବାଦରେ ଶକ୍ତିମାନ ଫେମ୍ ମୁକେଶ୍ ଖାନ୍ନା, ଫିଲ୍ମ 'କଳ୍‌କୀ'କୁ ନେଇ ଦେଇଛନ୍ତି ଏମିତି ବୟାନ

ବିବାଦରେ ସିନେ ତାରକା ମୁକେଶ ଖାନ୍ନା । ଫିଲ୍ମ 'କଲକୀ'କୁ ନେଇ ଦେଇଛନ୍ତି ବୟାନ । 'ଓଡ଼ିଶା ଲୋକେ କଳ୍‌କୀ ଫିଲ୍ମ ବୁଝି ପାରିବେନି' । ମୁକେଶଙ୍କ ମନ୍ତବ୍ୟ ପରେ ତେଜିବାରେ ଲାଗିଛି ବିବାଦ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Mukesh Khanna Addresses Controversy Over Bihar Odisha Comment.

mukesh khanna

ଓଡ଼ିଶା ଲୋକେ କଳ୍‌କୀ ଫିଲ୍ମ ବୁଝି ପାରିବେନି। ଏମିତି କିଛି କହି ଏବେ ବିବାଦରେ ଫସିଛନ୍ତି ଶକ୍ତିମାନ-ମୁକେଶ ଖାନ୍ନା। ସୋସିଆଲ୍ ମିଡିଆରେ ମୁକେଶ ଜାରି କରିଥିବା ଭିଡିଓରେ ଓଡ଼ିଶା ଓ ବିହାର ଲୋକଙ୍କ ପାଇଁ ଏପରି ମନ୍ତବ୍ୟ ଦେବା ପରେ ଏବେ ବିବାଦ ତେଜିବାରେ ଲାଗିଛି। ସିନେମାକୁ ସମାଲୋଚନା କରିବାକୁ ଯାଇ ଓଡ଼ିଆଙ୍କ ପ୍ରତି ଏମିତି ବୟାନକୁ ଗ୍ରହଣ କରିନାହାନ୍ତି ଲୋକେ। ବିବାଦ ବଢ଼ିବା ପରେ ଶେଷରେ ସଫେଇ ରଖିଛନ୍ତି ମୁକେଶ ଖାନ୍ନା।

Advertisment

ମୁକେଶ ତାଙ୍କ ବୟାନରେ କହିଛନ୍ତି, ଓଡ଼ିଶା ଓ ବିହାରରେ ଏତେ ବୁଦ୍ଧିଆ ଲୋକ ନାହାନ୍ତି ଯିଏ କଳ୍‌କୀ ଭଳି ସିନେମାକୁ ବୁଝି ପାରିବେ। ବାସ୍ ଏପରି କିଛି କହିବା ପରେ ଏବେ ସୋସିଆଲ୍ ମିଡିଆରେ ପ୍ରବଳ ଟ୍ରୋଲ ହେଉଛନ୍ତି ଶକ୍ତିମାନ ଫେମ୍ ମୁକେଶ୍ ଖାନ୍ନା। ବିଭିନ୍ନ ସୋସିଆଲ୍ ମିଡିଆ ସାଇଟରେ ଏବେ ମୁକେଶଙ୍କୁ କଡ଼ା ସମାଲୋଚନା କରାଯାଉଛି। ଏତେ ହାଲୁକା ମନ୍ତବ୍ୟ ମୁକେଶଙ୍କ ଭଳି ବରିଷ୍ଠ ଅଭିନେତା କେମିତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଦର୍ଶକ।

ଅଧିକ ପଢ଼ନ୍ତୁ: ନିର୍ଦ୍ଦେଶକ କହିଲେ କେଉଁ ଦୁଇ ଫିଲ୍ମ ଦେଖି ପ୍ରସ୍ତୁତ କରିଛନ୍ତି ‘କଳ୍‌କୀ ୨୮୯୮ ଏଡି’

Advertisment

ପ୍ରଭାସ ଓ ଅମିତାଭ ବଚ୍ଚନଙ୍କ ହାଇବଜେଟ୍ ଫିଲ୍ମ କଳ୍‌କୀ-2898 ADର ରିଭ୍ୟୁ କରିଥିଲେ ମୁକେଶ। ସିନେମାକୁ ସମାଲୋଚନା କରିବାକୁ ଯାଇ କହିଥିଲେ କି, ସିନେମାର କାହାଣୀ ଏମିତି କି ଓଡ଼ିଶା, ବିହାରରେ ରହୁଥିବା ଲୋକେ ଓ ବିଶେଷ ଭାବେ ଗାଁ ଲୋକେ ଏହାକୁ ବୁଝି ପାରିବେନି।

ହଲିଉଡ୍ ଦର୍ଶକ ଏମାନଙ୍କଠୁ ବୁଦ୍ଧିଆ, ବିଦେଶରେ ଏପରି ଫିଲ୍ମ ଚାଲିପାରିବ କିନ୍ତୁ ଓଡ଼ିଶାରେ ନୁହେଁ। ଆଉ ଏବେ ବିବାଦ ପରେ ନିଜ ଆଡ଼ୁ ସ୍ପଷ୍ଟୀକରଣ ରଖିଛନ୍ତି ମୁକେଶ। ସେ ଓଡ଼ିଶାକୁ କିମ୍ବା ଓଡ଼ିଆଙ୍କୁ ଖରାପ କହିନାହାନ୍ତି ବରଂ ସିନେମାକୁ ନେଇ ସମାଲୋଚନା କରିଥିଲେ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

କଳ୍‌କୀ ସିନେମାକୁ ନେଇ ଅନେକ ଚର୍ଚ୍ଚା ଓ ବିବାଦ ଭିତରେ ଓଡ଼ିଶା ସହ ଏକ ବଡ଼ ଲିଙ୍କ ସିନେମାରେ ରହିଛି। ସିନେମାରେ ନେଗେଟିଭ୍ ସେଡ୍ ରେ କମଲ୍ ହସନ୍ ଙ୍କ ଚରିତ୍ର ଥିବା ୟାସନିକ୍, ଶ୍ରୀଜଗନ୍ନାଥଙ୍କ ରଥର ଚକ ସୁଦର୍ଶନରେ ପରିଣତ ହେବା କଥା କହିଛନ୍ତି। ସିନେମାର ଟାଇଟଲ୍ କ୍ରେଡିଟ୍ ରେ ଓଡ଼ିଆରେ ‘କ’ ଲେଖା ରହିଛି, ଯାହା ଓଡ଼ିଆ ଏବଂ ଶ୍ରୀଜଗନ୍ନାଥଙ୍କ ସହ ବଡ଼ ଲିଙ୍କ୍ କୁ ସ୍ପଷ୍ଟ କରୁଛି।...

ଅଧିକ ପଢ଼ନ୍ତୁ: ଏହି ମେକ୍‌ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !

Mukesh Khanna
Advertisment
Advertisment